ହାଇଜାକ୍‌ ଆଲର୍ଟ ଶୁଣି ଅହମଦାବାଦକୁ ବାଟ ଭାଙ୍ଗିଲା ଜେଟ୍‌ ଏୟାରେଓ୍ଵଜ୍‌ ବିମାନ

Advertisment
ହାଇଜାକ୍‌ ଆଲର୍ଟ ଶୁଣି ଅହମଦାବାଦକୁ ବାଟ ଭାଙ୍ଗିଲା ଜେଟ୍‌ ଏୟାରେଓ୍ଵଜ୍‌ ବିମାନ

Image Courtesy of TOI

ଅହମଦାବାଦ: ବିମାନ ମଧ୍ୟରେ ଅପହରଣକାରୀମାନେ ମହଜୁଦ୍‌ ଥିବା କଥା ପାଇଲଟ୍‌ ଏୟାର୍‌ ଟ୍ରାଫିକ୍‌ କଣ୍ଟ୍ରୋଲର୍‌ଙ୍କୁ ଜଣାଇବା ପରେ ମୁମ୍ବାଇରୁ ଦିଲ୍ଲୀ ଅଭିମୁଖେ ଯାତ୍ରାରତ ଜେଟ୍‌ ଏୟାର୍‌େଓ୍ଵଜ୍‌ର ଏକ ବିମାନକୁ ଅହମଦାବାଦ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ପଡ଼ିଲା।

ବିମାନଟିକୁ ଅପରହଣ କରି ବୋମାରେ ଉଡ଼ାଇ ଦିଅଯିବ ବୋଲି ଉଲ୍ଲେଖ ଥିବା ଏକ ଚିଠି ଟଏଲେଟ୍‌ରୁ ସେ ବିମାନର ପରିଚାରକମାନେ ପାଇଥିଲେ।

‘ବିସ୍ଫୋରକ ସାମଗ୍ରୀ ସହ ଅପହରଣକାରୀମାନେ ବିମାନରେ ଅଛନ୍ତି’ ବୋଲି ପାଇଲଟ୍‌ ବାର୍ତ୍ତା ଦେଇଥିଲେ।

୯ଡବ୍ଲୁ୩୩୯ ବିମାନଟି ମୁମ୍ବାଇରୁ ଘ ୨ଟା ୫୫ ମିନିଟ୍‌ରେ ଉଡ଼ାଣ ଆରମ୍ଭ କରି ଘ ୩ଟା ୪୫ରେ ଅହମଦାବାଦରେ ବିମାନ ବନ୍ଦରରେ ଅବତରଣ କରିଥିଲା।

ବିମାନ ବନ୍ଦରର କର୍ତ୍ତୃପକ୍ଷ ଏ ଘଟଣାକୁ ନିଶ୍ଚିତ କରି ପୁଲିସକୁ ସୂଚନା ଦିଆ ଯାଇଥିଲା ବୋଲି କହିଛନ୍ତି।

ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କହିଛନ୍ତି ଯେ ନିରାପତ୍ତା କାରଣ ଦର୍ଶାଇ ବିମାନଟିକୁ ବାଟଭାଙ୍ଗି ଅହମଦାବାଦକୁ ନିଆଯାଇଥିଲା। ଯାତ୍ରୀଙ୍କୁ ଅବତରଣ କରିବାକୁ କୁହାଯାଇ ସେମାନଙ୍କର ତଲାସ ନିଆଯାଇଥିଲା।

ଅହମଦାବାଦ ବିମାନ ବନ୍ଦରର ଜଣେ ନିରାପତ୍ତା କର୍ମଚାରୀ କହନ୍ତି: ଏକ ନିର୍ଦ୍ଦିଷ୍ଟ ଧମକଭରା କଲ୍‌ ଯୋଗୁଁ ବିମାନଟିର ଗତି ପଥ ବଦଳା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe