ଜୟା ବଚ୍ଚନଙ୍କ ସଂସଦ ଭାଷଣ ପରେ ‘ଜଲ୍‌ସା’ରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଜୟା ବଚ୍ଚନଙ୍କ ସଂସଦ ଭାଷଣ ପରେ ‘ଜଲ୍‌ସା’ରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

TheHindu

ମୁମ୍ବାଇ: ଅଭିନେତ୍ରୀରୁ ରାଜନେତ୍ରୀ ପାଲଟିଥିବା ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନ ବଲିଉଡ୍‌ରେ ଚାଲିଥିବା ଡ୍ରଗ୍‌ସ କାରବାର ପ୍ରସଙ୍ଗରେ ସଂସଦରେ ଭାଷଣ ଦେବାପରେ ଏବେ ବିବାଦୀୟ ଓ ବିତର୍କିତ ହୋଇ ପଡ଼ିଛନ୍ତି। ଏ ପ୍ରସଙ୍ଗରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଏବେ ‘ଟ୍ରୋଲ୍‌’ କରିବା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ଜୟାଙ୍କ ଭାଷଣକୁ କେନ୍ଦ୍ର କରି ବଲିଉଡ୍‌ ଏବେ ଦୁଇ ଭାଗରେ ବିଭକ୍ତ ହୋଇ ପଡ଼ିଥିବା ବେଳେ ଏହାକୁ କେନ୍ଦ୍ର କରି ଚାପା ଉତ୍ତେଜନା ମଧ୍ୟ ପ୍ରକାଶ ପାଇଛି। ଜୟା ବଚ୍ଚନ ଏବେ ସଂସଦର ରାଜ୍ୟସଭାରେ ସମାଜବାଦୀ ପାର୍ଟିର ସାଂସଦ ଅଛନ୍ତି।

ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁମ୍ବାଇ ଜୁହୁରେ ଥିବା ବଚ୍ଚନଙ୍କ ଆଇକନିକ୍‌ ବଙ୍ଗଳା ‘ଜଲସା’ ବାହାରେ ମୁମ୍ବାଇ ପୁଲିସ ପକ୍ଷରୁ ଅତିରିକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମୁମ୍ବାଇ ପୁଲିସ ଏହାକୁ ଏକ ସତର୍କତାମୂଳକ ପଦକ୍ଷେପ ବୋଲି କହିଛି।

publive-image NewsNation

ଉଲ୍ଲେଖଯୋଗ୍ୟ, ବଲିଉଡରେ ଡ୍ରଗ୍‌ସ କାରବାର ସଂପର୍କରେ ଅଭିନେତା ତଥା ବିଜେପି ସାଂସଦ ରବି କିଶନ ଦେଇଥିବା ମନ୍ତବ୍ୟ ଉପରେ ସମାଜବାଦୀ ପାର୍ଟିର ସଦସ୍ୟ ଜୟା ବଚ୍ଚନ ମଙ୍ଗଳବାର ଦିନ ରାଜ୍ୟସଭାରେ କହିଥିଲେ; କେବଳ କିଛି ଲୋକଙ୍କ ପାଇଁ ଆପଣ ସମଗ୍ର ବଲିଉଡ୍‌ ଶିଳ୍ପକୁ କ୍ଷତି ପହଞ୍ଚାଇ ପାରିବେ ନାହିଁ ... ଯେଉଁ ଥାଳିରେ ଖାଉଛ ସେ ଥାଳିରେ ଛେପ ପକାଅ ନାହିଁ... ବୋଲି କହିଥିଲେ ସମାଜବାଦୀ ପାର୍ଟି ସାଂସଦ ଜୟା ବଚ୍ଚନ। ଏହି ଭାଷଣ ପରେ ବଲିଉଡରେ ୭୨ ବର୍ଷ ବୟସ୍କା ଜୟା ବଚ୍ଚନଙ୍କୁ ସମର୍ଥନ ମିଳିଥିବା ବେଳେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଏକ ବଡ଼ ବର୍ଗ ତାଙ୍କ ବିବୃତ୍ତିକୁ ସମାଲୋଚନା କରିବା ସହ ଟ୍ଵିିଟରରେ ତାଙ୍କୁ ଟ୍ରୋଲ କରିବାକୁ ଆରମ୍ଭ କରିଥିଲେ। ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ଏହି ଘଟଣାରେ ଜୟା ବଚ୍ଚନଙ୍କର ସମାଲୋଚନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe