'ହର ଘର ତ୍ରିରଙ୍ଗା ଅଭିଯାନ'କୁ ନେଇ ବିରକ୍ତି ପ୍ରକାଶ କରିବା ପରେ ଜାତୀୟ ପତାକା ଉତ୍ତୋଳନ କଲେ ଫାରୁକ୍ ଅବଦୁଲ୍ଲା

Advertisment
'ହର ଘର ତ୍ରିରଙ୍ଗା ଅଭିଯାନ'କୁ ନେଇ ବିରକ୍ତି ପ୍ରକାଶ କରିବା ପରେ ଜାତୀୟ ପତାକା ଉତ୍ତୋଳନ କଲେ ଫାରୁକ୍ ଅବଦୁଲ୍ଲା

indiatoday

ନୂଆଦିଲ୍ଲୀ: 'ହର ଘର ତ୍ରିରଙ୍ଗା ଅଭିଯାନ'କୁ ନେଇ ବିରକ୍ତି ପ୍ରକାଶ କରିବା ପରେ ଆଜି ଦେଶର ୭୬ତମ ସ୍ୱାଧୀନତା ଦିବସ ଅବସରରେ ଶ୍ରୀନଗରସ୍ଥିତ ତାଙ୍କ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା।

ଗତ ମାସରେ ନ୍ୟାସନାଲ କନଫରେନ୍ସର ନେତା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା କେନ୍ଦ୍ର ସରକାରଙ୍କ ‘ହର ଘର୍ ତ୍ରିରଙ୍ଗା’ ଅଭିଯାନକୁ ନେଇ ବିବାଦୀୟ ବୟାନ ଦେଇଥିଲେ।  ‘ହର ଘର୍ ତ୍ରିରଙ୍ଗା’ ଅଭିଯାନ ବିଷୟରେ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିବା ପରେ ସେ କହିଥିଲେ ଯେ, ଏହାକୁ ତୁମ ଘରେ ରଖ।

ଫାରୁକ୍ ଅବଦୁଲ୍ଲା ଶ୍ରୀନଗର ବଜାରରେ ଥିବା ଏକ ଦୋକାନରୁ ବାହାରିବାବେଳେ ତାଙ୍କୁ ସାମ୍ବାଦିକମାନେ ଘେରି ଯାଇଥିଲେ। ପ୍ରଥମେ ତାଙ୍କୁ ୟୁପିଏର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କ ବିଷୟରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ଫାରୁକ୍ କହିଥିଲେ ଯେ ୟଶୱନ୍ତ ସିହ୍ନା ଜୁଲାଇ ୯ରେ କଶ୍ମୀରକୁ ଆସୁଛନ୍ତି। ସେ ଆସିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ। ଏହା ପରେ ତାଙ୍କୁ ‘ହର ଘର ତ୍ରିରଙ୍ଗା’ ଅଭିଯାନକୁ ନେଇ ପ୍ରଶ୍ନ କରାଯିବାରୁ ସେ ରାଗରେ ଏହାକୁ ତୁମ ଘରେ ରଖ ବୋଲି କହିଥିଲେ। ତାଙ୍କ ଏଭଳି ବୟାନକୁ ନେଇ ଅନେକ ବିବାଦ ହୋଇଥିବା ବେଳେ ଆଜି ସେ ନିଜ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳିଛି। ଏହି ସମୟରେ ଫଟୋ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe