କାଶ୍ମୀରରେ ମହିଳାଙ୍କୁ ହତ୍ୟା ପରେ ଶରୀରକୁ କାଟି ଫିଙ୍ଗିଲା କାଠମିସ୍ତ୍ରୀ

Advertisment
ବ୍ରହ୍ମପୁରରେ ବସ୍‌ ହକର୍‌ଙ୍କୁ ହତ୍ୟା

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଜଣେ କାଠମିସ୍ତ୍ରୀ ତାଙ୍କ ସହ ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବା ଜଣେ ୩୦ ବର୍ଷୀୟା ମହିଳାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି କାଟି ବଡ଼ଗାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପକାଇଛି। ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ମହିଳା ଜଣକ ଏଜୁକେସନରେ ସ୍ନାତକ କରୁଥିଲେ। ଗତ ମାର୍ଚ୍ଚ ୭ରୁ ସେ ନିଖୋଜ ଥିଲେ। ତାଙ୍କ ଫୋନକଲଗୁଡ଼ିକର ବିବରଣୀ ଅନୁଧ୍ୟାନ କରି ମାର୍ଚ୍ଚ ୮ରେ ପୁଲିସ ଜନୈକ ସବିର ଅହମଦକୁ ପଚରାଉଚରା ପାଇଁ ହାଜତକୁ ନେଇଥିଲେ। ଜେରା ସମୟରେ ସେ ମହିଳାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି।

୪୫ ବର୍ଷୀୟ ଅହମଦ ଜଣେ ବିବାହିତ ବ୍ୟକ୍ତି ଏବଂ ବଡ଼ଗାମ ଜିଲ୍ଲାର ଓମପୁରା ଅଞ୍ଚଳର ବାସିନ୍ଦା। ହତ୍ୟାର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନ ଥିଲେ ମଧ୍ୟ ମହିଳାଙ୍କ ପରିବାରରୁ ମିଳିଥିବା ସୂଚନା ଅନୁଯାୟୀ ସବିର ମହିଳାଙ୍କୁ ଦ୍ବିତୀୟ ବିବାହ କରିବା ପାଇଁ ପ୍ରସ୍ତାବ ନେଇ ତାଙ୍କ ଘରକୁ ଯାଇଥିଲା। କିନ୍ତୁ ମହିଳା ଜଣକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ବଢ଼େଇ କାମ କରୁଥିବା ସବିରଙ୍କ ସ୍ବୀକାରୋକ୍ତି ଅନୁସାରେ ସେ ମହିଳାଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ଟିକିଟିକି କରି କାଟି ଓମପୁରା ଓ ସେବଡେନ ରେଲୱେ ପୋଲ ସମେତ ବିଭିନ୍ନ ସ୍ଥାନରେ ପକାଇଥିଲା। ଶନିବାର ରାତିରେ ସେଠାରୁ ମହିଳାଙ୍କ ମୁଣ୍ଡ ଓ ଶରୀରର କିଛି ଅଂଶ ଉଦ୍ଧାର କରାଯାଇଛି। ମହିଳାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ତାଙ୍କର ଏକ ଟାଇଲ କାମ ପାଇଁ ସବିର ପ୍ରଥମେ ତାଙ୍କ ଘରକୁ ଯାଇଥିଲା। ପୁଲିସ ଅଭିଯୁକ୍ତ ସବିରକୁ ଗିରଫ କରିବା ସହିତ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe