କିବ୍‌ ବିଫଳତା ପରେ ୟୁକ୍ରେନ୍‌ ଯୁଦ୍ଧର ନେତୃତ୍ବ ପାଇଁ ନୂଆ ଆର୍ମି-ଜେନେରାଲ୍‌ ନିଯୁକ୍ତ କଲେ ପୁଟିନ୍‌

Advertisment
କିବ୍‌ ବିଫଳତା ପରେ ୟୁକ୍ରେନ୍‌ ଯୁଦ୍ଧର ନେତୃତ୍ବ ପାଇଁ ନୂଆ ଆର୍ମି-ଜେନେରାଲ୍‌ ନିଯୁକ୍ତ କଲେ ପୁଟିନ୍‌

Image Courtesy of Siasat.com

ମସ୍କୋ: ମସ୍କୋ ସେନା କିବ୍‌ ଅଧିକାର କରିବାରେ ବିଫଳ ହେବାରୁ ୟୁକ୍ରେନ୍‌ରେ ଚାଲିଥିବା ଯୁଦ୍ଧରେ ନେତୃତ୍ବ ନେବା ପାଇଁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ରୁଷ୍‌ ଦକ୍ଷିଣାଞ୍ଚଳ ସାମରିକ ଜିଲ୍ଲାର କମାଣ୍ଡର୍‌ ଅଲେକ୍‌ଜେଣ୍ଡାର୍‌ ଡିଭୋର୍ଣ୍ଣିକୋଭ୍‌ଙ୍କୁ ନୂତନ ‘ଆର୍ମି ଜେନେରାଲ୍‌’ ଭାବେ ନିଯୁକ୍ତ କରିଛନ୍ତି।

‘ସିଏନ୍ଏ୍‌ନ୍‌’ ରିପୋର୍ଟ ଅନୁସାରେ, ୟୁକ୍ରେନ୍‌ରେ ଚାଲିଥିବା ରୁଷ୍‌ର ସାମରିକ ଅଭିଯାନର ‘ଥିଏଟର୍‌ କମାଣ୍ଡର୍‌’ଭାବେ ଦିନୋର୍ଣ୍ଣିକୋଭ୍‌ଙ୍କୁ ନାମିତ କରାଯାଇଛି। ମେ ୯ ତାରିଖରେ ପାଳନ କରାଯିବାକୁ ଥିବା ‘ବିଜୟ ଦିବସ’ ପୂର୍ବରୁ ଯୁଦ୍ଧକ୍ଷେତ୍ରରେ କିଛି ଅଗ୍ରଗତି କରି ପୁଟିନ୍‌ଙ୍କୁ ଦେଖାଇବା ଦିନୋର୍ଣ୍ଣିକୋଭ୍‌ଙ୍କ ଉଦ୍ଦେଶ୍ୟ ବୋଲି କଳ୍ପନାଜଳ୍ପନା ଚାଲିଛି। ସାମରିକ ବିଶ୍ଳେଷଣକାରୀ ଓ ଯୁକ୍ତରାଷ୍ଟ୍ର ଆମେରିକା ଗୁଇନ୍ଦା ଆକଳନକୁ ଭିତ୍ତି କରି ‘ସିଏନ୍‌ଏନ୍‌’ ଏଭଳି ରିପୋର୍ଟ କରିଛି।

publive-image Image Courtesy of India Today

ସୂଚନାଯୋଗ୍ୟ, ଦ୍ବିତୀୟ ବିଶ୍ବଯୁଦ୍ଧରେ ଜର୍ମାନି ଉପରେ ସୋଭିଏତ୍‌ ଦେଶର ବିଜୟ ବାର୍ଷିକୀ ଅବସରରେ ମେ ୯ ତାରିଖକୁ ରୁଷ୍‌ ‘ବିଜୟ ଦିବସ’ ଭାବେ ପାଳନ କରାଯାଏ।

ସେପଟେ, ୟୁକ୍ରେନ୍‌ ବାୟୁସେନା ସୂଚନା ଦେଇଛି ଯେ, ଶନିବାର ଦିନ ରୁଷ୍‌ର ୧୩ଟି ବିମାନ ଆକ୍ରମଣକୁ ପ୍ରତିରୋଧ କରାଯାଇ ଧ୍ବଂସ କରାଯାଇଛି। ଏଥିରେ ରୁଷ୍‌ ୫ଟି ‘ୟୁ‌ଏଭି’, ୪ଟି କ୍ଷେପଣାସ୍ତ୍ର, ୩ଟି ବିମାନ ଏବଂ ଗୋଟିଏ ହେଲିକପ୍ଟର୍‌ ହରାଇଛି।

ଏହାଛଡ଼ା, ଶନିବାର ଦିନ ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ ଅଚାନକ କିବ୍‌ ଯାଇ ୟୁକ୍ରେନୀୟ ରା‌ଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ ଭେଟିଛନ୍ତି। ଉଭୟ ନେତା କଡ଼ା ନିରାପତ୍ତା ମଧ୍ୟରେ ଜନଶୂନ୍ୟ କିବ୍‌ ନଗରୀ ରାସ୍ତାରେ କିଛି ବାଟ ପାଦରେ ଚାଲି ଚାଲି ଯାଇଥିଲେ। ୟୁକ୍ରେନ୍‌କୁ ସାମରିକ ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜନ୍‌ସନ୍‌ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe