ଆଜି ଲ୍ୟାଣ୍ଡ୍‌ଫଲ୍ କରିବା ପରେ ମଧ୍ୟ ଆସନ୍ତାକାଲି ସକାଳ ଯାଏଁ ‘ଅମ୍ଫାନ୍’ର ପ୍ରକୋପ ରହିବ: ଆଇଏମ୍‌ଡି

Advertisment
ଆଜି ଲ୍ୟାଣ୍ଡ୍‌ଫଲ୍ କରିବା ପରେ ମଧ୍ୟ ଆସନ୍ତାକାଲି ସକାଳ ଯାଏଁ ‘ଅମ୍ଫାନ୍’ର ପ୍ରକୋପ ରହିବ: ଆଇଏମ୍‌ଡି

Image Courtesy of Reuters

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ପଶ୍ଚିମବଙ୍ଗ ଉପକୂଳରେ ବାତ୍ୟା ଅମ୍ଫାନ୍ ସ୍ଥଳଭାଗରେ ପ୍ରବେଶ କରି କ୍ରମଶଃ ଦୁର୍ବଳ ହେବା ପୂର୍ବରୁ ଗାଙ୍ଗେୟ ପଶ୍ଚିମବଙ୍ଗ ଏବଂ ବାଂଲାଦେଶର ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ବାତ୍ୟା ସମ୍ବନ୍ଧୀୟ ନ୍ୟାସ୍‌ନାଲ୍ ବୁଲେଟିନ୍‌ରେ ଆଜି ଭାରତୀୟ ପାଣିପାଗ ବିଭାଗ ଏଭଳ ସୂଚନା ଦେଇଛି।

ବୁଲେଟିନ୍‌ରେ ପାଣିପାଗ ବିଭାଗ କହିଛି, ମେ ୨୧ ତାରିଖ ସକାଳ ଯାଏଁ ବାତ୍ୟାର ତୀବ୍ରତା ବଜାୟ ରହିବ। ଏହା ପରେ ବାତ୍ୟା ଅମ୍ଫାନ୍ ବାଂଲାଦେଶ ଆକାଶରେ ଗଭୀର ଅବପାତ ପାଲଟିବ।

publive-image Image Source: Hindustan Times

ଅମ୍ଫାନ୍‌ର ପ୍ରଭାବରେ ମେ ୨୦ ରାତି ଓ ୨୧ ତାରିଖ ସକାଳେ ଗାଙ୍ଗେୟ ପଶ୍ଚିମବଙ୍ଗର ମୁର୍ଶିଦାବାଦ  ଓ ନଦିଆ ଅଞ୍ଚଳର ଅଭ୍ୟନ୍ତର ଜିଲ୍ଲାଗୁଡ଼ିକରେ ଘଣ୍ଟାପ୍ରତି ୭୦ ରୁ ୮୦ କିଲୋମିଟର ବେଗରେ ବତାସ ପ୍ରବାହିତ ହେବ। ମେ ୨୦ ତାରିଖ ଦିନ ପଶ୍ଚିମବଙ୍ଗର ମାଲଦା ଓ ଦିନାଜପୁର ଜିଲ୍ଲାରେ ଏବଂ ହିମାଳୟ ପାଦଦେଶସ୍ଥ ପଶ୍ଚିମବଙ୍ଗରେ ସ୍ବଳ୍ପର ପ୍ରବଳ ବୃଷ୍ଟିପାତ ହେବ। ମେ ୨୧ ତାରିଖ ଦିନ ପଶ୍ଚିମବଙ୍ଗର ଅଭ୍ୟନ୍ତର ଜିଲ୍ଲାଗୁଡ଼ିକରେ ସ୍ବଳ୍ପ ବୃଷ୍ଟିପାତ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe