ମେ’ରୁ ପ୍ରତି ମାସରେ ୨୦ ଲକ୍ଷ ‘ମେଡ୍‌ ଇନ୍‌ ଇଣ୍ଡିଆ ଟେଷ୍ଟିଂ କିଟ୍‌’

Advertisment
ଗଜପତିରେ ୨୬ ଶିକ୍ଷକ କରୋନା ପଜିଟିଭ୍

Photo: VCU News

ନୁଆଦିଲ୍ଲୀ : ଭାରତ କରୋନା ମୁକାବିଲା ପାଇଁ ଆବଶ୍ୟକ ଟେଷ୍ଟିଂ କିଟ୍‌ ଏବଂ ପିପିଇ ନିଜେ ପ୍ରସ୍ତୁତ କରିବ। ଆସନ୍ତା ମେ'ରୁ ପ୍ରତି ମାସରେ ଭାରତ ୨୦ ଲକ୍ଷ ଟେଷ୍ଟିଂ କିଟ୍‌ ତିଆରି କରିବ। ୧୦ ଲକ୍ଷ ଆରଟି-ପିସିଆର ଏବଂ ୧୦ ଲକ୍ଷ ରୢାପିଡ୍‌ ଏଣ୍ଟିବଡି ଟେଷ୍ଟିଂ କିଟ୍‌ ଭାରତ ସମ୍ପୂର୍ଣ୍ଣ ସ୍ବଦେଶୀ ଢାଞ୍ଚାରେ ପ୍ରସ୍ତୁତ କରିବ। କ‌ରୋନା ମହାମାରୀର ମୁକାବିଲା ପାଇଁ ଭାରତ ଅନ୍ୟ ରାଷ୍ଟ୍ରରୁ ଟେଷ୍ଟିଂ କିଟ୍‌ ଆମଦାନି କରିବା କମାଇ ଦେବ। ଯୁଦ୍ଧକାଳୀନ ଭିତ୍ତିରେ ଉତ୍ତମ ଚିକିତ୍ସା ଏବଂ ଟିକ‌ା ପାଇଁ କାର୍ଯ୍ୟ ଜାରି ରହିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ଭାରତରେ ବର୍ତ୍ତମାନ ଭେଣ୍ଟିଲେଟର ତିଆରି ଦକ୍ଷତା ପ୍ରତି ମାସରେ ୬,୦୦୦ ରହିଛି। ସେହିପରି ଅଧିକରୁ ଅଧିକ ଡେଡିକେ‌ଟେଡ୍‌ କୋଭିଡ୍‌ ହସ୍ପିଟାଲ୍‌ ପାଇଁ ମଧ୍ୟ ଉଭୟ କେନ୍ଦ୍ର ଏବଂ ରାଜ୍ୟ କାର୍ଯ୍ୟ ଜାରି ରଖିଛନ୍ତି। ଗତକାଲି ସୁଦ୍ଧା ଦେଶରେ ସର୍ବମୋଟ୍‌ ୧୯୧୯ କୋଭିଡ୍‌ ହସ୍ପିଟାଲ୍‌, ୧ଲକ୍ଷ ୭୩ ହଜାର ୭୪୬ ବେଡ୍‌ ଏବଂ ୨୧ ହଜାର ୮୦୬ ଆଇସିୟୁ ବେଡ୍‌ ଚିହ୍ନଟ କରାଯାଇଛି। ଏହି ୧୯୧୯ ହସ୍ପିଟାଲ୍‌ ମଧ୍ୟରୁ ୬୭୨ଟି ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ୍‌ ଅତି ଗୁରୁତର ରୋଗୀଙ୍କ ପାଇଁ ରହିଛି। ସେହିପରି ଅଧିକ ପିପିଇ, ଅକ୍ସିଜେନ୍, ଭେଣ୍ଟିଲେଟର ଉପରେ ବି ଗୁରୁତ୍ବ ଦିଆଯାଇଛି। ଅନ୍ୟପକ୍ଷେ ଚୀନ୍‌ଠାରୁ ଆସିଥିବା ୫ ଲକ୍ଷ ରୢାପିଡ୍‌ ଏଣ୍ଟିବଡି ଟେଷ୍ଟିଂ କିଟ୍‌ ବିଭିନ୍ନ ହାଇ ରିସ୍କ ଥିବା ଜିଲ୍ଲାଗୁଡ଼ିକୁ ପ୍ରଥମେ ବଣ୍ଟାଯାଇଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe