ଅନେକ ମାସ ମହାଶୂନ୍ୟରେ ରହିବା ପରେ କରୋନାଭାଇରସ୍‌ ସଂକ୍ରମିତ ବିଶ୍ବକୁ ଫେରିବେ ମହାକାଶଚାରୀ

Advertisment
ଅନେକ ମାସ ମହାଶୂନ୍ୟରେ ରହିବା ପରେ କରୋନାଭାଇରସ୍‌ ସଂକ୍ରମିତ ବିଶ୍ବକୁ ଫେରିବେ ମହାକାଶଚାରୀ

Image Source: Zee News

କେପ୍‌ କେନାଭେରାଲ୍‌: ଆସନ୍ତା ସପ୍ତାହରେ ଏଭଳି ଏକ ପରିବର୍ତ୍ତିତ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବା କଷ୍ଟସାଧ୍ୟ ହେବ ବ‌ୋଲି ଛଅମାସ ହେବ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସ୍ପେସ୍ ଷ୍ଟେସନ୍‌ରେ ଥିବା ନାସାର ଦୁଇଜଣ ମହାକାଶଚାରୀ ଭାବୁଛନ୍ତି।

ଆଣ୍ଡ୍ରିଉ ମୋର୍ଗାନ୍ କହିଛନ୍ତି ଯେ ମହାମାରୀ ସଂକ୍ରାନ୍ତ ସମାଚାର ମହାକାଶଚାରୀମାନଙ୍କୁ ଜଣାଇ ଦିଆଯାଉଛି। ଆସନ୍ତା ଶୁକ୍ରବାର ଦିନ ଆମର ଅଭିଯାନ ଶେଷ ହେଉଥିବାରୁ ବାସ୍ତବରେ କ’ଣ କରାଯିବ ତାହା ବିଚାର କରିବା କଷ୍ଟକର ବ୍ୟାପାର।

publive-image Image Source: First Post

ଗତ ଶରତ୍‌ଋତୁରେ ପ୍ରଥମ କରି ଆରମ୍ଭ ଅଲ୍ଉମାନ୍ ସ୍ପେସ୍‌ୱାକ୍‌ରେ ଭାଗ ନେଇଥିବା ଜେସିକା ମେର୍ କହିଛନ୍ତି ସମଗ୍ର ବିଶ୍ବର ପରିସ୍ଥିତି ଦେଖିବାକୁ ବଡ଼ ବିଚିତ୍ର ଲାଗିବ। କିନ୍ତୁ, ଏଠାରୁ ବିଶ୍ବ ପୂର୍ବଭଳି ଅପୂର୍ବ ସୁନ୍ଦର ଦିଶୁଛି। ତେଣୁ ଆମେ ଏଠାରେ ଥିବା ଭିତରେ ଏତେ ସବୁ ବଦଳି ଯାଇଛି ସହଜରେ ବିଶ୍ବାସ କରି ହେଉନି। ଏ ଭଳି ସଂକଟ କ୍ଷଣରେ ପ୍ରତ୍ୟାବର୍ତ୍ତନ କରିବାକୁ ତାଙ୍କୁ ଦୋଷୀ ଭଳି ଲାଗୁଛି ବୋଲି ସେ କହିଛନ୍ତି।

ପୃଥିବୀରୁ ସାତ ମାସ ଦୂରରେ ରହି ଫେରିବା ପରେ ପରିବାର ଓ ବନ୍ଧୁବର୍ଗଙ୍କୁ କୋଳାଗ୍ରତ କରି ନ ପାରିବା ବଡ଼ କଷ୍ଟଦାୟକ ହେବ। ତାଙ୍କର ମନେ ହେଉଛି ଏବେ ସ୍ପେସ୍ ଷ୍ଟେସନ୍ ଠାରୁ ପୃଥିବୀରେ ତାଙ୍କୁ ଆହୁରି ଏକୁଟିଆ ଲାଗିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe