ଦରବୃଦ୍ଧିକୁ ଦେଖି ମେନୁରୁ ପିଆଜ ଦୋସା ହଟାଇଲା ବେଙ୍ଗାଲୁରୁ ରେସ୍ତୋରାଁ

Advertisment
ଦରବୃଦ୍ଧିକୁ ଦେଖି ମେନୁରୁ ପିଆଜ ଦୋସା ହଟାଇଲା ବେଙ୍ଗାଲୁରୁ ରେସ୍ତୋରାଁ

indiatimes.com

ବେଙ୍ଗାଲୁରୁ: ବଜାରରେ ପିଆଜର ଅଭାବ ଦେଖାଯାଉଥିବା ବେଳେ ଦିନକୁ ଦିନ ଏହାର ଦରବୃଦ୍ଧି ହେଉଥିବା ଦେଖାଯାଉଛି। କିଛି କିଛି ସ୍ଥାନରେ ପିଆଜ ଦର ୧୦୦ଟଙ୍କା ପାର କରିଥିବା ବେଳେ କିଛି ସ୍ଥାନରେ ୮୦-୧୦୦ଟଙ୍କା ମଧ୍ୟରେ ରହିଛି। ଏବେ ବଢ଼ୁଥିବା ଦାମ ଦେଖି ବେଙ୍ଗାଲୁରୁର  କିଛି ରେସ୍ତୋରାଁ ପିଆଜ ଦୋସାକୁ ନିଜ ମେନୁରୁ ହଟାଇ ଦେଇଥିବା ଜଣା ପଡ଼ିଛି।

ବେଙ୍ଗାଲୁରୁ ହେଟେ‌ଲ ଆସୋସିଏସନର କୋଷାଧ୍ୟକ୍ଷ ଭି.କାମତଙ୍କ କହିବା ମୁତାବକ, ଦରବୃଦ୍ଧିକୁ ଦେଖି ଅ‌ାମେ ଏବେ ପିଆଜର ବ୍ୟବହାର କରିବା ବନ୍ଦ କରି ଦେଇଛୁ। ପିଆଜ ଦରବୃଦ୍ଧିକୁ ଦେଖି ଖାଦ୍ୟର ଦାମ୍ ବଢ଼ାଗଲେ କିଛି ଲୋକ ରେସ୍ତୋରାଁରେ ଖାଦ୍ୟ ଖାଇ ପାରିବେ ନାହିଁ। ସେଥିପାଇଁ ଦାମ୍ ବଢ଼ାଇବା ପରିବର୍ତ୍ତେ ଖାଦ୍ୟ ତିଆରିରେ ପିଆଜର ବ୍ୟବହାରକୁ କମ କରି ଦିଆଯାଇଛି। ଏହା ସହ ବେଙ୍ଗାଲୁରୁର କିଛି ରେସ୍ତୋରାଁରୁ ପିଆଜ ଦୋଷାକୁ ମଧ୍ୟ ହଟାଇ ଦିଆଯାଇଛି।

publive-image indiatimes.com

ମୁମ୍ବାଇର ଜଣେ ରେସ୍ତୋରାଁ ମାଲିକଙ୍କ କହିବା ମୁତାବକ, କିଛି ଲୋକ ଖାଇବା ସହ କଞ୍ଚା ପିଆଜ ମାଗୁଛନ୍ତି। ଆଗରୁ ଏହାକୁ ମାଗଣାରେ ଦିଆଯାଉଥିବା ବେଳେ ଏବେ ପ୍ଲେଟ ପିଛା ୧୫ଟଙ୍କା କରି ଦିଆଯାଇଛି। ବଢ଼ୁଥିବା ଦାମକୁ ଦେଖି ଆମେ ଏଭଳି କରିବାକୁ ବାଧ୍ୟ ହେଉଛୁ। ତେବେ ଯେଉଁ ସବୁ ଜିନିଷ ପିଆଜ ବିନା ପ୍ରସ୍ତୁତ ହେବା ଅସମ୍ଭବ, ତାହାର ଦାମକୁ ଏବେ ବଢ଼ାଇ ଦିଆ ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe