ବୟସ ଏକ ସଂଖ୍ୟା ମାତ୍ର; ୬୮ ବର୍ଷ ବୟସରେ +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବିଜୟକୁମାରୀ

Advertisment
ବୟସ ଏକ ସଂଖ୍ୟା ମାତ୍ର; ୬୮ ବର୍ଷ ବୟସରେ +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବିଜୟକୁମାରୀ

କୋଚି: ୬୮ ବର୍ଷ ବୟସରେ +୨ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ବିଜୟକୁମାରୀ ପ୍ରମାଣିତ କରି ଦେଇଛନ୍ତି ଯେ ବୟସ ହେଉଛି ଏକ ସଂଖ୍ୟା ମାତ୍ର। ନିଜର ଏହି ବିରଳ ସଫଳତା ପରେ ସେ କହିଛନ୍ତି, ‘ଯଦି ତମର ମନୋବଳ ଅଛି ଏବଂ ନୂଆ କିଛି ଜିନିଷ ଶିଖିବାର ଇଛା ରହିଛି ତାହେଲେ ତମେ ଆଗକୁ ବଢିବାର ଉପାୟ ଆପେ ଆପେ ପାଇଯିବ’। ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ହିଁ ସେ ୬୮ ବର୍ଷ ବୟସରେ ସେ ଯୁକ୍ତ ଦୁଇ ପରୀକ୍ଷାରେ ଉତୀର୍ଣ୍ଣ ହୋଇଛନ୍ତି । ଖାଲି ସେତିକି ନୁହେଁ, ସେ ବର୍ତ୍ତମାନ +୨ ଶ୍ରେଣୀରୁ ସଫଳତାର ସହ ଉତ୍ତୀର୍ଣ୍ଣ ହେବାପରେ ସ୍ନାତକୋତ୍ତର ଶ୍ରେଣୀରେ ପଢିବାକୁ ପ୍ରସ୍ତୁତ ହେଉଛନ୍ତି ।

କେରଳର ଆଲାପୁଜାସ୍ଥିତ ମୁଥୁକୁଲାମର ମୂଳ ବାସିନ୍ଦା ବି ବିଜୟକୁମାରୀ ପତନମଥିତାରେ ରହନ୍ତି । ସେ ଭାସୁ ଦେବନ୍ ପିଲ୍ଲାଇ ଏବଂ ଭାର୍ଗବୀ ଆମ୍ମାଙ୍କର ସପ୍ତମ ଏବଂ ସବୁଠାରୁ ସାନ ଝିଅ | ଆରମ୍ଭରୁ ତାଙ୍କର ପାଠପଢା ପ୍ରତି ବହୁତ ଆଗ୍ରହ ଥିଲା | ବିଜୟକୁମାରୀ ନାଡୁଭାଟମ୍ ସରକାରୀ ହାଇସ୍କୁଲରେ ଦଶମ ଶ୍ରେଣୀ ପଢି ସାରିଲା ପରେ କାୟାମକୁଲମରେ ଥିବା ଏମଏସଏମ କଲେଜରେ ପ୍ରି-ଡିଗ୍ରୀ ପାଠ୍ୟକ୍ରମ ପାଇଁ ଯୋଗ ଦେଇଥିଲେ | ହେଲେ ତାଙ୍କ କଲେଜ ବନ୍ଧୁ ମୋହାନା କୁରୁପଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାପରେ ସେ ଶେଷ ବର୍ଷର ପରୀକ୍ଷା ଦେଇପାରି ନଥିଲେ ।

ବିଜୟକୁମାରୀ କହିଛନ୍ତି ଯେ, ଯୁକ୍ତ ଦୁଇ ଆଡ଼ମିସନ ପାଇଁ ତାଙ୍କ ପରିବାର ଲୋକ ଏବଂ ବିଶେଷ କରି ତାଙ୍କ ନାତି ତାଙ୍କୁ ଉତ୍ସାହିତ କରିଥିଲେ | ମୁଁ କେବେ ଭାବି ନଥିଲି ଯେ ମୁଁ ମୋର ଉଦ୍ୟମରେ ସଫଳ ହେବି। ଏହି ପାଠ୍ୟକ୍ରମରେ ଯୋଗଦେବା ସମୟରେ ତାଙ୍କୁ ତାଙ୍କ ନାତି ବିବେକ ହିଁ ସାହାଯ୍ୟ କରିଥିଲେ। ତାଙ୍କର ପ୍ରସ୍ତୁତିକୁ ମନେ ପକାଇ ସେ କୁହନ୍ତି, “ମୁଁ ଇଂରାଜୀରେ ପାଞ୍ଚଟି ପରୀକ୍ଷାରେ ଯୋଗ ଦେଇଥିଲି ଏବଂ ମୋର ଦ୍ୱିତୀୟ ଭାଷା ହିନ୍ଦୀ ଥିଲା। ମୁଁ ଅନଲାଇନରେ କ୍ଲାସରେ ଯୋଗ ଦେଇ ପ୍ରତିଦିନ ମଧ୍ୟରାତ୍ରିରୁ ସକାଳ ୪ଟା ପର୍ଯ୍ୟନ୍ତ ପଢ଼ୁଥିଲି । ”

ଏହି ବୟସରେ ୬୦ ପ୍ରତିଶତ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟି ଯାଇଛନ୍ତି | ତାଙ୍କ ନିଷ୍ଠା ପାଇଁ ତାଙ୍କୁ ସମ୍ମାନିତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା । ବିଜୟକୁମାରୀ କୁହନ୍ତି, ମୋର ଶିକ୍ଷା ଅନୁସରଣରେ ଥିବା ସମସ୍ତ ବାଧାବିଘ୍ନକୁ ମୁଁ ଅତିକ୍ରମ କରି ବହୁତ ଖୁସି ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe