ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲଦାଖ ପରିଦର୍ଶନ ପରେ ଚୀନ୍ କହିଲା ଉତ୍ତେଜନା ବୃଦ୍ଧିକାରୀ କାର୍ଯ୍ୟକଳାପରେ ଲିପ୍ତ ହୁଅନାହିଁ

Advertisment
ପ୍ରଧାନମନ୍ତ୍ରୀ ମୋଦୀଙ୍କ ଲଦାଖ ପରିଦର୍ଶନ ପରେ ଚୀନ୍ କହିଲା ଉତ୍ତେଜନା ବୃଦ୍ଧିକାରୀ କାର୍ଯ୍ୟକଳାପରେ ଲିପ୍ତ ହୁଅନାହିଁ

Image Courtesy of Matrubhumi

ନୂଆଦିଲ୍ଲୀ: ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଲଦାଖ ପହଞ୍ଚିବାର କେତେ ଘଣ୍ଟା ପରେ ଚୀନ୍‌ କହିଛି ‘ଉତ୍ତେଜନା ହ୍ରାସ ପାଇଁ’ ଭାରତ ସହ ବୁଝାମଣା ଚାଲିଛି। ପରିସ୍ଥିତିକୁ ବିଗାଡ଼ିବା କାର୍ଯ୍ୟକଳାପରେ କୌଣସି ପକ୍ଷ ଲିପ୍ତ ହେବା ଅନୁଚିତ।

ଚୀନ୍‌ର ବୈଦେଶିକ ମନ୍ତ୍ରୀ ଝାଓ ଲିଜିଆନ୍ କହିଛନ୍ତି, ‘ଉ‌ତ୍ତେଜନା ହ୍ରାସ’ ନିମନ୍ତେ ସାମରିକ ଏବଂ କୂଟନୈତିକ ପ୍ରଣାଳୀରେ ଭାରତ ଓ ଚୀନ୍ ଆଲୋଚନା ଏବଂ ବୁଝାମଣା ଚଳାଇଛନ୍ତି। ଏ ସମୟରେ ପରିସ୍ଥିତିକୁ ବିଗାଡ଼ିବା ଭଳି କୌଣସି କାର୍ଯ୍ୟକଳାପରେ କୌଣସି ପକ୍ଷ ଲିପ୍ତ ନ ହେବା ଉଚିତ।

ଏଠାରେ ସ୍ମରଣ କରାଇଦିଆଯାଇ ପାରେ ଯେ, ଆଜି ସକାଳ ୯: ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଚାନକ ଲେହ ପରିଦର୍ଶନରେ ଯାଇଥିଲେ। ସମୁଦ୍ରପତ୍ତନ ଠାରୁ ୧୧ ହଜାର ଫୁଟ୍ ଉଚ୍ଚ ନି‌ମୁ ଠାରେ  ସେ ସେନା, ବାୟୁସେନା ଏବଂ ଆଇଟିବିପିର ଅଧିକାରୀଙ୍କ ସହ ସୀମାନ୍ତ ସ୍ଥିତି ସମ୍ବନ୍ଧରେ ଆଲୋଚନା କରିଛନ୍ତି। ତାଙ୍କ ସହ ସିଡିଏସ୍ ବିପିନ ରାୱତ୍ ମଧ୍ୟ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe