ପୁଣି ବିବାଦରେ ସିଦ୍ଧୁ : ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ଦେଲେ ଏଭଳି ମତ

Advertisment
ପୁଣି ବିବାଦରେ ସିଦ୍ଧୁ : ଉଇଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ଦେଲେ ଏଭଳି ମତ

oneindia.com

ନୂଆଦିଲ୍ଲୀ : ପୁଲଓ୍ଵାମା ଆକ୍ରମଣ ପରେ ପରେ ବିବାଦରେ ରହିଛନ୍ତି ପୂର୍ବତନ କ୍ରିକେଟର ତଥା ପଞ୍ଜାବର ମନ୍ତ୍ରୀ ନବଜୋତ୍‌ ସିଂହ ସିଦ୍ଧୁ । ପୁଲଓ୍ଵାମା ଆକ୍ରମଣରେ ଭାରତର ୪୦ଜଣ ଯବାନ ସହିଦ୍‌ ହେବା ପରେ ମଧ୍ୟ ସିଦ୍ଧୁ ପାକିସ୍ତାନକୁ ସମର୍ଥନ କଲା ଭଳି କଥା କହି ପ୍ରଥମେ ବିବାଦରେ ଫସିଥିଲେ । ଯାହା ପରେ ତାଙ୍କୁ କପିଲ ଶର୍ମାଙ୍କ କମେଡି ସୋ’ରୁ ବାହାର କରି ଦିଆ ଯାଇଥିଲା । ଏବେ ପୁଣି ସେ ଭାରତର ବୀର ପାଇଲଟ୍‌ ଅଭିନନ୍ଦନଙ୍କୁ ନେଇ ନିଜର ଯେଉଁ ମତ ରଖିଛନ୍ତି, ତାହା ତାଙ୍କୁ ପୁଣି ବିବାଦରେ ଛନ୍ଦିଛି ।

publive-image oneindia.com

ସୂଚନା ମୁତାବକ, ଅମୃତସରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ବେଳେ ସିଦ୍ଧୁ ଦେଶର ବର୍ତ୍ତମାନ ପରିସ୍ଥିତି ବିଷୟରେ କହିଥିଲେ। ତାଙ୍କ କହିବା ଅନୁଯାୟୀ, "ଯଦି ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ତିକ୍ତତା ଦିନକୁ ଦିନ ବଢ଼ିବାକୁ ଲାଗେ, ତେବେ ପାଇଲଟ୍‌ ଅଭିନନ୍ଦନଙ୍କ ଭଳି ଘଟଣା ଆଗକୁ ଘଟିବ । ମୁଁ ଚାହୁଁଛି କି ଭାରତ ମା’ର ପୁଅମାନେ ପରସ୍ପରଠାରୁ ଅଲଗା ନ ହୁଅନ୍ତୁ । ଯଦି ଦୁଇ ଦେଶ ମଧ୍ୟରେ ଏଭଳି ତିକ୍ତତା ବଢ଼ି ଚାଲିବ, ତେବେ ଦୁଇ ଦେଶ ଏଭଳିି ରାସ୍ତାକୁ ଚାଲିଯିବେ, ଯେଉଁଠୁ ଫେରିବା କଷ୍ଟକର ହେବ । ମୁଁ ଆଜି ବି ସେହି କଥାରେ ଅଟଳ କି, କିଛି ଲୋକଙ୍କ ପାଇଁ ପୂରା ଦେଶକୁ ଦଣ୍ଡ ଦେବା ଉଚିତ୍‌ ନୁହେଁ" ବୋଲି କହିଥିଲେ ସିଦ୍ଧୁ । ସିଦ୍ଧୁଙ୍କ ଏଭଳି ବୟାନ ଶୁଣି ଥମି ଯାଇଥିବା ବିବାଦ ଏବେ ପୁଣି ମୁଣ୍ଡ ଟେକିବା ଆରମ୍ଭ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe