ପୁନୀତ ରାଜକୁମାରଙ୍କ ମୃତ୍ୟୁ ପରେ ହୃତ୍‌ପିଣ୍ଡ ପରୀକ୍ଷା ପାଇଁ ଡାକ୍ତରଖାନାରେ ଗହଳି

Advertisment
ପୁନୀତ ରାଜକୁମାରଙ୍କ ମୃତ୍ୟୁ ପରେ ହୃତ୍‌ପିଣ୍ଡ ପରୀକ୍ଷା ପାଇଁ ଡାକ୍ତରଖାନାରେ ଗହଳି

Image Courtesy of Deccan Herald

ବେଙ୍ଗାଲୁରୁ: ହୃଦ୍‌ଘାତ ହେତୁ ମେଗାଷ୍ଟାର୍‌ ପୁନୀତ ରାଜକୁମାରଙ୍କ ହେଦାନ୍ତ ପରେ ହୃଦ୍‌ପିଣ୍ଡ ପରୀକ୍ଷା ପାଇଁ ଡାକ୍ତରଖାନାମାନଙ୍କରେ ଅଚାନକ ଗହଳି ବୃଦ୍ଧି ପାଇଥିବା କଥା ଡାକ୍ତରମାନେ କହୁଛନ୍ତି।

ବେଙ୍ଗାଲୁରୁସ୍ଥିତ ‘ଶ୍ରୀଜୟଦେବ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କାର୍ଡିଓଭାସ୍କୁଲାର୍‌ ସାଇନ୍‌ସେସ୍‌ ଆଣ୍ଡ୍‌ ରିସର୍ଚ ସେଣ୍ଟର୍‌’ରେ ପ୍ରଥମ ଥର ପାଇଁ ‘ହୃତ୍‌ସ୍ୱାସ୍ଥ୍ୟ’ ପରୀକ୍ଷା କରାଇବା ପାଇଁ ବହୁସଂଖ୍ୟକ ବ୍ୟକ୍ତି ଆସୁଥିବା ରିପୋର୍ଟ ମିଳିଛି।

‘ଶ୍ରୀଜୟଦେବ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କାର୍ଡିଓଭାସ୍କୁଲାର୍‌ ସାଇନ୍‌ସେସ୍‌ ଆଣ୍ଡ୍‌ ରିସର୍ଚ ସେଣ୍ଟର୍‌’ର ନିର୍ଦେଶକ ଡାକ୍ତର ସି. ଏନ୍‌. ମଞ୍ଜୁନାଥ କହିଛନ୍ତି, ଗତ ତିନି ଦିନ ହେବ ଡାକ୍ତରଖାନାକୁ ବହୁସଂଖ୍ୟକ ରୋଗୀ ଆସୁଛନ୍ତି। ଦୈନିକ ଆମେ ୧୦୦୦ ରୋଗୀଙ୍କର ଚିକିତ୍ସା କରୁ। କିନ୍ତୁ, ଏବେ ଦୈନିକ ପ୍ରାୟ ୧୮୦୦ ରୋଗୀ ଆସୁଛନ୍ତି। ଫଳରେ ଡାକ୍ତର, ନର୍ସ ଓ ଡାକ୍ତରଖାନା ପରିଚାଳନାକାରୀଙ୍କ ବ୍ୟସ୍ତତା ବୃଦ୍ଧି ପାଇଛି।

publive-image Image Courtesy of NDTV

କେବଳ ‘ଶ୍ରୀଜୟଦେବ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କାର୍ଡିଓଭାସ୍କୁଲାର୍‌ ସାଇନ୍‌ସେସ୍‌ ଆଣ୍ଡ୍‌ ରିସର୍ଚ ସେଣ୍ଟର୍‌’ରେ ନୁହେଁ ସମଗ୍ର କର୍ଣ୍ଣାଟକରେ ଥିବା ଡାକ୍ତରଖାନାଗୁଡ଼ିକରେ ହୃତ୍‌ପିଣ୍ଡ ପରୀକ୍ଷା କରାଇବା ପାଇଁ ଲୋକେ ଗହଳି କରୁଥିବା ଜଣାପଡ଼ିଛି।

ଅଯଥାରେ ହୃତ୍‌ପିଣ୍ଡ ପରୀକ୍ଷା କରାଇବା ପାଇଁ ‘ଆଉଟ୍‌-ଡୋର୍‌’କୁ ଆସୁଥିବା ଲୋକମାନଙ୍କୁ ବୁଝାଇବାକୁ ଯାଇ ଡାକ୍ତରମାନେ କହୁଛନ୍ତି, ଏଇଟା ମହାମାରୀ ନୁହେଁ ‘ହୃଦ୍‌ରୋଗ’ର ପାରିବାରିକ ଇତିହାସ ଥାଏ।

ମଣିପାଲ୍‌ ହସ୍ପିଟାଲ୍‌ର ଡାକ୍ତର ସୁଦର୍ଶନ ବଲ୍ଲାଲ କହନ୍ତି, ଉତ୍ସବ ସମୟ ଚାଲିଥିଲେ ମଧ୍ୟ ‘କାର୍ଡିଆକ୍‌ ଓପିଡି’ରେ ରୋଗୀ ସଂଖ୍ୟା ବୃଦ୍ଧି ୨୦% ରୁ ୨୫% ପାଇଛି।

ଏହା ବ୍ୟତିରେକେ, ଘରେ ଥିବା ‘ଜିମ୍‌’ରେ ବ୍ୟାୟାମ ଶେଷ କରିବା ପରେ ପରେ ପୁନୀତ ରାଜକୁମାର ହୃଦ୍‌ଘାତର ଶିକାର ହୋଇଥିଲେ ବୋଲି ରିପୋର୍ଟ ହେବା ପରେ ‘ଜିମ୍‌’ ପ୍ରତି ଯୁବବର୍ଗଙ୍କର ନକାରାତ୍ମକ ମନୋଭାବ ବୃଦ୍ଧି ପାଇଛି ବୋଲି ବିଶେଷଜ୍ଞମାନେ କହୁଛନ୍ତି।

‘ଜିମ୍‌’ରେ କଠିନ ବ୍ୟାୟାମ କଲେ ହୃଦ୍‌ଘାତ ହୋଇପାରେ ବୋଲି ସେମାନଙ୍କ ମନରେ ଧାରଣା ସୃଷ୍ଟି ହୋଇଛି। କିନ୍ତୁ, ‘ଜିମ୍‌’ ସହ ହୃଦ୍‌ଘାତର କୌଣସି ସମ୍ପର୍କ ନାହିଁ ବୋଲି ‘ଷ୍ଟିଭ୍‌ ଜିମ୍‌ ବେଙ୍ଗାଲୁରୁ’ର ସଂସ୍ଥାପକ ଡି. ଷ୍ଟିଭ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe