ସନ୍ଧ୍ୟା ଥିଏଟରରେ ଦଳଚକଟା ପରେ କଠୋର୍ ହେଲେ କୋର୍ଟ: ପିଲାଙ୍କ ସିନେମା ହଲ୍ ଯିବା ଉପରେ ଲଗାଇଲେ କଟକଣା

HALL1

ହାଇଦ୍ରାବାଦ: ପୁଷ୍ପା-୨ ପ୍ରିମିୟର ସୋ’ରେ ଅଘଟଣ ପରେ କଠୋର ହୋଇଛନ୍ତି ତେଲେଙ୍ଗାନା ହାଇକୋର୍ଟ । ସିନେମା ହଲ ଯିବା ନେଇ ପିଲାଙ୍କ ଉପରେ କଟକଣା ଜାରି କରିଛନ୍ତି ଏବଂ ନାବାଳକଙ୍କ ସିନେମା ଦେଖିବାର ସମୟ ମଧ୍ୟ ଧାର୍ୟ୍ୟ କରିଛନ୍ତି । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ପିଲାମାନେ ଦିନ ୧୧ଟା ପୂର୍ବରୁ ଏବଂ ରାତି ୧୧ଟା ପରେ ହଲକୁ ଯାଇପାରିବେ ନାହିଁ । ସମସ୍ତ ସିନେମା ହଲ କର୍ତ୍ତୃପକ୍ଷ ଏସବୁ ନିୟମ ମାନିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ।

rr34

ତେବେ ଡିସେମ୍ବର ୪, ୨୦୨୪ ଦିନ ବିଗ୍ ବଜେଟ୍ ସିନେମା ପୁଷ୍ପା-୨ର ପ୍ରିମିୟର ସୋ’ରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବାକୁ ମଧ୍ୟ ପ୍ରଶଂସକଙ୍କ ଭିଡ ଲାଗିଥିଲା । ଆଉ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରଥମ ସ୍କ୍ରିନିଂ ସମୟରେ ଅଲ୍ଲୁ ଅର୍ଜୁନଙ୍କ ଉପସ୍ଥିତିରେ ହାଇଦ୍ରାବାଦର ସନ୍ଧ୍ୟା ଥିଏଟରରେ ଦଳଚକଟା ହୋଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ନାବାଳକ ପୁଅ ଗୁରୁତର ହୋଇଥିଲା ।  ପରେ ଏହି ମାମଲାରେ ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରାଯାଇଥିଲା ଏବଂ ତାଙ୍କୁ ଜାମିନ ମିଳିଥିଲା । ଗହଳି ସମୟରେ ସିନେମା ଦେଖିବାକୁ ପିଲାମାନେ ଆସୁଥିବାରୁ ଏମିତି ଅଘଟଣ ଘଟୁଛି ତେଣୁ ପିଲାଙ୍କ ସିନେମା ହଲ ଆସିବା ଉପରେ କଟକଣା ଜାରି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe