ରାଫେଲ ପରେ ଏବେ ରୋମିଓକୁ ଅପେକ୍ଷା

ରାଫେଲ ପରେ ଏବେ ରୋମିଓକୁ ଅପେକ୍ଷା

photo-india defence news

ନୂଆଦିଲ୍ଲୀ: ଭାରତ ମାଟି ଛୁଇଁଛି ରାଫେଲ୍। ଫ୍ରାନ୍ସ୍‌ରୁ ପ୍ରଥମ ପର୍ଯ୍ୟାୟରେ ଆସିଥିବା ପାଞ୍ଚଟି ରାଫେଲ୍ ‌ଲଢୁଆ ଜେଟ୍ ହରିୟାଣାର ଅମ୍ବାଲା ଏୟାର ବେସରେ ଅବତରଣ କରିଛି । ଭାରତୀୟ ବାୟୁସେନାର ବହୁ ବରିଷ୍ଠ ଅଧିକାରୀ ଅମ୍ବାଲା ବେସରେ ଉପସ୍ଥିତ ରହି ବିମାନଗୁଡ଼ିକୁ ସ୍ବାଗତ କରିଛନ୍ତି। ଆଉ ରାଫେଲ ପରେ ବର୍ତ୍ତମାନ ଭାରତୀୟ ନୌସେନା ଏମଏଚ-୬୦-ରୋମିଓ ହେଲିକପ୍ଟରକୁ ଅପେକ୍ଷା କରିଛି | ଯାହାକି ନୌସେନାର ଶକ୍ତି ବୃଦ୍ଧି କରିବ। ଦକ୍ଷିଣ ଚୀନ୍ ସାଗରରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଏହି ହେଲିକପ୍ଟରକୁ ଯଥାଶୀଘ୍ର ଭାରତକୁ ଦେବାକୁ ଘୋଷଣା କରିଛି। ଆସନ୍ତା ବର୍ଷ ଆରମ୍ଭରେ ଭାରତୀୟ ନୌସେନାକୁ ଏହି ହେଲିକପ୍ଟର ମିଳିଯିବ ବୋଲି ଆଶା କରାଯାଉଛି।

ଏଠାରେ ସୂଚନା ଥାଉ କି ଚଳିତ ବର୍ଷ ଫେବୃଆରୀରେ ସମୁଦ୍ର ସୀମାରେ ନୌସେନାର ଶକ୍ତି ବୃଦ୍ଧି କରିବାକୁ ୨୪ଟି ହେଲିକପ୍ଟର ଚୁକ୍ତି ଘୋଷଣା କରାଯାଇଥିଲା। ଏହି ହେଲିକପ୍ଟର ମାଧ୍ୟମରେ ନୌସେନାର ଶକ୍ତି ବହୁଗୁଣିତ ହେବ ଏବଂ ନୌସେନା ରାତିରେ କାର୍ଯ୍ୟ କରିବାକୁ ସକ୍ଷମ ହେବ। ଏହି ହେଲିକପ୍ଟର ବିଷୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହା କେବଳ ସମୁଦ୍ର ଉପରେ ନୁହେଁ ବରଂ ସମୁଦ୍ର ଭିତରେ ଥିବା ବୁଡ଼ାଜାହାଜକୁ ମଧ୍ୟ ଟାର୍ଗେଟ କରିବାରେ ସକ୍ଷମ ଅଟେ।

ଏହି ହେଲିକପ୍ଟର ମିସାଇଲ୍, ଟର୍ପେଡୋ ଏବଂ ସେନ୍ସର ଟେକ୍ନୋଲୋଜି ସହ ରାତିରେ ଅପରେସନ୍ ଏବଂ ପାଟ୍ରୋଲିଂ ପାଇଁ ଉପଯୁକ୍ତ ଅଟେ | ଦୁଇ ପାଇଲଟଙ୍କ ସହିତ ଏହି ହେଲିକପ୍ଟରଟି ରାତିର ଅନ୍ଧକାରରେ ମଧ୍ୟ ଏହାର ଲକ୍ଷ୍ୟକୁ ଚିହ୍ନିବା ଏବଂ ଆକ୍ରମଣ କରିବାରେ ସକ୍ଷମ | ଏଥିରେ ୧୦ ଜଣ ସୈନିକ ବସିବାର କ୍ଷମତା ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe