Oneindia Hindi
ମୁମ୍ବାଇ: ବଲିଉଡ଼ ଅଭିନେତା ସଂଜୟ ଦତ୍ତ ସୁସ୍ଥ ହୋଇ ଡାକ୍ତରଖାନାରୁ ଆଜି ଘରକୁ ଫେରିଛନ୍ତି। ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ଯୋଗୁ ଦୁଇଦିନ ପୂର୍ବେ ୮ ତାରିଖରେ ତାଙ୍କୁ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯଦିଓ ତାଙ୍କର କରୋନା ନେଗେଟିଭ ଆସିଥିଲା ତଥାପି ତାଙ୍କୁ ନିରୀକ୍ଷଣରେ ରଖାଯାଇଥିଲା। ଡାକ୍ତରମାନେ ତାଙ୍କର ଅଧିକ ପରୀକ୍ଷା ନିରୀକ୍ଷା କରିଥିଲେ। ଆଜି ଡାକ୍ତରଖାନାରୁ ଫେରି ତାଙ୍କ ଘର ଆଗରେ କାର ନିକଟରେ ଏକ କୁର୍ତ୍ତା ଓ ମାସ୍କ ପିନ୍ଧା ଫଟୋରେ ତାଙ୍କୁ ଦେଖିବାକୁ ମିଳିଛି। ତାଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ଥିବା ପ୍ରଶଂସକମାନଙ୍କୁ ସଂଜୟ ଏହି ଅବସରରେ ଧନ୍ୟବାଦ ଜଣାଇଛନ୍ତି। ଡାକ୍ତରଖାନାରେ ଥିବା କାରଣରୁ ନିଜକୁ କିଛିଦିନ ପାଇଁ ଘରେ ଏକାନ୍ତବାସରେ ରହିବା ପାଇଁ ତାଙ୍କୁ ପରାମର୍ଶ ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ସଂଜୟଙ୍କ ପତ୍ନୀ ମାନ୍ୟତା ଓ ତାଙ୍କ ପିଲାମାନେ ଗତ କିଛିମାସ ହେଲା ଦୁବାଇରେ ଅଛନ୍ତି। ଭାରତ ଲକଡାଉନ ଘୋଷଣା କରିବା ପୂର୍ବରୁ ସେମାନେ ଦୁବାଇ ଯାଇଥିଲେ।
Follow Us