Advertisment

ସୀମାଙ୍କ ପରେ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦର୍‌ ବି ବନି‌ଗଲେ ୟୁଟ୍ୟୁବର୍‌, ବଢୁଛନ୍ତି ସବ୍‌ସ୍କ୍ରାଇବର୍‌

Advertisment
ସୀମାଙ୍କ ପରେ ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦର୍‌ ବି ବନି‌ଗଲେ ୟୁଟ୍ୟୁବର୍‌, ବଢୁଛନ୍ତି ସବ୍‌ସ୍କ୍ରାଇବର୍‌

Aaj Tak

ନୂଆଦିଲ୍ଳୀ: ସୀମା ହାଇଦର୍‌ ତାଙ୍କର ପାକିସ୍ତାନୀ ସ୍ବାମୀ ଗୁଲାମ ହାଇଦରଙ୍କୁ ଛାଡ଼ି ସଚିନ ମୀନାଙ୍କ ପାଇଁ ଭାରତ ଚାଲି ଆସିଥିବା କଥା ଆପଣ ଜାଣନ୍ତି। ସେ ଏବେ ସଚିନଙ୍କୁ ବିବାହ କରି ଭାରତରେ ନିଜର ଘରସଂସାର ବସେଇଛନ୍ତି। କେବଳ ସେତିକି ନୁହେଁ, ସଚିନ ଓ ସୀମା ସେମାନଙ୍କର ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଖୋଲିଛନ୍ତି। ସେହି ଚ୍ୟାନେଲ୍‌ରୁ ରୋଜଗାର ହେଉଥିବା ଟଙ୍କାରୁ ନିଜର ଗୁଜୁରାଣ ମେଣ୍ଟାଉଛନ୍ତି।

ଏବେ ଶୁଣିବାକୁ ମିଳିଛି କି କେବଳ ସୀମା ନୁହଁନ୍ତ, ସୀମାଙ୍କ ପାକିସ୍ତାନୀ ସ୍ବାମୀ ଗୁଲାମ୍‌ ହାଇଦର୍‌ ମଧ୍ୟ ଜଣେ ୟୁଟ୍ୟୁବର୍‌। ତାଙ୍କ ୟୁଟ୍ୟୁବ୍‌ରେ ପାଖାପାଖି ହଜାର ସବ୍‌ସ୍କ୍ରାଇବର୍‌ ଅଛନ୍ତି। ସୀମା ଭାରତ ଆସି କହିଥିଲେ କି ହାଇଦର୍‌ଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇସାରିଛି। ସେ ସାଉଦି ଆରବ ପଳାଇଛନ୍ତି। ନିଜ ପତ୍ନୀ ଓ ପିଲାଙ୍କ ପାଖକୁ ଆଉ ଫେରୁନାହାନ୍ତି। ହେଲେ ସୀମା ଦେଶ ଛାଡ଼ି ଭାରତ ପଳାଇ ଆସିବା ପରେ ହାଇଦର୍‌ ତାଙ୍କୁ ଫେରିଯିବାକୁ କହିଥିଲେ। ଏପରିକି ସୀମା ମନା କରିଦେବାରୁ ସେ ନିଜ ପିଲାଙ୍କୁ ‌ଯେକୌଣସି ମତେ ଫେରାଇ ନେବେ ବୋଲି କହିଥିଲେ।

ଆମେ ଜାଣନ୍ତି ଯେ ୨୦୧୯ ମସିହାରେ କରୋନା ସମୟରେ ପବ୍‌ଜୀ ଗେମ୍‌ ଖେଳିବା ସମୟରେ ସଚିନଙ୍କର ସୀମାଙ୍କ ସହ ପ୍ରେମ ହୋଇଥିଲା। ସେ ଦୁହେଁ ପରସ୍ପରଙ୍କୁ ଅନ୍‌ଲାଇନ୍‌ରୁ ଜାଣି ପରେ ଭେଟ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe