ସାହିନ୍‌ବାଗ ପରେ ଦିଲ୍ଲୀର ନିୟୁ ‌ଫ୍ରେଣ୍ଡ୍‌ସ କଲୋନି ଏବଂ ମଙ୍ଗୋଲପୁରିରେ ବୁଲ୍‌ଡୋଜର ଅଭିଯାନ

Advertisment
ସାହିନ୍‌ବାଗ ପରେ ଦିଲ୍ଲୀର ନିୟୁ ‌ଫ୍ରେଣ୍ଡ୍‌ସ କଲୋନି ଏବଂ ମଙ୍ଗୋଲପୁରିରେ ବୁଲ୍‌ଡୋଜର ଅଭିଯାନ

www.indiatoday.in

ନୂଆଦିଲ୍ଲୀ: ଦିଲ୍ଲୀର ନିୟୁ ‌ଫ୍ରେଣ୍ଡ୍‌ସ କଲୋନି ଏବଂ ମଙ୍ଗୋଲପୁରିରେ ହେଉଥିବା ବେଆଇନ୍‌ ନିର୍ମାଣକୁ ରୋକିବା ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ଭିତରେ ଉ‌ଚ୍ଛେଦ ଅଭିଯାନ ଆରମ୍ଭ ହୋଇଯାଇଛି। ପୁଲିସ୍‌ ଉପସ୍ଥିତରେ ସଂପୃକ୍ତ ଅଞ୍ଚଳରେ ବୁଲ୍‌ଡୋଜର୍‌ ଚଳାଯାଇଛି। ସାହିନବାଗର ବେଆଇନ୍‌ ନିର୍ମାଣ ଉପରେ ଉଚ୍ଛେଦ ଅଭିଯାନର ଗୋଟାଏ ଦିନ ପରେ ଫ୍ରେଣ୍ଡ୍‌ସ କଲୋନି ଏବଂ ମଙ୍ଗୋଲପୁରିରେ ଏହି ଅଭିଯାନ ଆରମ୍ଭ ହୋଇଛି।

ତେବେ ଏହି ଉଚ୍ଛେଦ ଅଭିଯାନରେ ବାଧା ଉପୁଜାଇବାକୁ ଚେଷ୍ଟା କରୁଥିବା ଆପ୍‌ ବିଧାୟକ ମୁକେଶ ଅହଲୱତଙ୍କୁ ପୁଲିସ୍‌ ବାନ୍ଧି ନେଇଛି। ସାହିନ୍‌ବାଗରେ ସୋମବାର ଦିନ ବୁଲ୍‌ଡୋଜର ଚଳାଇ ଉଚ୍ଛେଦ ଅଭିଯାନ କରାଯାଇଥିଲା। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌), କଂଗ୍ରେସ ଏବଂ ଦକ୍ଷିଣ ଦିଲ୍ଲୀ ମହାନଗର ନିଗମ ପକ୍ଷରୁ ବିଭିନ୍ନ ପ୍ରକାରର ଧାରଣା ପରେ ବେଆଇନ୍‌ ନିର୍ମାଣ ଉପରେ ଏହି ବୁଲ୍‌ଡୋଜର ଅଭିଯାନ ଜୋର୍‌ ଧରିଛି।

ଗତକାଲି ସାହିନବାଗରରେ ଏହି ଉଚ୍ଛେଦ ଅଭିଯାନ ବେଳେ ଶହ ଶହ ଲୋକ ଏକତ୍ରିତ ହୋଇ ରାସ୍ତାକୁ ଆସିଥିଲେ। ଉଚ୍ଛେଦ ଅଭିଯାନ ବିରୋଧରେ ସ୍ବର ଉଠାଇଥିଲେ। ଏପରିକି ଜଣେ ମହିଳା ବିକ୍ଷୋଭକାରୀ ବିକ୍ଷୋଭ ପ୍ରଦର୍ଶନ କରିବାକୁ ବୁଲ୍‌ଡୋଜର୍‌ ଉପରେ ଚଢ଼ି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe