ଯଥାଶୀଘ୍ର ସମ୍ଭବ ସେମାନଙ୍କୁ ଫାଶୀ ଦିଅ: ନିର୍ଭୟାଙ୍କ ମାଆ ଆଶା ଦେବୀ

Advertisment
ଯଥାଶୀଘ୍ର ସମ୍ଭବ ସେମାନଙ୍କୁ ଫାଶୀ ଦିଅ: ନିର୍ଭୟାଙ୍କ ମାଆ ଆଶା ଦେବୀ

Image Source: Hindustan Times

ନୂଆଦିଲ୍ଲୀ: ରାଜକ୍ଷମା ନାକଚ ବିରୋଧରେ ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ମୁକେଶ ସିଂହ କରିଥିବା ଆବେଦନକୁ ବୁଧବାର ଦିନ ସୁପ୍ରିମ୍‌ କୋର୍ଟ ଖାରଜ କରିଥିବା କଥାକୁ ନିର୍ଭୟାଙ୍କ ମାଆ ଆଶା ଦେବୀ ସ୍ୱାଗତ କରିଛନ୍ତି।

ଆଶା ଦେବୀ କହିଛନ୍ତି: ମୁଁ ସୁପ୍ରିମ୍‌ କୋର୍ଟଙ୍କ ରାୟକୁ ସ୍ୱାଗତ କରୁଛି। ଯଥାଶୀଘ୍ର ସମ୍ଭବ ସମସ୍ତ ଦୋଷୀଙ୍କୁ ଫାଶୀ ଦିଆଯାଉ ବୋଲି ମୁଁ ଚାହେଁ। ଗତ ସାତ ବର୍ଷ ହେବ ଆଇନ ଉପରେ ମୁଁ ବିଶ୍ୱାସ ରଖି ଆସୁଛି ଏବଂ ରଖିଛି ମଧ୍ୟ।

ଚାରି ଦୋଷୀ- ମୁକେଶ ସିଂହ, ପବନ ଗୁପ୍ତା, ବିନୟ ଶର୍ମା ଏବଂ ଅକ୍ଷୟ ଠାକୁରଙ୍କୁ ଫାଶୀ ଦିଆଯିବାକୁ ନିର୍ଦ୍ଧାରଣ କରାଯାଇଥିବା ସମୟର ୭୦ ଘଣ୍ଟା ପୂର୍ବରୁ ସୁପ୍ରିମ୍‌ କୋର୍ଟ ଆଜିର ରାୟ ଶୁଣାଇଛନ୍ତି। ରାଷ୍ଟ୍ରପତିଙ୍କ ଠାରୁ ରାଜକ୍ଷମା ପାଇବାକୁ ନିବେଦନ କରି ବିଫଳ ହେବା ପରେ ସିଂହ ଏହା ବିରୋଧରେ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲା।

publive-image Image Source: Scroll.in

ରାଜକ୍ଷମା ଲାଗି କରାଯାଇଥିବା ଆବେଦନକୁ ୪ ଦିନ ମଧ୍ୟରେ ଅର୍ଥାତ୍‌ ଜାନୁଆରି ୧୭ ତାରିଖ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାକଚ କରିଦେଇଥିଲେ।

ସମସ୍ତ ଦୋଷୀଙ୍କୁ ଫେବ୍ରୁଆରି ପହିଲା ସକାଳ ୬ଟା ଫାଶୀ ଦିଆଯିବ।

୨୦୧୨ ମସିହା ଡିସେମ୍ବର ୧୬ ତାରିଖ ରାତିରେ ଗୋଟାଏ ଚଳନ୍ତା ବସ୍‌ରେ ଜଣେ ୨୩ ବର୍ଷୀୟ ନିର୍ଭୟାଙ୍କ ସହ ୫ ଜଣ ସାବାଳକ ଓ ଜଣେ ନାବାଳକ ଦୁଷ୍କର୍ମ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡିସେମ୍ବର ୨୯ ତାରିଖ ଦିନ ଏହି ଦୁଷ୍କର୍ମ ପୀଡ଼ିତା ସିଙ୍ଗାପୁରର ଏକ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe