୧୯୬୨ ଯୁଦ୍ଧ ପରେ ସେନାର ଶକ୍ତି ବୃଦ୍ଧି ପାଇଁ ଲାଗି ପଡ଼ିଥିଲେ ନେହରୁ

Advertisment
୧୯୬୨ ଯୁଦ୍ଧ ପରେ ସେନାର ଶକ୍ତି ବୃଦ୍ଧି ପାଇଁ ଲାଗି ପଡ଼ିଥିଲେ ନେହରୁ

Deccan Chronicle

ନୂଆଦିଲ୍ଲୀ : ୧୯୬୨ ମସିହାରେ ଭାରତ-ଚୀନ ଯୁଦ୍ଧ ପରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହରୁ ଭାରତୀୟ ସେନାର ଶକ୍ତି ବୃଦ୍ଧି ପାଇଁ ଜୋରଦାର ଲାଗି ପଢ଼ିଥିଲେ। ଚୀନ ସହିତ ଯୁଦ୍ଧ ପରେ ନେହରୁ ବଞ୍ଚିଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ ନିଷ୍ଠାର ସହ କରିଥିଲେ। ଏସିଆନ୍ ନ୍ୟୁଜ୍‌ ଇଣ୍ଟରନ୍ୟାସନାଲ (ଏଏନଆଇ)ର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରେମ ପ୍ରକାଶ ତାଙ୍କ ପୁସ୍ତକ ‘ରିପୋର୍ଟିଂ ଇଣ୍ଡିଆ- ମାଇଁ ସେଭେଣ୍ଟି ଇଅର ଜର୍ଣ୍ଣି ଆଜ୍‌ ଏ ଜର୍ଣ୍ଣାଲିଷ୍ଟ୍‌’ରେ ଏହା କହିଛନ୍ତି। ୧୯୬୨ ଅକ୍ଟୋବର ପରେ ନେହରୁ ଯେଉଁ ୨୦ ମାସ ବଞ୍ଚିଥିଲେ ସେ ଭାରତୀୟ ସେନାକୁ ସୁଦୃଢ଼ କରିବା ପାଇଁ ଲାଗି‌ ପଡ଼ିଥିଲେ। ଏହା ପୂର୍ବରୁ ଭାରତୀୟ ସେନାର ଶକ୍ତି କମ୍‌ ରହିଥିବା ପାଇଁ ସେ ନିଜକୁ ବ୍ୟକ୍ତିଗତ ଭାବେ ଦାୟୀ କରୁଥିଲେ। ଭାରତୀୟ ଲୋକଙ୍କ ଆସ୍ଥା ଜିଣିବା ପାଇଁ ସେ ସେନାର ଦକ୍ଷତା ବୃଦ୍ଧି କାମ ଆରମ୍ଭ କରିଥିଲେ।

ପ୍ରକାଶଙ୍କ ମତରେ ଦ୍ବିତୀୟ ବିଶ୍ବଯୁଦ୍ଧର ବିଭୀଷିକା ପରେ କୌଣସି ଦେଶ ଅନ୍ତର୍ଜାତୀୟ ସମସ୍ୟାର ସମାଧାନ ପାଇଁ ଯୁଦ୍ଧକୁ ଓହ୍ଲାଇବେ ନାହିଁ ନେହରୁଙ୍କ ଦୃଢ଼ ଧାରଣା ଥିଲା। ସେଥିପାଇଁ କୌଣସି ଦେଶ ସେନାର ଆଧୁନିକୀକରଣ କରିବେ ନାହିଁ। ନେହରୁ ମଧ୍ୟ ଭାରତୀୟ ସେନାର ଆଧୁନିକୀକରଣକୁ ଅଣଦେଖା କରିଥିଲେ। କିନ୍ତୁ ଚୀନ ସହ ଯୁଦ୍ଧ ପରେ ନେହରୁଙ୍କ ସେହି ଚିନ୍ତାଧାରାରେ ପରିବର୍ତ୍ତନ ଆସିଥିଲା। ଯୁଦ୍ଧ ପରେ ନେହରୁ ଭାଙ୍ଗି ପଡ଼ିଥିଲେ। ନେହରୁଙ୍କ ସ୍ବାସ୍ଥ୍ୟ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଥିଲା। ଏମର୍ଜେନ୍ସି କମିସନ ଗଠନ କରାଯାଇ ସେନାରେ ନିଯୁକ୍ତିକୁ ବ୍ୟାପକ କରାଯାଇଥିଲା। ଏପରିକି ଭିକ ମାଗି କିମ୍ବା ଉଧାର କରି ସେ ସେନା ପାଇଁ ବିଶ୍ବରୁ ଅସ୍ତ୍ରଶସ୍ତ୍ର କିଣିବା ଲାଗି ପ୍ରତିଶ୍ରୁତିବଦ୍ଧ ଥିଲେ। ନେହରୁ ଦିନ ରାତି ଏକ କରି ସରକାରୀ କାମ କରୁଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯିବା ସମୟରେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବସି ଫାଇଲ କାମ କରୁଥିବା ଦେଖିଛନ୍ତି ବୋଲି ପୁସ୍ତକରେ ପ୍ରେମ ପ୍ରକାଶ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe