ରଶ୍ମିକା ମନ୍ଦାନା ମାମଲା ପରେ ନିୟମ ମନେ ପକାଇଦେଲା କେନ୍ଦ୍ର: ୩ ବର୍ଷ ଜେଲ୍‌, ୧ ଲକ୍ଷ ଜରିମାନା

Advertisment
ରଶ୍ମିକା ମନ୍ଦାନା ମାମଲା ପରେ ନିୟମ ମନେ ପକାଇଦେଲା କେନ୍ଦ୍ର: ୩ ବର୍ଷ ଜେଲ୍‌, ୧ ଲକ୍ଷ ଜରିମାନା

ନୂଆଦିଲ୍ଲୀ: ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ବିକୃତ କରାଯିବା ଘଟଣାରେ ଗତକାଲି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସମେତ ଅନ୍ୟ ଅଭିନେତାମାନେ ଚିନ୍ତା ପ୍ରକଟ କରିଥିଲେ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ବ୍ୟବହାର କରାଯାଇ ଭିଡିଓକୁ କିଭଳି ଭିନ୍ନ ରୂପ ଦିଆଯାଉଛି ତାହାକୁ ନେଇ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହା ପରେ କେନ୍ଦ୍ର ସରକାର ଆଜି ଏଭଳି ଅପରାଧ ଘଟାଉଥିବା ବ୍ୟକ୍ତି ଓ ସଂସ୍ଥାମାନଙ୍କ ପାଇଁ ରହିଥିବା ନିୟମ ସଂପର୍କରେ ମନେ ପକାଇ ଦେଇଛନ୍ତି।

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମଗୁଡ଼ିକ ପାଇଁ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ଏକ ଉପଦେଶାବଳି ଜାରି କରାଯାଇଛି। ଏଭଳି ଅପରାଧ ପାଇଁ ରହିଥିବା ଆଇନଗତ ବ୍ୟବସ୍ଥା ସଂପର୍କରେ ଏଥିରେ କୁହାଯାଇଛି। ସରକାର ଏଥିରେ ସୂଚନା ପ୍ରଯୁକ୍ତି ଆଇନର ଧାରା ୬୬ଘ ସଂପର୍କରେ ଉଲ୍ଲେଖ କରିଛନ୍ତି। କମ୍ପ୍ୟୁଟର ସମ୍ବଳ ବ୍ୟବହାର କରି ଯଦି ଜଣଙ୍କୁ ଭିନ୍ନ ରୂପ ଦିଆଯାଏ ତା’ହେଲେ ତାଙ୍କୁ ୩ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଉଲ୍ଲେଖଯୋଗ୍ୟ, ଇଣ୍ଟରନେଟରେ ରଶ୍ମିକା ମନ୍ଦାନାଙ୍କର ଏକ ଭିଡ଼ିଓ ଟ୍ରେଣ୍ଡ୍‌ ହୋଇଥିଲା। ଏହାପରେ ଜଣା ପଡ଼ିଥିଲା ଯେ ସଂପୃକ୍ତ ଭିଡିଓଟି ବ୍ରିଟିସ-ଇଣ୍ଡିଆନ୍ ଇନଫ୍ଲୁଏନସର ଜାରା ପଟେଲଙ୍କର। ଡିପଫେକ୍ ପ୍ରଯୁକ୍ତି ବ୍ୟବହାର କରି ଉକ୍ତ ଭିଡିଓ ପ୍ରସ୍ତୁତ କରାଯାଇଛି। ପଟେଲଙ୍କ ମୁହଁ ସ୍ଥାନରେ ମନ୍ଦାନାଙ୍କ ମୁହଁ ଲଗାଯାଇଛି। ଏହା ରଶ୍ମିକା ମନ୍ଦାନାଙ୍କୁ ଗଭୀର ଆଘାତ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe