ହିଜବୁଲ୍ଲା ମୁଖ୍ୟଙ୍କ ମୃତ୍ୟୁ ପରେ ୧୦୦ ନୂଆ ନସ୍‌ରାଲ୍ଲା ଜନ୍ମ

Advertisment

ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ନସ୍‌ରଲ୍ଲାଙ୍କ ମୃତ୍ୟୁ ଘଟିଥିଲା। ଏବେ କୁହାଯାଉଛି ଜଣେ ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ, ୧୦୦ ନୂଆ ନସ୍‌ରଲ୍ଲା ଜନ୍ମ ହୋଇଛନ୍ତି...

ଇସ୍ରାଏଲ୍ ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା ମୁଖ୍ୟ ନସ୍‌ରଲ୍ଲାଙ୍କ ମୃତ୍ୟୁ ଘଟିଥିଲା। ଏବେ କୁହାଯାଉଛି ଜଣେ ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ, ୧୦୦ ନୂଆ ନସ୍‌ରଲ୍ଲା ଜନ୍ମ ହୋଇଛନ୍ତି...

WhatsApp Image 2024-10-03 at 7.34.30 PM

ତେହେରାନ:  ସେପ୍ଟେମ୍ବର ୨୭ରେ ହିଜବୁଲ୍ଲା ମୁଖ୍ୟ ହାସନ ନସ୍‌ରଲ୍ଲା ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ନିହତ ହୋଇଥିଲେ। ଇସ୍ରାଏଲର ଏହି ଆକ୍ରମଣ ପରେ ସାରା ବିଶ୍ୱରେ ଆତଙ୍କ ଖେଳିଯାଇଥିଲା କି ବର୍ତ୍ତମାନ ଯୁଦ୍ଧ ଆରମ୍ଭ ହେବ କି? ନସ୍‌ରଲ୍ଲାଙ୍କ ମୃତ୍ୟୁକୁ ହିଜବୁଲ୍ଲା ନିଶ୍ଚିତ କରିଥିଲା

କିନ୍ତୁ ସେ କିପରି ମରିଛନ୍ତି  ସେନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ନସ୍‌ରଲ୍ଲାଙ୍କ ମୃତ୍ୟୁ ପରେ ଇରାନରେ ଏକ ଅଜବ ଧାରା ଆରମ୍ଭ ହୋଇଛି।  ଇସ୍ରାଏଲ୍ ନସରଲ୍ଲାଙ୍କ ଜୀବନ ନେବା ପରେ  ଏବେ ୧୦୦ ନୂଆ  ନସ୍‌ରଲ୍ଲା  ଜନ୍ମ ହୋଇଥିବା କୁହାଯାଉଛି।

ଇରାନ ଏବଂ ଇରାକ ଭଳି ଅନେକ ଦେଶରେ ନସ୍‌ରଲ୍ଲାଙ୍କର ବହୁତ ପ୍ରଭାବ ଥିଲା ଏବଂ ଲୋକମାନେ ତାଙ୍କୁ ବହୁତ ସମ୍ମାନ କରୁଥିଲେ । ଏଭଳି ପରିସ୍ଥିତିରେ ଲୋକମାନେ ତାଙ୍କ ମୃତ୍ୟୁ ପରେ ଦୁଃଖିତ ହୋଇ ତାଙ୍କ ସ୍ମୃତିରେ ନିଜ ନବଜାତ ପିଲାମାନଙ୍କର ନାମ ନସ୍‌ରଲ୍ଲା ରଖୁଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଅତିକମରେ ୧୦୦ ନବଜାତ ଶିଶୁ ଅଛନ୍ତି, ଯେଉଁମାନଙ୍କର ନାମ ନସ୍‌ରଲ୍ଲା ରଖାଯାଇଛି।

ଇରାକର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ  ନସ୍‌ରଲ୍ଲା  ନାମରେ ସାରା ଦେଶରେ ପ୍ରାୟ ୧୦୦ ପିଲା ପଞ୍ଜିକୃତ ହୋଇଛନ୍ତି। 

ଏହା ମଧ୍ୟ ଦାବି ହେଉଛି ଯେ ବୋମା ବିସ୍ଫୋରଣ ଯୋଗୁଁ ନୁହେଁ ବରଂ ଶ୍ୱାସକ୍ରିୟା ବନ୍ଦ ହେବା ଯୋଗୁ  ନସ୍‌ରଲ୍ଳାଙ୍କ ମୃତ୍ୟୁ ଘଟିଛି। କୁହାଯାଉଛି ଯେ ନସ୍‌ରଲ୍ଲାଙ୍କର  ଅନ୍ତିମ ସଂସ୍କାର  ଶୁକ୍ରବାର ଦିନ ହେବ।  ଏଥିରେ ବହୁ ସଂଖ୍ୟକ ଲୋକ  ଯୋଗଦେବେ ବୋଲି କୁହାଯାଉଛି। ତେବେ ଅନ୍ତିମ ସଂସ୍କାର କେବେ ଓ କେଉଁଠାରେ ହେବ ସେନେଇ କୌଣସି ସୂଚନା ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe