ନିର୍ବାଚନ ପରେ କମଲା ହାରିସ୍‌ ଆର୍ଥିକ ସଙ୍କଟରେ,ସହାୟତା କରିବାକୁ ନିଜ ସମର୍ଥକଙ୍କୁ ଅନୁରୋଧ କଲେ ଟ୍ରମ୍ପ

ନିର୍ବାଚନ ପରେ କମଲା ହାରିସ୍‌ ଆର୍ଥିକ ସଙ୍କଟରେ ପଡ଼ିଛନ୍ତି। ଡେମୋକ୍ରାଟ୍‌ମାନଙ୍କୁ ଦାନ କରିବାକୁ ଡୋନାଲ୍ଡ ଟ୍ରମ୍ପ ନିଜ ସମର୍ଥକଙ୍କୁ ଅନୁରୋଧ କରିଛନ୍ତି। ନିର୍ବାଚନରେ ​​କମଲା ହାରିସଙ୍କ ରେକର୍ଡ ଦାନ ସଂଗ୍ରହ କରିଥିଲେ। ଏବେ ତାଙ୍କ ପାଖରେ ଆଉ ଅର୍ଥ ନାହିଁ...

3ananxzpa

ୱାଶିଂଟନ: ସାଧାରଣ ନିର୍ବାଚନ ପରେ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସମର୍ଥକଙ୍କଠାରୁ ସାହାଯ୍ୟ ଲୋଡିଛନ୍ତି। ଡେମୋକ୍ରାଟମାନଙ୍କୁ ଦାନ କରିବାକୁ ସେ ସମର୍ଥକମାନଙ୍କୁ ଅନୁରୋଧ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି ଯେ ଡେମୋକ୍ରାଟଙ୍କ ପାଖରେ ଅଧିକ ଅର୍ଥ ଆଉ ବାକି ନାହିଁ। କମଲା ହାରିସ୍‌ଙ୍କ ଉପରେ ୨୦ ମିଲିୟନ ଡଲାରର ଋଣ ଥିବା ରିପୋର୍ଟ ଆସିବା ପରେ ସେ ଏଭଳି କହିଛନ୍ତି। ନିର୍ବାଚନ ପ୍ରଚାରର କମଲା ହାରିସ୍ ଖର୍ଚ୍ଚ କରିବା ପରେ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି।

ପଲିଟିକୋର କାଲିଫର୍ନିଆ ବ୍ୟୁରୋ ମୁଖ୍ୟ କ୍ରିଷ୍ଟୋଫର କାଡେଲାଗୋ କହିଛନ୍ତି ଯେ କମଲା ହାରିସ୍‌ଙ୍କ ପ୍ରଚାରରେ ୨୦ ମିଲିୟନ  ଡଲାର ଖର୍ଚ୍ଚ ହୋଇଛି। ମୁଁ ଆଶ୍ଚର୍ଯ୍ୟ ହେଉଛି ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ​​କଠିନ ଏବଂ ସାହସର ସହ ସଂଗ୍ରାମ କରି ରେକର୍ଡ ଦାନ ସଂଗ୍ରହ କରିଥିବା ଡେମୋକ୍ରାଟଙ୍କ ପାଖରେ କିପରି ଆଉ ଅଧିକ ଅର୍ଥ ବାକି ନାହିଁ ବୋଲି ସେ କହିଛନ୍ତି।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ଏହି କଷ୍ଟ ସମୟରେ ଡେମୋକ୍ରାଟମାନଙ୍କୁ ସାହାଯ୍ୟ କରିବା ପାଇଁ ଆମେ ଯାହା କରିପାରିବୁ ତାହା କରିବୁ। ଦଳ ଭାବରେ ଏକତା ବଜାୟ ରଖିବା ପାଇଁ ଆମକୁ ପାଣ୍ଠି ସଂଗ୍ରହ କରିବାକୁ ପଡିବ। ନଭେମ୍ବର ୫ରେ ଅନୁଷ୍ଠିତ ନିର୍ବାଚନରେ ୬୦ ବର୍ଷୀୟ ଉପରାଷ୍ଟ୍ରପତି କମଲା ହାରିସ୍ ଡେମୋକ୍ରାଟିକ୍ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ। ଟ୍ରମ୍ପଙ୍କଠାରୁ ପରାଜିତ ହୋଇଥିବା କମଲା ହାରିସ୍ ପାଣ୍ଠି ସଂଗ୍ରହର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି।

ଫେଡେରାଲ୍ ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ କମଲା ହାରିସ୍‌ଙ୍କ ନିର୍ବାଚନ ପ୍ରଚାର ଏବଂ ତାଙ୍କ ସୁପର ପ୍ରାକ୍ସ ଗୁଡିକ ଦ୍ବାରା ୨.୩ ବିଲିୟନ ଡ଼ଲାର ସଂଗ୍ରହ କରାଯାଇଥିଲା। ୧.୯ ବିଲିୟନ ଡ଼ଲାର୍ ଖର୍ଚ୍ଚ କରିଛନ୍ତି। ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଦଳ ୧.୮ବିଲିୟନ ଆମେରିକୀୟ ଡଲାରରୁ ଅଧିକ ସଂଗ୍ରହ କରି ୧.୬ ବିଲିୟନ ଡ଼ଲାର ଖର୍ଚ୍ଚ କରିଥିଲା।

ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, କମଲା ହାରିସ୍‌ଙ୍କ ନିର୍ବାଚନ ପ୍ରଚାରରେ ଅଂଶଗ୍ରହଣ କରିଥିବା ଅଜୟ ଜୈନ ଭୁଟୋରିଆ କହିଛନ୍ତି ଯେ ଏକ ବିଲିୟନ ଆମେରିକୀୟ ଡଲାରରୁ ଅଧିକ ଅର୍ଥ ସଂଗ୍ରହ ତଥା ଖର୍ଚ୍ଚ କରିବା ସତ୍ତ୍ବେ କମଲା ହାରିସ୍‌ଙ୍କ ୨୦୨୪ ନିର୍ବାଚନ ସ୍ୱର ଭୋଟରଙ୍କ ନିକଟରେ ପହଞ୍ଚିବାରେ ବିଫଳ ହୋଇଥିଲା। 

ଅଧିକ ପଢ଼ନ୍ତୁ: ଖଲିସ୍ତାନୀଙ୍କୁ ସୁରକ୍ଷା!: ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରିଥିବା ଉଗ୍ରବାଦୀଙ୍କୁ ପୁଲିସ ତୁରନ୍ତ ମୁକ୍ତ କଲା

ଅଜୟ ଜୈନ କହିଛନ୍ତି, ଡେମୋକ୍ରାଟିକମାନେ ଧନୀ ଲୋକ ଏବଂ ହଲିଉଡରୁ ସମର୍ଥନ ପାଇଥିଲେ। ସେମାନେ ପ୍ରମୁଖ ଭୋଟର ଗୋଷ୍ଠୀର ସମର୍ଥନ ହରାଇଲେ। ଏହା ସହିତ, ହାରିସ୍‌ଙ୍କ ଅଭିଯାନରେ ମଧ୍ୟ ପ୍ରମୁଖ ଜାତି ସମ୍ପ୍ରଦାୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। ଭାରତୀୟ ଆମେରିକୀୟ, ଏସୀୟ ଆମେରିକୀୟ ଏବଂ ମୁସଲମାନ ଏବଂ ଆରବ ଆମେରିକୀୟ, ବିଶେଷକରି ପେନସିଲଭାନିଆ ଏବଂ ମିଚିଗାନରେ ପାର୍ଟି ନିରାଶ ହୋଇଥିଲା।

ଅଧିକ ପଢ଼ନ୍ତୁ: ଟ୍ରମ୍ପଙ୍କ ପତ୍ନୀ ମେଲାନିଆଙ୍କର ଅଶ୍ଳୀଳ ଫଟୋ ପ୍ରକାଶ କଲା ରୁଷିଆର ସରକାରୀ ଗଣମାଧ୍ୟମ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe