ଢାକା : ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କମିବାର ନାଁ ଧରୁନାହିଁ । ଗତକାଲି ରାଣା ପ୍ରତାପ ବୈରାଗୀ ନାମକ ହିନ୍ଦୁ ଯୁବକଙ୍କ ହତ୍ୟା ପରେ ଆଜି ଆଉ ଜଣେ ହିନ୍ଦୁ ଯୁବକ ମୃତ୍ୟୁବରଣ କରିଛି । ଏହା ସିଧାସଳଖ ହତ୍ୟା ନହେଲେ ବି ପରୋକ୍ଷରେ ଏକ ହତ୍ୟା ବୋଲି କୁହାଯାଇପାରିବ । 

Advertisment

ଆହୁରି ପଢନ୍ତୁ : Journalist Dead: ସାମ୍ବାଦିକା ଶୀଲା ପଟ୍ଟନାୟକଙ୍କ ଅକାଳ ମୃତ୍ୟୁ ନେଇ ବିଜେଡି କହିଲା...

ଘଟଣାଟି ବାଂଲାଦେଶର ନୱାଗାଓଁର ମହାଦେବପୁରରେ ଘଟିଛି, ଯେଉଁଠାରେ କିଛି ସ୍ଥାନୀୟ ଲୋକ ମିଥୁନ ସରକାର ନାମକ ୨୫ ବର୍ଷୀୟ ଯୁବକ ବିରୋଧରେ ଚୋରି ଅଭିଯୋଗ ଆଣିବା ପରେ ତାକୁ ମାରିବାକୁ ଗୋଡ଼ାଇଥିଲେ । ପ୍ରାଣ ବିକଳରେ ସେ ଏକ କେନାଲକୁ ଡେଇଁ ପଡ଼ିଥିଲା । କିନ୍ତୁ ଦୁର୍ଭାଗ୍ୟର କଥା ହେଉଛି ସେ ପହଁରା ଜାଣିନଥିଲା, ଫଳରେ ସେ ଗଭୀର ପାଣିରେ ବୁଡ଼ିବାକୁ ଆରମ୍ଭ କଲା । ସାହାଯ୍ୟ ପାଇଁ ସେ କେନାଲ କୂଳରେ ଛିଡ଼ାହୋଇଥିବା ଲୋକମାନଙ୍କୁ ନେହୁରା ହେଲେବି ସେମାନେ କିଛି ଶୁଣିନଥିଲେ ଓ ଏହି ଦୃଶ୍ୟକୁ ଉପଭୋଗ କରିଚାଲିଥିଲେ । ଶେଷରେ ମିଥୁନ ପାଣିରେ ବୁଡ଼ି ମୃତ୍ୟୁବରଣ କଲା । ସେ ଭଣ୍ଡାରପୁର ଗ୍ରାମର ବାସିନ୍ଦା ପିଙ୍କୁ ସରକାରଙ୍କ ପୁଅ ଥିଲା।

ଆହୁରି ପଢନ୍ତୁ : Bomb Threat: ଦେଶର ୮ଟି ସ୍ଥାନକୁ ବୋମା ବିସ୍ଫୋରଣ ଧମକ: ୟୁପିରୁ କର୍ଣ୍ଣାଟକ ସବୁଠି ଥରହର...

ଗତକାଲି ଜେଶୋର ଜିଲ୍ଲାର ମୋନିରାମପୁର ଅଞ୍ଚଳରେ ରାଣା ପ୍ରତାପ ବୈରାଗୀ ନାମକ ହିନ୍ଦୁ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାକୁ ମିଶାଇ ବାଂଲାଦେଶରେ ଗତ ଦୁଇ ସପ୍ତାହ ମଧ୍ୟରେ ୫ ଜଣ ହିନ୍ଦୁଙ୍କ ହତ୍ୟା କରାଯାଇଛି । କିନ୍ତୁ ଯଦି ମିଥୁନର ମୃତ୍ୟୁକୁ ହତ୍ୟା ବୋଲି ଗ୍ରହଣ କରାଯାଏ ତେବେ ଏହି ସଂଖ୍ୟା ୬ରେ ପହଞ୍ଚିବ । ଗତ ଡିସେମ୍ବର ୧୮ ତାରିଖରେ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରାଯାଇଥିଲା । ତାପରେ ୨୪ ତାରିଖରେ ଅମୃତ ମଣ୍ଡଳ ଓ ୩୦ ତାରିଖରେ ବଜେନ୍ଦ୍ର ବିଶ୍ବାସଙ୍କୁ ହତ୍ୟା କରାଯାଇଥିଲା ।