ୟୁପିଏସସି ପରୀକ୍ଷା‌ ଫଳାଫଳକୁ ନେଇ ଭୁଲ ଟ୍ବିଟ କ‌ରି ହଟହଟା ହେଲେ ଆଇଏଏସ ଅଫିସର

ୟୁପିଏସସି ପରୀକ୍ଷା‌ ଫଳାଫଳକୁ ନେଇ ଭୁଲ ଟ୍ବିଟ କ‌ରି ହଟହଟା ହେଲେ ଆଇଏଏସ ଅଫିସର

ନୂଆଦିଲ୍ଲୀ: ଗତକାଲି ୟୁପିଏସସି ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଥିଲା। ଫଳାଫଳ ଘୋଷଣା କରାଯିବା ପରେ ମହିଳାମାନେ ବାଜି ମାରିଥିବା‌ ଦେଖିବାକୁ ମିଳିଥିଲା। ଟପ୍-୩ରେ ୩ଜଣ ମହିଳା ରହିଥିବା ବେଳେ ଅନେକ ଲୋକ ସୋସିଆଲ ମିଡିଆରେ ଏନେଇ ନିଜର ଖୁସି ବ୍ୟକ୍ତ କରିଥିଲେ। କିନ୍ତୁ ଆଇଏଏସ୍ ଅଧିକାରୀ ସୋମେଶ ଉପାଧ୍ୟାୟ ସୋସିଆଲ ମିଡିଆରେ ଏନେଇ ଟ୍ବିଟ୍ କରି ହଟହଟା ହୋଇଥିବା ଜଣାପଡ଼ିଛି।

ୟୁପିଏସସି ଫଳାଫଳ ବାହାରିବା ପରେ ଆଇଏଏସ୍ ସୋମେଶ ଉପାଧ୍ୟାୟ ଟ୍ୱିଟ କରିଥିଲେ ଯେ, 'ବୋର୍ଡ ପରୀକ୍ଷାରେ ଆମେ ଛାତ୍ରୀମାନେ ଟପ୍ପର ହେବା ବିଷୟରେ ଦୀର୍ଘ ଦିନ ଧରି ଶୁଣି ଆସୁଛୁ। ଏବେ ୟୁପିଏସସିରେ ମଧ୍ୟ ମହିଳାମାନେ ଟପ୍ କରିବାଟା କିଛି ଆଶ୍ଚର୍ଯ୍ୟକର କଥା ନୁହେଁ। ଏବର୍ଷ ସିଭିଲ ସର୍ଭିସ ପରୀକ୍ଷାରେ ଶ୍ରେଷ୍ଠ ୪ରେ ୪ଜଣ ମହିଳା ଅଛନ୍ତି। କିନ୍ତୁ ଏହି ଟୁଇଟ୍ କରି ସେ ଏକ ବଡ ଭୁଲ୍ କରିଦେଇଥିଲେ। ସିଭିଲ ସର୍ଭିସ ପରୀକ୍ଷାରେ ଶ୍ରେଷ୍ଠ ୩ରେ ୩ଜଣ ମହିଳା ଥିବା ବେଳେ ଚତୁର୍ଥ ସ୍ଥାନରେ ଜଣେ ପୁରୁଷ ରହିଥିଲେ। ହେଲେ ଆଇଏଏସ୍ ଅଧିକାରୀ ସୋମେଶ ଉପାଧ୍ୟାୟ ଭୁଲବଶତଃ ୩ ସ୍ଥାନରେ ୪ ଲେଖି ଦେଇଥିଲେ। ତାଙ୍କର ଏହି ଟ୍ବିଟକୁ ନେଇ ଏବେ ଲୋକେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଛନ୍ତି।

ଚତୁର୍ଥ ସ୍ଥାନରେ ଐଶ୍ବର୍ଯ୍ୟ ବର୍ମା ଥିବା ବେଳେ ତାଙ୍କ ନାଁକୁ ଆଇଏଏସ୍ ଅଧିକାରୀ ସୋମେଶ ଉପାଧ୍ୟାୟ ଠିକ ଭାବେ ପଢ଼ିପାରିନଥିବା କହିଛନ୍ତି ଲୋକେ। ଏଭଳି ଭୁଲ ଟ୍ବିଟ ପାଇଁ ଲୋକେ ଏବେ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe