ଠକେଇ ମାମଲାରେ ୩ ବର୍ଷ କାଳ ଜେଲର କାଳ କଠୋରିରେ ବିତାଇବା ପରେ ୟୁନିଟେକ୍‌ର ପ୍ରମୋଟର ସଞ୍ଜୟ ଚନ୍ଦ୍ରଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମ୍‌ କୋର୍ଟ

Advertisment
ଠକେଇ ମାମଲାରେ ୩ ବର୍ଷ କାଳ ଜେଲର କାଳ କଠୋରିରେ ବିତାଇବା ପରେ ୟୁନିଟେକ୍‌ର ପ୍ରମୋଟର ସଞ୍ଜୟ ଚନ୍ଦ୍ରଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମ୍‌ କୋର୍ଟ

ET NOW

ନୂଆଦିଲ୍ଲୀ: ଏକ ଠକେଇ ମାମଲାରେ ଅଭିଯୁକ୍ତ ଥାଇ ଦୀର୍ଘ ୩ ବର୍ଷ କାଳ ଜେଲର କାଳ କଠୋରିରେ ବିତାଇବା ପରେ ୟୁନିଟେକ୍‌ର ପ୍ରମୋଟର ସଞ୍ଜୟ ଚନ୍ଦ୍ରଙ୍କୁ ଆଜି (ମଙ୍ଗଳବାର) ସୁପ୍ରିମ୍‌ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଭିଯୁକ୍ତ ସଞ୍ଜୟ ଚନ୍ଦ୍ରଙ୍କ ଉଭୟ ପିତା-ମାତା ଏବେ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବାରୁ ସୁପ୍ରିମ୍‌ କୋର୍ଟ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ନୋଏଡା ଏବଂ ଗୁରୁଗ୍ରାମରେ ଗୃହ ନିର୍ମାଣ ପ୍ରକଳ୍ପ ଜାଲିଆତିରେ ସଂପୃକ୍ତ ଥିବା ୟୁନିଟେକ୍‌ର ପ୍ରମୋଟର ସଞ୍ଜୟ ଓ ଅଜୟ ବିଗତ ତିନି ବର୍ଷ ଧରି ଜେଲରେ ଥିଲେ। ତେବେ, ପୂର୍ବରୁ ସଞ୍ଜୟଙ୍କ ମା’ ଅସୁସ୍ଥ ଥାଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଏବେ ତାଙ୍କର ୭୮ ବର୍ଷ ବୟସ୍କ ପିତା ମଧ୍ୟ କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ଆଇସିୟୁରେ ଭର୍ତ୍ତିହେବା ପରେ ଉଭୟ ସଞ୍ଜୟ ଓ ଅଜୟ ଜାମିନ ପାଇଁ ସୁପ୍ରିମ୍‌ କୋର୍ଟରେ ଆବେଦନ କରିଥିଲେ।

publive-image ET NOW

ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଡିଓ୍ଵାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଏମ୍‌ଆର ଶାହା ଏହି ଜାମିନ ଆବେଦନର ଶୁଣାଣି କରି ମାନବିକତା ଦୃଷ୍ଟିକୋଣରୁ ବଡ଼ଭାଇ ସଞ୍ଜୟଙ୍କର ଜାମିନ ଆବେଦନକୁ ମଞ୍ଜୁର କରିଥିଲେ ସୁଦ୍ଧା ତାଙ୍କ ସାନଭାଇ ତଥା ଅନ୍ୟତମ ଅଭିଯୁକ୍ତ ସଞ୍ଜୟ ଚନ୍ଦ୍ରଙ୍କର ଜାମିନକୁ ଖାରଜ କରି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe