indiatimes.com
ଥାନେ : ଭାରତୀୟ ଟ୍ରେନରେ ଯାତ୍ରୀମାନଙ୍କୁ ମିଳୁଥିବା ଖାଦ୍ୟର ମାନକୁ ନେଇ ପୂର୍ବରୁ ଅନେକ ଥର ବିବାଦ ଦେଖା ଯାଇ ସାରିଛି। ଖାଦ୍ୟରେ ପୋକ ବାହାରିବା, ଶୌଚାଳୟ ପାଣି ବ୍ୟବହାର କରି ଚା’ ପ୍ରସ୍ତୁତ କରିବା ଭଳି ଅନେକ ଭିଡିଓ ପୂର୍ବରୁ ଭାଇରାଲ ହୋଇଥିବା ବେଳେ ଏବେ ଥାନେ ରେଳ ଷ୍ଟେସନରୁ ସେଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି।
ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବକ ଚା’ କପଗୁଡ଼ିକୁ ଏକ ଡଷ୍ଟବିନରେ ସଫା କରୁଥିବା ଦେଖାଯାଇଛି। ରେଳ ଷ୍ଟେସନରେ ଶୁଖିଲା ଆବର୍ଜନାକୁ ଫିଙ୍ଗିବା ପାଇଁ ରଖାଯାଇଥିବା ଡଷ୍ଟବିନରେ ଯୁବକଜଣଙ୍କ ବ୍ୟବହାର ହୋଇ ସାରିଥିବା ଚା’କପକୁ ସଫା କରୁଛନ୍ତି। ଡଷ୍ଟବିନ ଡ଼ବାରେ ଡ୍ରାଏ ୱେଷ୍ଟ ଲେଖାଯାଇଥିବା ଦେଖାଯାଉଛି। ଏହା ସହ ଯୁବକଜଣଙ୍କ ଚା’କପକୁ ସଫା କରି ତଳେ ଥିବା ଏକ ପ୍ଲେଟରେ ଗୋଟେ ପରେ ଗୋଟେ ରଖୁଥିବା ଦେଖାଯାଇଛି। @ମନ୍ଦର୨୦୦୫ ନାମକ ଜଣେ ଟୁଇଟର ବ୍ୟବହାରକାରୀ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି କି, ଘଟଣାଟି ଥାନେ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୬ରେ ଘଟିଛି। ଘଟଣାର ଭିଡିଓ ସେୟାର କରିବା ସହ କେନ୍ଦ୍ରୀୟ ରେଳ ପ୍ରଶାସନ, ରେଳ ମନ୍ତ୍ରାଳୟ ଓ କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଟ୍ୟାଗ୍ କରି ଏ ଦିଗ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଲେଖିଛନ୍ତି ମନ୍ଦର।
Follow Us