Image Courtesy of NBC News
ଲଣ୍ଡନ୍: ୨୦୧୭ ସୁଦ୍ଧା ଇଂଲଣ୍ଡ୍ର ୫ଜି ନେଟ୍ୱାର୍କସ୍ରୁ ଚୀନ୍ର ହୁୱାୱେଇକୁ ସମ୍ପୂର୍ଣ୍ଣ ହଟାଇ ଦିଆଯିବ ବୋଲି ମଙ୍ଗଳବାର ଦିନ ଇଂଲଣ୍ଡ୍ ସରକାର ଘୋଷଣା କରିଛନ୍ତି। ଦେଶର ଜାତୀୟ ସାଇବର୍ ସିକ୍ୟୁରିଟି ସେଣ୍ଟର୍ ଚୀନ୍ର ବୃହତ୍ ଟେଲିକମ୍ୟୁନିକେସନ୍ସ୍ ହୁୱାୱେଇ ବିପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଲାଗୁ କରିଥିବା କଟକଣାର ପ୍ରଭାବ ସମୀକ୍ଷା କରିବା ପରେ ଏ ଭଳି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍।
ଇଂଲଣ୍ଡ୍ର ରାଷ୍ଟ୍ର ଡିଜିଟାଲ୍, ସଂସ୍କୃତି, ଗଣମାଧ୍ୟମ ଏବଂ କ୍ରୀଡ଼ା ସଚିବ ଅଲିଭର୍ ଡାଓଡେନ୍ କହିଛନ୍ତି, ୫ଜି ଆମ ଦେଶ ପାଇଁ ଉଲ୍ଲେଖନୀୟ ପରିବର୍ତ୍ତନ ହୋଇପାରେ। କିନ୍ତୁ, ତାହାର ନିରାପତ୍ତା ଓ ତିଆରି ହୋଇଥିବା ଭିତ୍ତିଭୂମି ଉପରେ ଆମର ଭରସା ରହିବା ଦରକାର।
Image Courtesy of Telengana Todayଇଂଲଣ୍ଡ ନେଟ୍ୱାର୍କସ୍ରୁ ହୁୱାୱେଇ କିଟ୍ ସମ୍ପୂର୍ଣ୍ଣ ହଟିଯିବା ପରେ ୨୦୨୦ ଡିସେମ୍ବର ୩୧ ପରେ ଯେକୌଣସି ନୂଆ ୫ଜି କିଟ୍ କିଣା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି ହେବ।
ଅଲିଭର୍ ଡାଓଡେନ୍ ଆହୁରି କହିଛନ୍ତି, ହୁୱାୱେଇ ବିପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା କଟକଣା ଏବଂ ଆମ ସାଇବର୍ ବିଶେଷଜ୍ଞମାନଙ୍କ ଠାରୁ ବୈଷୟିକ ପରାମର୍ଶ ଆଦି ବୁଝିବା ପରେ ଆମ ୫ଜି ନେଟ୍ୱାର୍କସ୍ରୁ ହୁୱାୱେଇକୁ ନିଷେଧ କରିବାକୁ ସରକାର ସ୍ଥିର କରିଛନ୍ତି। ୨୦୨୧ ଜାନୁଆରି ଠାରୁ କୌଣସି ନୂଆ କିଟ୍ ଲାଗିବ ନାହିଁ। ୨୦୨୭ ସୁଦ୍ଧା ଇଂଲଣ୍ଡ୍ର ସମସ୍ତ ୫ଜି ନେଟ୍ୱାର୍କସ୍ ହୁୱାୱେଇ ମୁକ୍ତ ହେବ।
Follow Us