ଜିତିବା ପରେ ଡବଲ୍ ଇଞ୍ଜିନ୍ ସରକାରଙ୍କୁ ଶ୍ରେୟ ଦେଲେ ଯୋଗୀ

Advertisment
ଜିତିବା ପରେ ଡବଲ୍ ଇଞ୍ଜିନ୍ ସରକାରଙ୍କୁ ଶ୍ରେୟ ଦେଲେ ଯୋଗୀ

ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଛି ବିପୁଳ ଭୋଟ। ଗୋରଖପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗଣନା ଶେଷ ହୋଇଥିବା ବେ‌ଳେ ବିପୁଳ ଭୋଟ‌ ପାଇ ବିଜୟୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ। ସମୁଦାୟ ୧,୦୨,୦୦୦ ‌ଭୋଟ ପାଇ ଯୋଗୀ ବିଜୟ ହାସଲ କରିଥିବା ଜଣାପଡ଼ିଛି। ତେବେ ବିଜୟୀ ହେବା ପରେ ସେ ଦଳୀୟ ଅଫିସରେ ପହଞ୍ଚି ନିଜ ଖୁସିକୁ ଦଳୀୟ କର୍ମୀଙ୍କ ସହ ବାଣ୍ଟିଥିବା ଦେଖାଯାଇଛି। ଶହ ଶହ ଦଳୀୟ କର୍ମୀ ଲକ୍ଷ୍ନୌରେ ଥିବା ବିଜେପି ଅଫିସରେ ପହଞ୍ଚିବା ସହ ଯୋଗୀଙ୍କ ସହ ହୋଲି ଖେଳିଥିବା ଦେଖାଯାଇଛି।

ସମର୍ଥକ ଏବଂ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଏବଂ ଏହାର ସହଯୋଗୀମାନେ ଉତ୍ତରପ୍ରଦେଶରେ ବିପୁଳ ସଂଖ୍ୟାରେ ଭୋଟ ପାଇ ବିଜୟୀ ହୋଇଛନ୍ତି। କରୋନାଭାଇରସ୍ ମହାମାରୀ ସତ୍ତ୍ବେ ଗଣତନ୍ତ୍ରର ପର୍ବ ପାଳନ ପାଇଁ ଅନୁମତି ଦେଇଥିବାରୁ ମୁଁ ଭାରତର ନିର୍ବାଚନ ଆୟୋଗକୁ ଧନ୍ୟବାଦ ଜଣାଉଛି। ବିଜେପିର ଡବଲ ଇଞ୍ଜିନ ସରକାର ରାଜ୍ୟରେ ବିକାଶମୂଳକ କାର୍ଯ୍ୟକୁ ଆଗକୁ ବଢ଼ାଇଥିବାରୁ ଆମକୁ ଏହି ଫଳାଫଳ ମିଳିଛି। ମହାମାରୀ ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଅଟକି ନଥିଲେ। ଏହି ବିଜୟ ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିରନ୍ତର କାର୍ଯ୍ୟର ଫଳାଫଳ। ଏହି ବିଜୟ ପ୍ରତ୍ୟେକ ଦଳୀୟ କର୍ମୀଙ୍କ ବିଜୟ । ଆମେ ଆଗକୁ ଚାରିଟି ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛୁ।

publive-image indiatoday

ବର୍ତ୍ତମାନ ସୁଦ୍ଧା ହସ୍ତଗତ ଫଳାଫଳ ଅନୁସାରେ ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ବିଜେପି ୧୬୯ ଆସନରେ ଆଗୁଆ ଥିବା ବେଳେ ଏଯାବତ୍ ୯୮ଟିରେ ବିଜୟୀ ହୋଇଛି। ଅନ୍ୟ ପକ୍ଷରେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ୧୦୭ଟିରେ ଆଗୁଆ ରହିଥିବା ବେଳେ ୨୪ଟିରେ ବିଜୟ ଲାଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe