୨୩ ପରେ ତୃତୀୟ ସାମ୍ମୁଖ୍ୟ ‌ଗଠନ ‌ନିଷ୍ପତ୍ତି: ଷ୍ଟାଲିନ୍‌ ‌

Advertisment
୨୩ ପରେ ତୃତୀୟ ସାମ୍ମୁଖ୍ୟ ‌ଗଠନ ‌ନିଷ୍ପତ୍ତି: ଷ୍ଟାଲିନ୍‌ ‌

newindianexpress.com

ଚେନ୍ନାଇ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର (ଜେ ଚନ୍ଦ୍ରଶେଖର ରାଓ) ଗତକାଲି ଡିଏମ୍‌କେ ଅଧ୍ୟକ୍ଷ ଷ୍ଟାଲିନ୍‌ଙ୍କୁ ଭେଟିଥିଲେ। ଏହାପରେ ଦେଶରେ ଅଣ -ବିଜେପି, ଅଣ-କଂଗ୍ରେସ ତୃତୀୟ ସାମ୍ମୁଖ୍ୟ ଗଠନ ପାଇଁ କେସିଆର ଉଦ୍ୟମ ଚଳାଇଛନ୍ତି ବୋଲି ଚର୍ଚା ଆରମ୍ଭ ହୋଇଥିଲା। କିନ୍ତୁ ଆଜି ଷ୍ଟାଲିନ୍‌ ଏହି ଖବରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଷ୍ଟାଲିନ୍‌ କହିଛନ୍ତି କେସିଆର ମେଣ୍ଟ ଗଠନ ପାଇଁ ତାମିଲନାଡ଼ୁ ଆସିନଥି‌ଲେ। ବରଂ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ପାଇଁ ସେ ଆସିଥିଲେ ଏବଂ ମୋ ସହ ସେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ତେବେ ନିର୍ବାଚନ ପରେ ଅଣ-ବିଜେପି, ଅଣ-କଂଗ୍ରେସ ତୃତୀୟ ସାମ୍ମୁଖ୍ୟ ଗଠନ ହେବାର ସମ୍ଭାବନା ନାହିଁ। କିନ୍ତୁ ୨୩ ତାରିଖରେ ନିର୍ବାଚନୀ ଫଳାଫଳ ପ୍ରକାଶ ପାଇବାପରେ ଏବାବଦ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe