୨୮ ମାସ ପରେ ଗୋଟିଏ ମଞ୍ଚରେ:ମୋଦୀ-ଉଦ୍ଧବ

Advertisment

କର୍ମୀଙ୍କ ପାଇଁ ଅଡ଼ୁଆ

କର୍ମୀଙ୍କ ପାଇଁ ଅଡ଼ୁଆ

୨୮ ମାସ ପରେ ଗୋଟିଏ ମଞ୍ଚରେ:ମୋଦୀ-ଉଦ୍ଧବ

ଲାତୁର,: ବିଜେପି ଏବଂ ଶିବ ସେନା ମଧ୍ୟରେ ଦୀର୍ଘ ୪ ବର୍ଷ ଧରି ଲାଗି ରହିଥିବା ତୀବ୍ର ମତଭେଦର ଆଜି ପରିସମାପ୍ତି ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶିବସେନା ସୁପ୍ରିମୋ ଉଦ୍ଧବ ଠାକ୍‌ରେ ଗୋଟିଏ ମଂଚରୁ ନିର୍ବାଚନ ପ୍ରଚାର କରିଛନ୍ତି। ଉଭୟ ଦଳ ପରସ୍ପର ବିରୋଧରେ ବର୍ଷ ବର୍ଷ ଦରି ବିଷୋଦ୍‌ଗାର କରି ଚାଲିଥିବା ବେଳେ ଆଜି ସବୁକିଛି ଭୁଲି ପରସ୍ପରର ପ୍ରଶଂସାରେ ଶତମୁଖ ହୋଇଉଠିଥିଲେ । ଲାତୁରରେ ଆଜି ବିଜେପି-ଶିବସେନାର ମିଳିତ ରୢାଲିରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିବା ବେଳେ ଏହା ଶିବସେନା କର୍ମୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସବୁ ପ୍ରସଙ୍ଗରେ କଡ଼ା ସମାଲୋଚନା କରି ଆସୁଥିବା ଉଦ୍ଧବଙ୍କ ଏଭଳି ପରିବର୍ତ୍ତନକୁ ଦଳର ପୁରୁଖା କର୍ମୀମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ରାଜ୍ୟରେ ବିଜେପି ୨୫ ଏବଂ ଶିବସେନା ୨୩ଟି ଲୋକସଭା ଆସନରେ ନିର୍ବାଚନ ଲଢ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe