ଭାରତରେ ପୁଣି ୭ ଜଣଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖାଗଲା, ୭ ରାଜ୍ୟରେ ସ୍ଥିତି ଯାଞ୍ଚ କରିବେ ୭ କେନ୍ଦ୍ରୀୟ ଟିମ୍‌

ନିର୍ଦ୍ଦେଶାବଳୀ ଜାରି କଲେ ସ୍ବାସ୍ଥ୍ୟ ମନ୍ତ୍ରାଳୟ

ଭାରତରେ ପୁଣି ୭ ଜଣଙ୍କୁ ସ୍ବତନ୍ତ୍ର ୱାର୍ଡରେ ରଖାଗଲା, ୭ ରାଜ୍ୟରେ ସ୍ଥିତି ଯାଞ୍ଚ କରିବେ ୭ କେନ୍ଦ୍ରୀୟ ଟିମ୍‌

Hindustan Times

ନୂଆଦିଲ୍ଲୀ: ଚୀନ୍‌ରୁ ଭାରତକୁ ଫେରିଥିବା ୧୧ ଭାରତୀୟଙ୍କୁ ଗତକାଲିଠାରୁ ସ୍ବତନ୍ତ୍ର ୱାର୍ଡରେ ରଖାଯାଇଥିବା ବେଳେ ଆଜି ପୁଣି ଆଉ ୭ ଜଣଙ୍କୁ ଅବଜରବେସନ୍‌ରେ ରଖାଯାଇଛି। ତେବେ ଦେଶରେ କୌଣସି ଜଣଙ୍କ ଶରୀରରେ ବି ଭାଇରସ୍‌ ପଜିଟିଭ୍‌ ନଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି। ଅବଜରବେସନ୍‌ରେ ଥିବା ୭ ଜଣଙ୍କ ରକ୍ତ ନମୂନାକୁ ଆଇସିଏମ୍‌ଆର-ଏନ୍‌ଆଇଭି ପୁନେ ଲ୍ୟାବ୍‌ ପଠାଯାଇଛି। କେରଳର ୭, ମୁମ୍ବାଇର ୨ ଏବଂ ବେଙ୍ଗାଲୁରୁ ଓ ହାଇଦ୍ରାବାଦ୍‌ରୁ ଜଣେ ଲେଖାଏଁ ଯାତ୍ରୀ ଚୀନ୍‌ରୁ ଫେରିଥିବା ବେ‌ଳେ ସେମାନଙ୍କୁ ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି। ନୂଆଦିଲ୍ଲୀ, କୋଲକାତା, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ୍‌ ଏବଂ କୋଚି ବିମାନବନ୍ଦରରେ ଥର୍ମାଲ ସ୍କ୍ରିନିଂ କରାଯାଇଥିବା ବେଳେ ଏହି ୭ ରାଜ୍ୟକୁ କେନ୍ଦ୍ରୀୟ ଟିମ୍‌ ଯିବେ। କେନ୍ଦ୍ରୀୟ ଟିମ୍‌ ବିଭିନ୍ନ ରାଜ୍ୟ ବୁଲି ସ୍ଥିତି ଯାଞ୍ଚ କରିବେ। କରୋନା ଭାଇରସ୍‌ ନେଇ କିଭଳି ପ୍ରସ୍ତୁତି ଜାରି ରହିଛି ସେ‌ ସଂକ୍ରାନ୍ତରେ କେନ୍ଦ୍ରୀୟ ଟିମ୍‌ ସମୀକ୍ଷା କରିବେ। କରୋନା ଭାଇରସ୍‌ ନେଇ ପ୍ରସ୍ତୁତି ସଂକ୍ରାନ୍ତରେ ଆକଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଜି ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଛି। ନେପାଳରେ ଜଣେ କରୋନା ଭାଇରସ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ନେପାଳ ସୀମା ସଂଲଗ୍ନ ଉତ୍ତରାଖଣ୍ଡରେ ସ୍କ୍ରିନିଂ କରିବା ସହ ସବୁ ପ୍ରକାର ସହାୟତା ଦେବାପାଇଁ ରାଜ୍ୟ ସରକାରଙ୍କୁ ଆଶ୍ବାସନା ଦିଆଯାଇଛି। ଚୀନ୍‌କୁ ଯାତ୍ରା କରୁଥିବା ଭାରତୀୟମାନଙ୍କ ପାଇଁ କେନ୍ଦ୍ର ସ୍ବା‌ସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି ହୋଇଛି।

ଉହାନ୍‌ରେ ଫସିଥିବା ଭାରତୀୟଙ୍କୁ ଛାଡ଼ିବାକୁ ଚୀନ୍‌କୁ ଭାରତର ଅନୁରୋଧ
ନୂଆଦିଲ୍ଲୀ: କରୋନା ଭାଇରସ୍‌ ଯୋଗୁଁ ଉହାନ୍‌ରେ ଯେଭଳି କଟକଣା କଠୋର ହୋଇଛି ତାହା ଭାରତରେ ଭୟ ଖେଳାଇ ଦେଇଛି। ଉହାନ୍‌ରେ ଆଜି କୌଣସି ଜଣଙ୍କୁ ବି ସହର ବାହାରକୁ ଛଡ଼ାଯାଉନାହିଁ। ଗମନାଗମନ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ଉହାନ୍‌ରେ ଏବେ ପ୍ରାୟ ୨୫୦-୩୦୦ ଭାରତୀୟ ଥିବା‌ବେଳେ ସେମାନଙ୍କୁ ଛାଡ଼ିବାପାଇଁ ଭାରତ ଚୀନ୍‌କୁ ଅନୁରୋଧ କରିଥିବା ଜଣାପଡ଼ିଛି। ଅଧିକାଂଶ ଭାରତୀୟ ଗତ ୨ ସପ୍ତାହ ମଧ୍ୟରେ ଚୀନ୍‌ ଛାଡ଼ି ଭାରତରେ ପହଞ୍ଚି ସାରିଛନ୍ତି। ଉହାନ୍‌ରେ ଫସିଥିବା ଭାରତୀୟଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ଅଛନ୍ତି। ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଭାରତୀୟ ଅଧିକାରୀମାନେ ହୁୱେଇ ଏବଂ ଉହାନ୍ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe