ଆମେରିକା ଦୂତାବାସ ଉପରେ ପୁଣି ରକେଟ୍‌ ଆକ୍ରମଣ

Advertisment
ଆମେରିକା ଦୂତାବାସ ଉପରେ ପୁଣି ରକେଟ୍‌ ଆକ୍ରମଣ

The New York Times

ବାଗଦାଦ: ଇରାକ୍‌ର ରାଜଧାନୀ ବାଗଦାଦ ସ୍ଥିତ ଆମେରିକା ଦୂତାବାସ ଉପରେ ପୁଣି ଥରେ ଇରାନ୍‌ ରକେଟ୍‌ ଆକ୍ରମଣ କରିଛି। ଦୁଇଟି ରକେଟ ଦୂତାବାସ ନିକଟରେ ପଡ଼ିଥିଲା ଏବଂ ଏଥିରେ ଦୂତାବାସର କୌଣସି କ୍ଷୟକ୍ଷତି ହୋଇନାହିଁ ଏବଂ ସମସ୍ତ କର୍ମଚାରୀ ସୁରକ୍ଷିତ ଅଛନ୍ତି। ଇରାନ୍‌ର କମାଣ୍ଡର ଜେନେରାଲ କ୍ବାସିମ୍‌ ସୁଲେମାନୀ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ନିହତ ହେବାପରେ ଆମେରିକା ଏବଂ ଇରାନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ପୂର୍ବରୁ ୩ ଥର ଇରାନ୍‌ ଆମେରିକାକୁ ନିଶାଣ କରି ଆକ୍ରମଣ କରିଥିବା ବେଳେ ଆଜି ଚତୁର୍ଥ ଥର ଆକ୍ରମଣ ହୋଇଥିବାରୁ ଏହାକୁ ନେଇ ଦୁଇ ଦେଶ‌ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଇରାନ୍‌ ବାଗଦାଦର ଗ୍ରିନ୍‌ ଜୋନ୍‌ରେ ଅବସ୍ଥିତ ଆମେରିକୀୟ ଦୂତାବାସ ଏବଂ ଅନ୍ୟ ସୁରକ୍ଷା ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରୁଥିବାରୁ ସେଠାରେ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe