କଶ୍ମୀର ସ୍ଥିତି ସାଂଘାତିକ, ପୁଣି କଟକଣା କଠୋର ହେଲା

Advertisment
କଶ୍ମୀର ସ୍ଥିତି ସାଂଘାତିକ, ପୁଣି କଟକଣା କଠୋର ହେଲା

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସ୍ଥିତି ସ୍ବାଭାବିକ କରିବା ପାଇଁ ସରକାର, ସେନା ଏବଂ ଜମ୍ମୁ କଶ୍ମୀର ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରୟାସ ଜାରି ରହିଛି। ତେବେ ଜମ୍ମୁରେ ସ୍ଥିତି ସ୍ବାଭାବିକ ଥିବା ବେଳେ କଶ୍ମୀର ସ୍ଥିତି ସାଂଘାତିକ ହୋଇପଡ଼ିଛି। ଅନେକ ସ୍ଥାନରେ ବିଚ୍ଛିନ୍ନତାବାଦୀଙ୍କ ଆନ୍ଦୋଳନ ଏବଂ ହିଂସା ଷଡ଼ଯନ୍ତ୍ର ଯୋଗୁଁ ପୁଣି କଠୋର କଟକଣା ଲାଗୁ କରାଯାଇଛି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଶତାଧକ ସ୍ଥାନରେ ହିଂସା ସୃଷ୍ଟିକାରୀ ଯୁବଗୋଷ୍ଠୀ ସେନା ଉପରେ ପଥର ମାଡ଼ କରିବାକୁ ଯୋଜନା କରିଥିଲେ । ତେବେ ଏହାକୁ ପଣ୍ଡ କରି ଦିଆଯାଇଛି। ବିଚ୍ଛିନ୍ନତାବାଦୀ ପୁଣି ସକ୍ରିୟ ହେଉଥିବାରୁ ସମସ୍ତ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି।

କଶ୍ମୀରର ବିଭିନ୍ନ ସ୍ଥାନରେ ଏବେ ଭାରତ ବିରୋଧୀ ଆନ୍ଦୋଳନ ପୋଷ୍ଟର ଲାଗିଛି ଏବଂ ପୁଣି ବଡ଼ ଧରଣର ହିଂସା ପାଇଁ ଲୋକଙ୍କୁ ବିଚ୍ଛିନତାବାଦୀ ଉସୁକାଉଛନ୍ତି। ସେମାନେ ଆନ୍ଦୋଳନ ପାଇଁ ଆହ୍ବାନ ଦେଇ କଶ୍ମୀରକୁ ପୁଣି ଅଶାନ୍ତ କରିଦେଇଛନ୍ତି। ଦକ୍ଷିଣ କଶ୍ମୀରରେ ବିଚ୍ଛିନ୍ନତାବାଦୀଙ୍କ ଗୋପନ ବୈଠକରେ ପ୍ରାୟ ୧ ହଜାରରୁ ଅଧିକ ଯୁବକ ସାମିଲ ହୋଇଥିବା ନେଇ ଗୁଇନ୍ଦା ଖବର ମିଳିବା ପରେ ସେମାନଙ୍କ ବିଭିନ୍ନ ଆଡ଼ାରେ ଏବେ ପୁଲିସ ଚଢ଼ଉ ଆରମ୍ଭ କରିଛି । ଶ୍ରୀନଗରରେ ୩୭୦ ଉଚ୍ଛେଦକୁ ବିରୋଧ କରି ସ୍ଥାନୀୟ ୟୁଏନ୍‌ ଅଫିସ୍‌ ପର୍ଯ୍ୟନ୍ତ ଆନ୍ଦୋଳନ ଯାତ୍ରା କରିବା ପାଇଁ ପୋଷ୍ଟର ମାଧ୍ୟମରେ ଆହ୍ବାନ ଦିଆଯାଇଛି। ଚଳିତ ସପ୍ତାହରେ କଶ୍ମୀରର ବିଭିନ୍ନ ସ୍ଥାନରେ କଟକଣା ହଟିଥିଲେ ମଧ୍ୟ ଦୋକାନ ବଜାର ବନ୍ଦ ରହିଥିଲା। ୨୦ ଦିନ ହେଲା କଶ୍ମୀରରେ ମୋବାଇଲ୍‌ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ରହିଛି। ବିଚ୍ଛିନତାବାଦୀ ନେତାମାନେ କହିଛନ୍ତି ଯେ ଯେ ମୁସଲିମ ବହୁଳ ରାଜ୍ୟ ଜମ୍ମୁ କଶ୍ମୀରର ଆକାର ପରିବର୍ତ୍ତନ କରିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନାକୁ ସ୍ଥାନୀୟ ବାସିନ୍ଦା ଗ୍ରହଣ କରିବେ ନାହିଁ ଏବଂ ଏହା ବିରୋଧରେ ଆନ୍ଦୋଳନ ବ୍ୟାପକ ହେବ। ଏଭଳି ସ୍ଥିତିରେ ପାକିସ୍ତାନ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହଯୋଗରେ ୫୦ରୁ ଅଧିକ ଆତଙ୍କବାଦୀ କଶ୍ମୀରରେ ଅନୁପ୍ରବେଶ ପାଇଁ ଅହରହ ଉଦ୍ୟମ ଚଳାଇଛନ୍ତି। ନିୟନ୍ତ୍ରଣ ରେଖା ଅଂଚଳରେ ସମସ୍ତ ରାସ୍ତାକୁ ସିଲ୍‌ କରି କଡ଼ା ନଜର ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe