ପୁଣି ତେଜିଲା ମରାଠା ଆନ୍ଦୋଳନ

ପୁଣି ତେଜିଲା ମରାଠା ଆନ୍ଦୋଳନ

ମୁମ୍ବାଇ: ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଆନ୍ଦୋଳନ ପୁଣି ତେଜିଛି। ପୁନେସ୍ଥିତ ଚକଣ ଶିଳ୍ପାଞ୍ଚଳରେ ଆଜି ଆନ୍ଦୋଳନକାରୀମାନେ ବିକ୍ଷୋଭ କରିଛନ୍ତି। ଅଞ୍ଚଳରେ ରାଜପଥ ଅବରୋଧ ସହିତ ଅନେକ ହିଂସାକାଣ୍ଡ ଘଟାଇଛନ୍ତି। ସେମାନଙ୍କୁ ପୁଲିସ ଘଉଡ଼ାଇବାକୁ ଚେଷ୍ଟା କରିବା ପରେ ସେମାନେ ଅଧିକ ଆକ୍ରମଣାତ୍ମକ ହୋଇ ଢେଲାମାଡ଼ କରିଛନ୍ତି। ଚକଣ ଓ ଖେଦଠାରେ କିଛି ଆନ୍ଦୋଳନକାରୀ ୧୦୦ରୁ ଊର୍ଧ୍ୱ ଗାଡ଼ି ଭାଙ୍ଗି ନଷ୍ଟ କରିପକାଇଛନ୍ତି। ସକାଳେ ସେମାନେ ପୁନେ-ନାସିକ ରାଜପଥକୁ ୪ ଘଣ୍ଟାରୁ ଊର୍ଧ୍ୱ କାଳ ଅବରୋଧ କରି ଯାତାୟାତରେ ବାଧା ସୃଷ୍ଟି କରିଥିଲେ। ଶେଷରେ ଚକଣଠାରେ ୧୪୪ ଧାରା ଲାଗୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe