ଲେକ୍ଷ୍ନୗ: ବ୍ରହ୍ମୋସ୍ ବୈଜ୍ଞାନିକ ନିଶାନ୍ତ ଅଗ୍ରୱାଲ୍ ନିକଟରେ ଭାରତର ପରମାଣୁ ଶକ୍ତି ସମ୍ପନ୍ନ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ବାବଦରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପାକିସ୍ତାନ ଆଇଏସ୍ଆଇକୁ ଦେଇ ଗିରଫ ହୋଇଥିବାବେେଳ ଆଜି ଜଣେ ସେନା ଯବାନ ମଧ୍ୟ ଏହି ଗୁଇନ୍ଦାଗିରି ମାମଲାରେ ଗିରଫ ହୋଇଛନ୍ତି। ସିଗନାଲ୍ ରେଜିମେଣ୍ଟ୍ରେ ଥିବା ଉକ୍ତ ଯବାନ ଜଣଙ୍କ ପାକ୍ ଆଇଏସ୍ଆଇକୁ ୱେଷ୍ଟର୍ଣ୍ଣ ରେଜିମେଣ୍ଟ୍ ବାବଦରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଦେଇଥିବା ଜଣାପଡ଼ିଛି। ଉକ୍ତ ଯବାନଙ୍କ ନାମ କାଞ୍ଚନ ସିଂହ। ଘର ଉତ୍ତରାଖଣ୍ଡରେ। ୧୦ ବର୍ଷ ହେବ ସେ ସେନାବାହିନୀରେ ରହିଥିଲେ। କିନ୍ତୁ ଗତ ୩ ମାସ ହେବ ଗୁଇନ୍ଦା ସଂସ୍ଥା ରାଡାରରେ ରହିଥିଲେ। ଆଜି ମିଲିଟାରି ଗୁଇନ୍ଦା ସଂସ୍ଥା ଦ୍ବାରା ତାଙ୍କୁ ୟୁପିର ମିରଟ୍ରୁ ଗିରଫ କରାଯାଇଛି। ପାକିସ୍ତାନର ଆଇଏସ୍ଆଇ ମୁ୍ଖ୍ୟତଃ ଭାରତର ପ୍ରତିରକ୍ଷା କ୍ଷେତ୍ରର ସଦସ୍ୟ ଏବଂ ବୈଜ୍ଞାନିକ ମାନଙ୍କୁ ଟାର୍ଗେଟ୍ କରୁଛନ୍ତି। ଯବାନ ଏବଂ ବୈଜ୍ଞାନିକଙ୍କୁ ହନି ଟ୍ରାପ୍ରେ ଫସାଇ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏଭଳି କରୁଛି।
ବ୍ରହ୍ମୋସ୍ ଗୁଇନ୍ଦାଗିରି ମାମଲାରେ ଆଉ ଜଣେ ଯବାନ ଗିରଫ
Advertisment
Follow Us