ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଞ୍ଚ୍ ଜିଲ୍ଲା ଅନ୍ତର୍ଗତ ମେଣ୍ଢର ଇଲାକାର ନିୟନ୍ତ୍ରଣ ରେଖା ନିକଟରେ ପାକ୍ ସେନା ପକ୍ଷରୁ ଲଗାତାର ଚତୁର୍ଥ ଦିନ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ଏଥିରେ ଭାରତୀୟ ସେନାର ଆଉ ଜଣେ ଯବାନ ସହିଦ ହୋଇଛନ୍ତି। ଗତକାଲି କୃଷ୍ଣାଘାଟି ଇଲାକାରେ ପାକ୍ ଗୁଳିରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ।
ଶନିବାର ସନ୍ଧ୍ୟାରେ ମେଣ୍ଢର ଅଞ୍ଚଳରେ ପାକ୍ ରେଞ୍ଜର୍ସମାନେ ସ୍ୱୟଂଚାଳିତ ବନ୍ଧୁକରୁ ଅଚାନକ ଗୁଳିବର୍ଷା କରିଥିଲେ। ଏଥିରେ ୨୫ ବର୍ଷୀୟ ଯବାନ ଚନ୍ଦନ କୁମାର ରାୟ ଟଳିପଡ଼ିଥିଲେ। ଚନ୍ଦନଙ୍କ ଘର ଉତ୍ତରପ୍ରଦେଶର ଚନ୍ଦୌଲି ଜିଲ୍ଲାର ସକଳଡିହା ତହସିଲ ଅନ୍ତର୍ଗତ ନାଦେସର ଗ୍ରାମରେ ବୋଲି ଜଣାଯାଇଛି। ଗତ ସପ୍ତାହକ ଭିତରେ ପାକିସ୍ତାନର ଏପରି ଅସ୍ତ୍ର ବିରତି ଉଲ୍ଲଂଘନର ଶିକାର ହୋଇ ଜମ୍ମୁ କଶ୍ମୀରର ୭ ଜଣ ସାଧାରଣ ନାଗରିକ ଆଖି ବୁଜିଥିବା ବେଳେ ୪ ଜଣ ଯବାନ ସହିଦ ହୋଇଛନ୍ତି। ଏଭଳି ସ୍ଥିତିକୁ ଗମ୍ଭୀରତାର ସହ ନେଇ ରାଜ୍ୟ ପୁଲିସ ପକ୍ଷରୁ ‘ରେଡ୍ ଆଲର୍ଟ’ ଜାରି କରାଯାଇଛି। ସୀମା ଉତ୍ତେଜନା ସମୟରେ ଘାଟିରେ ସକ୍ରିୟ ଥିବା ଆତଙ୍କବାଦୀଙ୍କ ଆଡ଼ୁ ମଧ୍ୟ ଆକ୍ରମଣ ଆଶଙ୍କା କରି କମ୍ବିଂ ଅପରେସନ ଜୋର୍ଦାର କରାଯାଇଛି।
ମେଣ୍ଢରରେ ପୁଣି ଯବାନ ସହିଦ
Advertisment
Follow Us