ପୁଣି ‘ହୁ’ର ଚେତାବନୀ, ବି.୧.୬୧୭ ପ୍ରଜାତି ଅତିଶୟ ସଂକ୍ରମଣଶୀଳ

Advertisment
ବୟସ୍କ ଏବଂ ସ୍ବାସ୍ଥ୍ୟ ସଙ୍କଟ ଥିବା ବ୍ୟକ୍ତିଙ୍କୁ ବାର୍ଷିକ କୋଭିଡ୍‌ ବୁଷ୍ଟର ଡୋଜ୍‌ ଆବଶ୍ୟକ: ‘ହୁ’

ଜେନେଭା(ସ୍ବିଜରଲାଣ୍ଡ): ଭାରତରେ ସମ୍ପ୍ରତି ସଂକ୍ରମଣକୁ ଅତି କ୍ଷିପ୍ର ବେଗରେ ବ୍ୟାପକ କରିଚାଲିଥିବା ଏକ ନୂତନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ ଅନ୍ୟ ଯେ କୌଣସି କରୋନାଭୂତାଣୁ ଅପେକ୍ଷା ଅଧିକ ସଂକ୍ରମମଶୀଳ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ସତର୍କ କରାଇ ଦେଇଛି। ତେବେ ବି.୧.୬୧୭ ନାମକ ଏହି ପ୍ରଜାତି ଭାରତରେ ଦେଖାଦେଇଥିବା ଧ୍ବଂସକାରୀ ସଂକ୍ରମଣର ଅହେତୁକ ବୃଦ୍ଧିରେ କେତେ ଭୂମିକା ନିଭାଇଛି ତାହା ସ୍ପଷ୍ଟ ହୋଇନଥିଲେ ହେଁ ବିଶ୍ବର ପ୍ରାୟ ୪୪ଟି ଦେଶକୁ ମାଡ଼ିଯାଇଥିବା ଏହି ପ୍ରଜାତି ଏବେ ମୁଣ୍ଡବିନ୍ଧାର କାରଣ ହୋଇଛି।

ଅପରପକ୍ଷେ, ଅନ୍ୟଦେଶମାନଙ୍କ ଭଳି ଭାରତ ମଧ୍ୟ ପଜିଟିଭ୍‌ ବାହାରୁଥିବା ନମୁନାଗୁଡ଼ିକର ଅତି ନଗଣ୍ୟ ପରିମାଣର ଆନୁବଂଶିକ ଅନୁକ୍ରମ ଅନୁଧ୍ୟାନ କରୁଛି। ସୁତରାଂ ଏପରି ସ୍ବଳ୍ପ ନିରୀକ୍ଷଣକୁ ଭିତ୍ତି କରି ବି.୧.୬୧୭ର ଭୟାବହତା ସମ୍ପର୍କରେ ଉପସଂହାର ଆଣିବା କଷ୍ଟକର ବୋଲି ହୁ' ପକ୍ଷରୁ କୁହାଯାଇଛି। ଅପରପକ୍ଷେ, ଭାରତର ଏହି ସଦ୍ୟ ସଂକ୍ରମଣ ବୃଦ୍ଧି ପଛରେ ଆମେରିକାରେ ଘାତକ ସାଜିଥିବା ବି.୧.୧.୭ ନାମକ ବ୍ରିଟେନ ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁର ଭୂମିକା ଉଲ୍ଲେଖନୀୟ ଥାଇପାରେ ବୋଲି ହୁ' ମଧ୍ୟ ଆଶଙ୍କା ବ୍ୟକ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe