ଆମେରିକାରେ ପୁଣି ଗଣସଂହାର, ୫ ମୃତ

Advertisment
ଆମେରିକାରେ ପୁଣି ଗଣସଂହାର, ୫ ମୃତ

ୱାସିଂଟନ: ଆମେରିକାରେ କିଛିଦିନ ପୂର୍ବେ ହୋଇଥିବା ବର୍ବର ଗୁଳିକାଣ୍ଡ ଲୋକଙ୍କ ମନରୁ ନଲିଭୁଣୁ ଏବେ ପୁଣି ଆଉ ଏକ ଗୁଳିକାଣ୍ଡ ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁଳି ଚାଳନା କରି ନରସଂହାର ଘଟାଇଥିବା ବ୍ୟକ୍ତି ଜଣେ ଯୁବକ। ଏଭଳି ଗୁଳି ଚଳାଇ ଲୋକଙ୍କୁ ମାରିବାର କାରଣ ପଛରେ ତା’ର ଆଭିମୁଖ୍ୟ କ’ଣ ତାହା ସ୍ପଷ୍ଟ ହୋଇନାହିଁ। ସଂପୃକ୍ତ ଯୁବକ ପ୍ରଥମେ ମିଡ୍‌ଲାଣ୍ଡ୍ ଓ ଓଡ଼େଶା ସହର ମଧ୍ୟରେ ଗୁଳିଚାଳନା କରି ଜଣେ ପୁଲିସକୁ ହତ୍ୟା କରିଥିଲା। ଏହାପରେ ରାସ୍ତାରେ ଯିବାଆସିବା କରୁଥିବା ଏବଂ ‌ଗାଡ଼ି ଚାଳନା କରୁଥିବା ଲୋକଙ୍କ ଉପରକୁ ସେ ଆଖୁବୁଜା ଗୁଳି ଚାଳନା କରିଥିଲା। ଗୋଟିଏ ସ୍ଥାନରେ ସେ ତା’ର କାରକୁ ଛାଡ଼ି ଡାକ ବିଭାଗର ଟ୍ରକକୁ ଚଳାଇଥିଲା। ତେବେ ଏକ ସିନେମା କମ୍ପ୍ଲେକ୍ସ ନିକଟରେ ପୁଲିସ ସଂପୃକ୍ତ ବ୍ୟକ୍ତି ଉପରକୁ ଗୁଳି ଚଳାଇବାରୁ ତା’ର ମୃତ୍ୟୁ ଘଟିଛି। ଗୁଳିଚାଳନାରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ୩ ଜଣ ପୁଲିସ ଅଧିକାରୀ ରହିଛନ୍ତି। ପୁଲିସ ସୂଚନା ଅନୁଯାୟୀ, ମିଡଲାଣ୍ଡ ରାଜପଥରେ ଦୁଇଜଣ ଜନ ସୁରକ୍ଷା ଅଧିକାରୀ ଏକ ଗାଡ଼ିକୁ ଅଟକାଇଥିଲେ। ଏହି ସମୟରେ ଡ୍ରାଇଭର ଜଣକ ସେମାନଙ୍କ ଉପରକୁ ଗୁଳି ଚଳାଇ ସେହି ଗାଡ଼ି ନେଇ ସେଠାରୁ ପଳାଇଥିଲା। ଏହାପରେ ରାସ୍ତାର ବିଭିନ୍ନ ସ୍ଥାନରେ ସେ ଅନ୍ୟ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲା। ଟେକ୍ସାସ ରାଜ୍ୟପାଳ ଗ୍ରେଗ୍ ଆବଟ୍ ଏହି ଘଟଣା ପରେ ରାଜ୍ୟରେ ହିଂସା ଏବଂ ଘୃଣାକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe