ମିରଟ୍: ଉତ୍ତର ପ୍ରଦେଶର ମିରଟ୍ରେ ଆଜି ଜଣେ ଦଳିତ ଯୁବକଙ୍କୁ କେତେକ ବ୍ୟକ୍ତି ସଂଘବଦ୍ଧ ଆକ୍ରମଣ କରିବା ସହ ତାଙ୍କୁ ମହାନ ଦଳିତ ନେତା ତଥା ସମ୍ବିଧାନ ପ୍ରଣେତା ଭୀମରାଓ ଆମ୍ବେଦକରଙ୍କୁ ଗାଳି ଦେବାକୁ ବାଧ୍ୟ କରାଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମିରଟ୍ରେ ଏଭଳି ଏକ ଘଟଣା ଜାନୁଆରିରେ ଘଟିଥିବା ବେଳେ ଆଜି ତାହାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଏହି ଘଟଣା ନେଇ ଏକ ଭିଡିଓ ଭାଇରାଲ ହୋଇଛି। ଏଥିରେ ଯୁବକଙ୍କୁ ଆକ୍ରମଣକାରୀମାନେ ଆମ୍ବେଦକରଙ୍କୁ ଗାଳିଦେବାକୁ କହୁଛନ୍ତି ଏବଂ ତାଙ୍କୁ ଚାପୁଡ଼ା ମାରୁଥିବା ଦେଖିବାକୁ ମିଳିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us