ବାରଣାସୀରୁ ମୋଦୀଙ୍କ ବିପକ୍ଷରେ ଲଢ଼ି ପାରିବେ ନାହିଁ ତେଜ ବାହାଦୂର, ରଦ୍ଦ ହେଲା ପ୍ରାର୍ଥୀପତ୍ର

Advertisment
ବାରଣାସୀରୁ ମୋଦୀଙ୍କ ବିପକ୍ଷରେ ଲଢ଼ି ପାରିବେ ନାହିଁ ତେଜ ବାହାଦୂର, ରଦ୍ଦ ହେଲା ପ୍ରାର୍ଥୀପତ୍ର

Hindustan

ବାରଣାସୀ : ବହିଷ୍କୃତ ବିଏସ୍‌ଏଫ୍‌ ଯବାନ ତଥା ସମାଜବାଦୀ ପାର୍ଟିର ପ୍ରାର୍ଥୀ ତେଜ ବାହାଦୂର ଯାଦବଙ୍କ ପ୍ରାର୍ଥୀପତ୍ର ରଦ୍ଦ ହେବା ନେଇ ପୂର୍ବରୁ ଆଶଙ୍କା କରାଯାଉଥିବା ବେଳେ ଏବେ ତାଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇ ଯାଇଥିବା ନେଇ ଖବର ମିଳିଛି । ପ୍ରାର୍ଥୀପତ୍ର ରଦ୍ଦ ହେବା ପରେ ସେ ବାରଣାସୀରୁ ଏବେ ପ୍ରାଧାନମନ୍ତ୍ରୀ ମୋଦୀଙ୍କୁ ଟକ୍କର ଦେଇ ପାରିବେ ନାହିଁ । ତାଙ୍କ ସ୍ଥାନରେ ସମାଜବାଦୀ ପାର୍ଟି ଶାଳିନୀ ଯାଦବଙ୍କୁ ପ୍ରାର୍ଥୀ କରିଥିବା ଜଣା ପଡ଼ିଛି ।

ସୂଚନା ମୁତାବକ, ତେଜ ବାହାଦୁର ଯାଦବ ବାରଣାସୀ ଆସନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ନିର୍ବାଚନ ଲଢ଼ିବାପାଇଁ ଦାଖଲ କରିଥିବା ଦୁଇଟି ପ୍ରାର୍ଥିପତ୍ରରେ ଅସଙ୍ଗତି ରହିଥିବା ଜାଣି ତାଙ୍କୁ ନିର୍ବାଚନ କମିସନ ଆଜି ସକାଳେ  ନୋଟିସ୍‌ ପଠାଇଥିଲେ । ଯାହା ପରେ ତାଙ୍କର ପ୍ରାର୍ଥୀପତ୍ର ରଦ୍ଦ ହୋଇପାରେ ବୋଲି ଆଶଙ୍କା କରାଯାଉଥିଲା । ତେଜ ବାହାଦୂର ପ୍ରଥମେ ବାରଣାସୀ ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ପରେ ଗତକାଲି ସେ ସପା‌ରେ ଯୋଗ ଦେବା ପରେ ସପା-ବସପା-ଆରଏଲଡି ମେଣ୍ଟ ପ୍ରାର୍ଥୀ ଭାବେ ବାରଣାସୀରୁ ପୁଣିଥରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । କିନ୍ତୁ ଦୁଇଟି ଯାକ ପ୍ରାର୍ଥିପତ୍ରରେ ଅସଙ୍ଗତି ଦେଖାଦେବାରୁ ନିର୍ବାଚନ କମିସନ୍‌ ଏନେଇ ତେଜ ବାହାଦୁରଙ୍କୁ ନୋଟିସ୍‌ ପଠାଇଥିଲେ । ତେଜ ବାହାଦୁର ବିଏସଏଫ୍‌ରୁ ଏନ୍‌ଓସି (ନୋ‌ ଅବଜେକ୍‌ସନ୍‌ ସାର୍ଟିଫିକେଟ୍‌) ଆଣିବାପାଇଁ ନିର୍ବାଚନ କମିସନ କହିବା ସହ ମେ’ ୧ ତାରିଖ ଦିନ ୧୧ ଟା ସୁଦ୍ଧା ଏବାବଦରେ ଜବାବ ରଖିବାପାଇଁ ତେଜ ବାହାଦୂରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

publive-image Zee News

ଅନ୍ୟପକ୍ଷେ ତେଜ ବାହାଦୂର କହିଛନ୍ତି ତାଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର। ସେ ଦାବି କରିଛନ୍ତି ଯେ ତାଙ୍କୁ ବିପୁଳ ସମର୍ଥନ ମିଳୁଥିବା ଜାଣିବାପରେ ସରକାର ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ ୨୦୧୭ରେ ବିଏସଏଫ ଯବାନ ଜେତବାହାଦୂର ଯାଦବଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଯବାନମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଛି ବୋଲି ଅଭିଯୋଗ କରି ତେଜ ବାହାଦୂର ଅନଲାଇନ୍‌ରେ କିଛି ଭିଡିଓ ପୋଷ୍ଟ୍‌ କରିଥିଲେ। ଏଭଳି ଦାବି ପରେ ବିଏସଏଫ୍‌ ଉକ୍ତ ଘଟଣାର ତଦନ୍ତ ପାଇଁ ‌କୋର୍ଟ ଅଫ୍‌ ଏନ୍‌କ୍ବାରି ଗଠନ କରିଥିଲା। ଗୃହ ମନ୍ତ୍ରାଳୟ ମଧ୍ୟ ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ତାଙ୍କୁ ବିଏସଏଫ୍‌ରୁ ବହିଷ୍କାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe