ନୂଆଦିଲ୍ଲୀ: ଅଗସ୍ତା ୱେଷ୍ଟଲ୍ୟାଣ୍ଡ୍ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ମଧ୍ୟସ୍ଥି କ୍ରିଷ୍ଟେନ୍ ମିସେଲ୍ଙ୍କ ସିବିଆଇ ହାଜତ ମିଆଦକୁ ଆଉ ୪ ଦିନ ବଢ଼ାଯାଇଛି। ଅଧିକ ପ୍ରମାଣ ସହ ମିସେଲ୍ଙ୍କୁ ସିବିଆଇ ଜେରା କରିବାକୁ ଯୋଜନା କରିଥିବାରୁ କୋର୍ଟ ଏହି ହାଜତ ମିଆଦକୁ ବଢ଼ାଇଛନ୍ତି। ସିବିଆଇ ତଦନ୍ତରୁ ଜଣାପଡ଼ିଛି ଯେ ମିସେଲ ୨୦୦୯ରୁ ୨୦୧୩ ମଧ୍ୟରେ ୨ ଜଣ ବାୟୁସେନା ଅଧିକାରୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ବିଦେଶ ଗସ୍ତ ବାବଦରେ ୯୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା । ଏ ବାବଦରେ ଅଧିକ ଖୋଳତାଡ଼ ଜାରି ରହିଛି। ମିସେଲ୍ଙ୍କ ଓକିଲ ରୋଜ୍ମେରି ପାଟ୍ରିଜି ସିବିଆଇ ହାଜତରେ ମିସେଲ୍ଙ୍କୁ ଭେଟିବାପାଇଁ କରିଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ତଦନ୍ତରେ ମିସେଲ୍ ଆବଶ୍ୟକ ସହଯୋଗ କରୁନଥିବାରୁ ଜେରା ପ୍ରକ୍ରିୟା ଅଧିକ ବିଳମ୍ବ ହେଉଥିବା ସିବିଆଇ ଦର୍ଶାଇଛି।
ମିସେଲ୍ଙ୍କ ହାଜତ ମିଆଦ ବଢ଼ିଲା, ୨ ବାୟୁସେନା ଅଧିକାରୀଙ୍କ ପାଇଁ ଖର୍ଚ୍ଚ କରିଥିଲେ ୯୨ ଲକ୍ଷ
Advertisment
Follow Us