ଏଟିଏମ୍ ମେସିନରେ ଟଙ୍କା ଭର୍ତ୍ତି ନ କରି ଦେଢ଼ କୋଟିରୁ ଅଧିକ ଲୁଟିନେଲେ ଏଜେନ୍ସି କର୍ମଚାରୀ

ଏଟିଏମ୍ ମେସିନରେ ଟଙ୍କା ଭର୍ତ୍ତି ନ କରି ଦେଢ଼ କୋଟିରୁ ଅଧିକ ଲୁଟିନେଲେ ଏଜେନ୍ସି କର୍ମଚାରୀ

Image Courtesy of The Indian Nation

ରାଞ୍ଚି: ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ନିୟୋଜିତ କର୍ମଚାରୀ ସାଜିଲେ ଲୁଟେରା | ଆଉ ପ୍ରାୟ ଦେଢ଼ କୋଟିରୁ ଅଧିକ ଟଙ୍କା ନେଇ ଏହି କର୍ମଚାରୀମାନେ ଫେରାର ହୋଇଯାଇଛନ୍ତି | ମିଳିଥିବା ସୂଚନା ମୁତାବକ ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ପୁଣି ଥରେ ଏଟିଏମ ଦାୟିତ୍ୱରେ ଥିବା ଏଜେନ୍ସିr କର୍ମଚାରୀ ଏକ କୋଟି ୭୨ ଲକ୍ଷ ୭୭ ହଜାରରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି | ଜୁଲାଇ ୧୧ ରୁ ୧୩ ମଧ୍ୟରେ ଏହି ଘଟଣା ଘଟିଥିବାବେଳେ ଟଙ୍କା ଜମା କରୁଥିବା ଏଜେନ୍ସି ସିଏମ୍ଏସ୍ କମ୍ପାନୀର ତିନି ଦିନିଆ ଅଡିଟ୍ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ସିଏମଏସ ଇନଫୋ ସିଷ୍ଟମ ଲିମିଟେଡ କମ୍ପାନୀର ଅପରେସନ୍ ମ୍ୟାନେଜର ଇନ୍ଦ୍ରାନିଲ ସେନ ପୁଲିସ ଷ୍ଟେସନରେ ଦୁଇ କର୍ମଚାରୀ ଅମିତ କୁମାର ମାଝୀ, ସୁଭାଷ ଚେଲ ଏବଂ ଶାଖା ପରିଚାଳକ ଅଭିଜିତ କୁମାର ପାଣ୍ଡେଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି।

ଅଭିଯୋଗ ହୋଇଛି ଯେ ଶାଖା ପରିଚାଳକଙ୍କ ସହ ମିଶି ଉଭୟ ଅଭିଯୁକ୍ତ ଏଭଳି କାରନାମା କରିଛନ୍ତି। ପଞ୍ଜୀକୃତ ଏଫ୍ଆଇଆର୍ ଆଧାରରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଉଭୟ ଅଭିଯୁକ୍ତଙ୍କ ସନ୍ଧାନରେ ପୁଲିସ ଅନେକ ସ୍ଥାନରେ ଚଢ଼ାଉ କରିଥିଲେ ବି କୌଣସି ଟେର ପାଇନାହିଁ | ଅପରେସନ୍ ମ୍ୟାନେଜର ଇନ୍ଦ୍ରାନିଲ ସେନ କହିଛନ୍ତି ଯେ କମ୍ପାନୀ ସରକାରୀ ତଥା ବେସରକାରୀ ବ୍ୟାଙ୍କରୁ ଟଙ୍କା ଗ୍ରହଣ କରିଥାଏ ଏବଂ ଏହାକୁ ବିଭିନ୍ନ ଏଟିଏମରେ ଜମା କରିଥାଏ ।

ରାଞ୍ଚିରେ ୩୬ଟି ଏଟିଏମରେ ଏହି ରାଶି ଜମା କରିବା ପାଇଁ ଅମିତ କୁମାର ମାଝୀ ଏବଂ ସୁଭାଷ ଚେଲଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଦୁହେଁ ବ୍ୟାଙ୍କରୁ ଟଙ୍କା ମଧ୍ୟ ନେଇଥିଲେ। କିନ୍ତୁ ଟଙ୍କାକୁ ଏଟିଏମରେ ଜମା ନ କରି ଫେରାର ହୋଇଯାଇଥିଲେ | ଯେତେବେଳେ ଗତ ଜୁଲାଇ ୧୪ରେ ଉଭୟ କାର୍ଯ୍ୟାଳୟରେ ପହଞ୍ଚି ନଥିଲେ, ସେତେବେଳେ କମ୍ପାନୀ ଜୁଲାଇ ୧୧ ରୁ ୧୩ ଜୁଲାଇ ପର୍ଯ୍ୟନ୍ତ ଅଡିଟ୍ କରିଥିଲା ​​| ଆଉ ୧ କୋଟି ୭୨ ଲକ୍ଷ ୭୭ ହଜାର ୯୦୦ ଟଙ୍କା ଜମା ହୋଇନଥିବା ଜଣାପଡିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe