‘ଅଗ୍ନିପଥ’: ଛଅ ଦିନରେ ୧.୮୩ ଲକ୍ଷ ଆବେଦନ ଗ୍ରହଣ କରିଛି ବାୟୁସେନା

Advertisment
ରାଜ୍ୟ ପୂର୍ବତନ ସୈନିକ ସଂଘର କର୍ମକର୍ତ୍ତା ନିର୍ବାଚନ: ବ୍ରିଗେଡିୟର୍‌ ଅନ୍ତର୍ଯାମୀ  ସଭାପତି, କର୍ଣ୍ଣେଲ୍‌ ପ୍ରଶାନ୍ତ ସମ୍ପାଦକ

Image Courtesy: News Nation

ନୂଆଦିଲ୍ଲୀ: ପଞ୍ଜୀକରଣ ପ୍ରକ୍ରିୟାର ଛଅ ଦିନ ମଧ୍ୟରେ ଅଗ୍ନିପଥ ନିଯୁକ୍ତି ଯୋଜନା ଅଧୀନରେ ଭାରତୀୟ ବାୟୁସେନା (ଆଇଏଏଫ୍‌) ୧.୮୩ ଲକ୍ଷରୁ ଅଧିକ ଆବେଦନ ଗ୍ରହଣ କରିଛି। ଗତ ୨୪ ତାରିଖରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜୁଲାଇ ୫ରେ ପଞ୍ଜୀକରଣ ଶେଷ ହେବ। ଚଳିତ ମାସ ୧୪ ତାରିଖରେ ଏହି ଯୋଜନା ଆରମ୍ଭ ହେବା ପରେ, ଏହା ବିରୋଧରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯିବା ସହ ଏହାକୁ ପ୍ରତ୍ୟାହାର କରିବାକୁ ଦାବି ଜୋର୍‌ ଧରିଥିଲା। ସରକାର କହିଥିଲେ, ଏହି ଯୋଜନା ଅଧୀନରେ ୧୭ରୁ ୨୧ ବର୍ଷ ବୟସର ଯୁବକମାନେ ଚାରି ବର୍ଷ କାର୍ଯ୍ୟକାଳ ପାଇଁ ଅନ୍ତର୍ଭୁକ୍ତ ହେବେ। ସେମାନଙ୍କ ମଧ୍ୟରୁ ୨୫% ନିୟମିତ ସେବା ପାଇଁ ଅନ୍ତର୍ଭୁକ୍ତ ହେବେ। ଜୁନ୍ ୧୬ରେ ଏହି ଯୋଜନା ଅନ୍ତର୍ଗତ ନିଯୁକ୍ତି ପାଇଁ ସର୍ବୋଚ୍ଚ ବୟସ ସୀମାକୁ ୨୧ରୁ ୨୩ ବର୍ଷକୁ ବୃଦ୍ଧି କରିଥିଲେ ଏବଂ ଅବସର ପରେ ସେମାନଙ୍କୁ ସେଣ୍ଟ୍ରାଲ୍ ପାରାମିଲିଟାରୀ ଫୋର୍ସ ଏବଂ ପ୍ରତିରକ୍ଷା ପବ୍ଲିକ୍ ସେକ୍ଟରରେ ଅଗ୍ନିବୀରଙ୍କ ନିଯୁକ୍ତି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe