ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ନିକଟରେ ଦେଶବ୍ୟାପୀ ବିଭିନ୍ନ ରାଜ୍ୟରେ ହୋଇଥିବା ଆନ୍ଦୋଳନ ଯୋଗୁଁ ଭାରତୀୟ ରେଳବାଇର ୨୫୯ .୪୪ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ଦିନ ରାଜ୍ୟସଭାରେ ଏକ ଲିଖିତ ଜବାବ ରଖି ଏହି ସୂଚନା ଦେଇଛନ୍ତି।
ବିଭିନ୍ନ ରାଜ୍ୟରେ ଅଗ୍ନିପଥ ଯୋଜନା ବିରୋଧରେ ଆନ୍ଦୋଳନ ଯୋଗୁଁ ପ୍ରାୟ ୨ ହଜାର ଟ୍ରେନ୍ ପ୍ରଭାବିତ ହୋଇଛି। ଜୁନ୍ ୧୫ରୁ ଜୁନ୍ ୨୩ ମଧ୍ୟରେ ୨,୧୩୨ ଟ୍ରେନ୍ ବାତିଲ ହୋଇଥିଲା। ବିହାର, ଝାଡ଼ଖଣ୍ଡ ଏବଂ ଉତ୍ତରପ୍ରଦେଶର କିଛି ଅଂଶରେ ବ୍ୟାପକ ଆନ୍ଦୋଳନ ଯୋଗୁଁ ବେଶି କ୍ଷୟକ୍ଷତି ହୋଇଥିଲା। ୧୪ ଜୁନ୍ରୁ ୩୦ ଜୁନ୍ ମଧ୍ୟରେ ଟ୍ରେନ୍ ବାତିଲ କାରଣରୁ ମୋଟ୍ ୧୦୨.୯୬ କୋଟି ଟଙ୍କା ଫେରସ୍ତ କରାଯାଇଛି ଏବଂ ୨୫୯.୪୪ କୋଟି ଟଙ୍କାର ରେଳ ସମ୍ପତ୍ତି କ୍ଷୟକ୍ଷତି ହୋଇଛି।
Follow Us