ଉଗ୍ର ହେଲା ‘ଅଗ୍ନିପଥ’ ପ୍ରତିବାଦ, ବିହାର ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ଘରେ ଆକ୍ରମଣ

Advertisment
ଉଗ୍ର ହେଲା ‘ଅଗ୍ନିପଥ’ ପ୍ରତିବାଦ, ବିହାର ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କ ଘରେ ଆକ୍ରମଣ

Image Courtesy of NDTV

ନୂଆଦିଲ୍ଲୀ: ‘ଅଗ୍ନିପଥ’ ଯୋଜନାରେ ଚଳିତ ବର୍ଷ ପାଇଁ କେନ୍ଦ୍ର ସରକାର ବୟସସୀମା ବୃଦ୍ଧି କରିବା ସତ୍ତ୍ବେ ଆଜି ମଧ୍ୟ ବିହାରର ବେଗୁସରାଇ, ବକ୍ସାର୍‌, ଲଖିସରାଇ ଏବଂ ଉତ୍ତର ପ୍ରଦେଶର ବଲ୍ଲିଆରେ ପ୍ରତିବାଦ ପୁଣି ଉଗ୍ରତର ହୋଇଛି।

ଆଜି ସକାଳେ ଉତ୍ତ୍ୟକ୍ତ ପ୍ରତିବାଦକାରୀମାନେ ଉତ୍ତର ପ୍ରଦେଶ ଏବଂ ବିହାରରେ କେତେକ ଟ୍ରେନ୍‌ରେ ନିଆଁ ଲଗାଇ ଦେବା ସହିତ ସମ୍ପ୍ରତି ପାଟନାରେ ଅବସ୍ଥାନ କରୁଥିବା ବିହାରର ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କର ପଶ୍ଚିମ ଚମ୍ପାରଣ ଜିଲ୍ଲା ଅନ୍ତର୍ଗତ ବତ୍ତେିଆସ୍ଥିତ ବାସଭବନରେ ଆକ୍ରମଣ କରିଛନ୍ତି। ଏ ସଂକ୍ରାନ୍ତରେ ପ୍ରତିକ୍ରିୟା ବ୍ୟକ୍ତ କରି ରେଣୁ ଦେବୀ କହିଛନ୍ତି, ଏଭଳି ହିଂସାକାଣ୍ଡ ସମାଜ ପାଇଁ ବଡ଼ ବିପଜ୍ଜନକ। ପ୍ରତିବାଦକାରୀମାନେ ମନେରଖିବା ଉଚିତ ଯେ, ଏହା ସମାଜ ପାଇଁ ହାନିକାରକ।

publive-image Image Courtesy of India Today

ଉଲ୍ଲେଖଯୋଗ୍ୟ, ମଙ୍ଗଳବାର ଦିନ କେନ୍ଦ୍ର ସରକାର ଆରମ୍ଭ କରିଥିବା ‘ଅଗ୍ନିପଥ’ ଯୋଜନାରେ ନିଯୁକ୍ତ ହେବାକୁ ଥିବା ସୈନିକମାନେ ମାତ୍ର ୪ ବର୍ଷ ପାଇଁ ଚାକିରି କରିବେ। ବାର୍ଷିକ ୪୫,୦୦୦ରୁ ୫୦,୦୦୦ ଆଶାୟୀ ଚୟନ କରାଯାଉଥିଲେ ବି ‘ପର୍‌ମାନେଣ୍ଟ୍‌ କମିସନ୍’ ଅଧୀନରେ ମାତ୍ର ୨୫% ସୈନିକଙ୍କୁ ଆଉ ୧୫ ବର୍ଷ ପର୍ଯ୍ୟନ୍ତ ଚାକିରିରେ ରଖାଯିବ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରି ଦେଶର କେତେକ ରାଜ୍ୟରେ ପ୍ରତିବାଦ ତୀବ୍ରତର ହେଉଛି।

ଆଜି ସକାଳୁ ଶହ ଶହ ପ୍ରତିବାଦକାରୀ ବିହାରର ବେଗୁସରାଇ ଜିଲ୍ଲାରେ ଥିବା ବଲ୍ଲିଆ ଲକ୍ଷ୍ମିନିୟା ରେଳ ଷ୍ଟେସନ୍‌ରେ ପଥ ଅବରୋଧ କରି ପୁରୁଣା ଟାୟାର୍‌ ପୋଡ଼ିବାରୁ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe