ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କୁ ଚାକିରି ପ୍ରଦାନ କରିବେ ହରିୟାଣା ସରକାର: ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର୍‌

Advertisment
ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କୁ ଚାକିରି ପ୍ରଦାନ କରିବେ ହରିୟାଣା ସରକାର: ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର୍‌

The Indian Express

ଗୁରୁଗ୍ରାମ: କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉ ଥିବାବେଳେ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର୍‌। ସେ ମଙ୍ଗଳବାର ଏକ ଘୋଷଣା କରି କହିଛନ୍ତି ଯେ ଅବସରପ୍ରାପ୍ତ ଅଗ୍ନିବୀରମାନଙ୍କୁ ହରିୟାଣା ସରକାର ୧୦୦ ପ୍ରତିଶତ ନିଯୁକ୍ତି ପ୍ରଦାନ କରିବେ। ତାହା ଗ୍ରୁପ୍‌ ସି ଚାକିରି ହେଉ କିମ୍ବା ହରିଆଣା ପୁଲିସ୍‌ ଚାକିରି ହେଉ, ଯେଉଁମାନେ ଅବସର ଗ୍ରହଣ ପରେ ଚାକିରି କରିବାକୁ ଚାହିଁବେ ସେମାନଙ୍କୁ ସୁନିଶ୍ଚିତ ଚାକିରି ଯୋଗାଇ ଦିଆଯିବ।

ଅନ୍ୟପକ୍ଷରେ ଆଜି ଦେଶର ୩ ସେନାମୁଖ୍ୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭେଟିବ‌େ। ଅଗ୍ନିପଥ ଯୋଜନାକୁ ଦେଶବ୍ୟାପୀ ବିରୋଧ କରାଯାଉ ଥିବାବେଳେ ସ୍ଥଳସେନା, ନୌସେନା ଓ ବାୟୁସେନା ମୁଖ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବେ। ସେମାନେ ପୃଥକ ଭାବ‌େ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ପ୍ରଥମେ ନୌସେନା ମୁଖ୍ୟ ଆଡମିରାଲ ଆର୍‌ ହରି କୁମାର ଭୋଟିବେ ବୋଲି ଜଣାଯାଇଛି।

ଅଗ୍ନିପଥ ଯୋଜନାରେ ନିଯୁକ୍ତି ଆରମ୍ଭ ପାଇଁ ୩ ସେନା ପକ୍ଷରୁ ବିଜ୍ଞପ୍ତି ଜାରି ହୋଇସାରିଛି। ଅଗ୍ନିପଥ ଯୋଜନାରେ ଅଗ୍ନିବୀରମାନଙ୍କୁ ନିଯୁକ୍ତି ଦେବାପାଇଁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଆବେଦନକାରୀଙ୍କ ଅନଲାଇନ ପଞ୍ଜୀକରଣ ଆସନ୍ତାମାସରୁ ଆରମ୍ଭ ହେବ। ସ୍ଥଳସେନା ପକ୍ଷରୁ କୁହାଯାଇଛି ଅଗ୍ନିବୀରମାନେ ଭାରତୀୟ ସେନାର ବର୍ତ୍ତମାନ ରୢାଙ୍କ ଠାରୁ ସଂପୂର୍ଣ୍ଣ ଭିନ୍ନ ରୢାଙ୍କରେ କାର୍ଯ୍ୟ କରିବେ। ୪ ବର୍ଷର ଚାକିରି ସମୟରେ ସେମାନଙ୍କୁ ପ୍ରାପ୍ତ ହୋଇଥିବା ଗୁରୁତ୍ବପୂର୍ଣ୍ଣ ସୂଚନା ସେମାନେ କାହାରିକୁ ଦେଇପାରିବେ ନାହିଁ। ଅଗ୍ନିପଥ ଯୋଜନାରେ ଆସନ୍ତା ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଦେଶରେ ୮୩ଟି ନିଯୁକ୍ତି ରାଲି ଆୟୋଜନ ହେବ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe