ଭାରତ ସରକାରଙ୍କ ଅଗ୍ନିପଥ ସ୍କିମ୍: ୪୦ହଜାର ଦରମା ସହ ମିଳିବ ୪୮ଲକ୍ଷର ବୀମା

ଭାରତ ସରକାରଙ୍କ ଅଗ୍ନିପଥ ସ୍କିମ୍: ୪୦ହଜାର ଦରମା ସହ ମିଳିବ ୪୮ଲକ୍ଷର ବୀମା

ନୂଆଦିଲ୍ଲୀ: ଆଜି ଭାରତୀୟ ସେନାରେ ଭର୍ତ୍ତି ହେବାର ନୂଆ ପ୍ରକ୍ରିୟା 'ଅଗ୍ନିପଥ' ସ୍କିମ ଘୋଷଣା କରାଯାଇଛି। 'ଅଗ୍ନିପଥ' ସ୍କିମ ଅନୁଯାୟୀ 'ଅଗ୍ନିବୀର' ହୋଇ ଯୋଗଦେଉଥିବା ଯବାନମାନେ ଚାରି ବର୍ଷ ପାଇଁ ତିନୋଟି ସେନାରେ ସାମିଲ ହୋଇ ଦେଶର ସେବା କରିବେ। ସ୍ଥଳ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଚୀନ୍ ଏବଂ ପାକିସ୍ତାନ ସୀମାରେ ଆଗ୍ନିବୀର ନିୟୋଜିତ ହେବେ। ବିଶେଷ କଥା ହେଉଛି ଚାଇନାର ପିପୁଲ୍ସ ଲିବରେସନ୍ ଆର୍ମି ସହିତ ପ୍ରକୃତ ନିୟନ୍ତ୍ରଣ ରେଖାରେ ଏବେ ବି ବିବାଦ ଲାଗି ରହିଥିବା ବେଳେ ଭାରତ ଅଗ୍ନିପଥ ସ୍କିମ ଆଣିଛି। ଏହା ଜରିଆରେ ସୀମାର ସୁରକ୍ଷା କରିବା ସହଜ ହେବ।

publive-image indiatoday

ତେବେ ଅଗ୍ନିବୀର ହୋଇ ଦେଶର ସେବା କରିବା ପାଇଁ କିଛିଟା ସର୍ତ୍ତ ରହିଛି। କେବଳ ୧୭-୨୧ବର୍ଷୀୟ ମହିଳା ଓ ପୁରୁଷ ଏହି ସ୍କିମର ଲାଭ ଉଠାଇପାରିବେ। ସେମାନଙ୍କୁ କେବଳ ୪ବର୍ଷ ପାଇଁ ନିଯୁକ୍ତି ମିଳିବ। ମାସିକ ଦରମା ୩୦,୦୦୦-୪୦,୦୦୦ ରହିବ। ଅଗ୍ନିବୀର ହୋଇ ଦେଶର ସେବା କରିବା ସମୟରେ ଅର୍ଜନ କରାଯାଇଥିବା କୌଶଳ ଏବଂ ଅଭିଜ୍ଞତା ସେମାନଙ୍କ ପାଇଁ ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଚାକିରି ସମୟ ମଧ୍ୟରେ ସେମାନଙ୍କୁ ଭଲ ଦରମା ଓ ବିଭିନ୍ନ ସୁବିଧା ସୁଯୋଗ ମିଳିବା ସହ ୪ବର୍ଷ ପରେ ମଧ୍ୟ ସେମାନଙ୍କୁ ଭଲ ପ୍ୟାକେଜ ସହ ସେବାରୁ ମୁକ୍ତ କରାଯିବ।

 indiatoday

ଚାରି ବର୍ଷ ପରେ ସମସ୍ତ ଆଗ୍ନିବୀରଙ୍କୁ ସ୍ଥାୟୀ କ୍ୟାଡରରେ ନାମଲେଖା ପାଇଁ ସ୍ୱେଚ୍ଛାକୃତ ଭାବେ ଆବେଦନ କରିବାର ସୁଯୋଗ ଦିଆଯିବ। ସେବା ସମୟରେ ଯୋଗ୍ୟତା ଏବଂ କାର୍ଯ୍ୟଦକ୍ଷତା ଉପରେ ଆଧାର କରି ୨୫ପ୍ରତିଶତ ଯବାନମାନଙ୍କୁ ଦୀର୍ଘ ବର୍ଷ ଧରି କାମ କରିବା ପାଇଁ ସେନାରେ ସାମିଲ କରାଯିବ। ବାର୍ଷିକ ପ୍ୟାକେଜ୍ ସହିତ କିଛି ଭତ୍ତା ମଧ୍ୟ ଉପଲବ୍ଧ ହେବ। ସେବା ସମୟରେ ଅକ୍ଷମ ହେଲେ ବି ପୂର୍ଣ୍ଣ ଦରମା ଏବଂ ସୁଧ ଉପଲବ୍ଧ ହେବ। ଆୟକରରୁ 'ସେବା ପାଣ୍ଠି' ଛାଡ କରାଯିବ। ତେବେ ଅଗ୍ନିବୀରଙ୍କୁ ଗ୍ରାଚ୍ୟୁଇଟି ଏବଂ ପେନସନର ସୁବିଧା ନମିଳିବା ସହ ଭାରତୀୟ ସଶସ୍ତ୍ର ବାହିନୀରେ ୪ବର୍ଷର କାର୍ଯ୍ୟକାଳ ପାଇଁ ଆଗ୍ନିବୀରଙ୍କୁ ୪୮ଲକ୍ଷ ଟଙ୍କାର ଜୀବନ ବୀମା ପ୍ରଦାନ କରାଯିବ।

ଆପଣ joinindianarmy.nic.in, joinindiannavy.gov.in, careerindianairforce.cdac.in, ୱେବସାଇଟକୁ ଯାଇ ଆବେଦନ କରିପାରିବେ। ମଙ୍ଗଳବାର ଦିନ ଏହି ଯୋଜନା ଘୋଷଣା କରାଯାଇଛି ଏବଂ ଖୁବ୍ ଶୀଘ୍ର ଆବେଦନ କରିବାର ତାରିଖ ଘୋଷଣା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe