ସରକାରଙ୍କ ସ୍ପଷ୍ଟୀକରଣ: ‘ଅଗ୍ନିପଥ’ ଯୋଜନାରେ ସୁରକ୍ଷିତ ଭବିଷ୍ୟତ ପାଇଁ ସବୁ ବ୍ୟବସ୍ଥା ରହିଛି

ଅଗ୍ନିପଥ ଯୋଜନା: କିଏ କ’ଣ କହିଲେ

Aaj Tak

ନୂଆଦିଲ୍ଲୀ : ‘ଅଗ୍ନିପଥ’ ଯୋଜନା ବିରୋଧରେ ଆନ୍ଦୋଳନ ଉଗ୍ର ହେଉଥିବା ବେ‌େଳ ଏହାକୁ ପ୍ରଶମିତ କରିବା ଲାଗି ସରକାର ଆଜି ସ୍ପଷ୍ଟୀକରଣ ଦେଇଛନ୍ତି। ‘ମିଥକ ବନାମ ତଥ୍ୟ’ ଶୀର୍ଷକ ଏକ ଅନୌପଚାରିକ ଦଲିଲ ପ୍ରକାଶ କରିଛନ୍ତି। ସରକାର କହିଛନ୍ତି ଯେ ଅଗ୍ନିବୀର ଭାବେ ଚାରିବର୍ଷର ସେବା ପରେ ଯେଉଁମାନେ ଚାହିଁବେ ଛୋଟ ଛୋଟ ଉଦ୍ୟୋଗପତି ହୋଇପାରିବେ। ସେମାନଙ୍କୁ ଆର୍ଥିକ ପ୍ୟାକେଜ ସହ ବ୍ୟାଙ୍କ ଋଣ ଦେବାର ବ୍ୟବସ୍ଥା ରହିଛି। ଯେଉଁମାନେ ଅଧିକ ପାଠ ପଢ଼ିବାକୁ ଚାହିଁବେ ସେମାନଙ୍କୁ ୧୨ଶ (+୨) ଶ୍ରେଣୀର ସମକକ୍ଷ ପ୍ରମାଣପତ୍ର ମିଳିବ ଏବଂ ନୂଆ ପାଠ୍ୟକ୍ରମ ସହ ଖାପ ଖୁଆଇବା ପାଇଁ ସେମାନଙ୍କ ଲାଗି ଏକ ‘ବ୍ରିଜିଂ କୋର୍ସ’ ଉପଲବ୍ଧ କରାଯିବ। ଯେଉଁମାନେ ଦରମା ମିଳୁଥିବା ଚାକିରି କରିବାକୁ ଚାହିଁବେ ସେମାନଙ୍କୁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍‌) ଓ ରାଜ୍ୟ ପୁଲିସ ବିଭାଗ ନିଯୁକ୍ତିରେ ପ୍ରାଥମିକତା ମିଳିବ। ଅନ୍ୟାନ୍ୟ ଚାକିରି କ୍ଷେତ୍ରରେ ବି ସେମାନଙ୍କ ପାଇଁ ଦ୍ବାର ଖୋଲା ରହିବ। ଆଗମୀ ବର୍ଷମାନଙ୍କରେ ସେନାରେ ଅଗ୍ନିବୀରମାନଙ୍କ ନିଯୁକ୍ତି ବର୍ତ୍ତମାନ ତୁଳନାରେ ପ୍ରାୟ ତିନିଗୁଣ ବଢ଼ିଯିବ। ଅଗ୍ନିବୀରମାନଙ୍କ ମଧ୍ୟରେ ଯେଉଁମାନେ ଶ୍ରେଷ୍ଠ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ।

ସରକାର ଆହୁରି କହିଛନ୍ତି ଯେ ଏଭଳି ସ୍ବଳ୍ପକାଳୀନ ନିଯୁକ୍ତି ବ୍ୟବସ୍ଥା ଅନେକ ଦେଶରେ ରହିଛି। ତେଣୁ ଏ ବ୍ୟବସ୍ଥା ପୂର୍ବରୁ ପରୀକ୍ଷିତ ଏବଂ ଯୁବସୁଲଭ ଓ ଚଳଚଞ୍ଚଳ ସେନା ନିମନ୍ତେ ଏହାକୁ ଏକ ଉତ୍ତମ ପରମ୍ପରା ବୋଲି ବିଚାର କରାଯାଉଛି।

କିଛି ଲୋକ ଆଶଙ୍କା କରିଛନ୍ତି ଯେ ୨୧ ବର୍ଷର ଯୁବକ ଚାରିବର୍ଷ ସେନାରେ ଚାକିରି କଲା ପରେ ସଶସ୍ତ୍ର ତାଲିମ ନେଇ ଯେତେବେଳେ ଫେରିବ ସେତେବେଳେ ତାକୁ ଯଦି ଅନ୍ୟ ଚାକିରି ନ ମିଳେ ସେ ହତୋତ୍ସାହିତ ହେବେ ଏବଂ ଆଇନ ଶୃଙ୍ଖଳା ପାଇଁ ବିପଦ ହୋଇପାରନ୍ତି। ଏହାର ଉତ୍ତରରେ ସରକାର କହିଛନ୍ତି ଯେ ଏପରି ଚିନ୍ତାଧାରା ଆମ ସଶସ୍ତ୍ର ସେନାର ନୈତିକତା ଓ ମୂଲ୍ୟବୋଧ ପ୍ରତି ଅପମାନ। ଯେଉଁମାନେ ଚାରିବର୍ଷ ୟୁନିଫର୍ମ ପିନ୍ଧିବେ ସେମାନେ ଆଜୀବନ ଦେଶ ପାଇଁ ପ୍ରତିବଦ୍ଧ ରହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe