ଅସୁରକ୍ଷିତ ଭବିଷ୍ୟତ, ପେନସନ୍ ନ ପାଇବାର ଭୟ ଯୋଗୁ ଅଗ୍ନିବୀର ଚୋରି କରୁଛନ୍ତି !

Advertisment
ଅସୁରକ୍ଷିତ ଭବିଷ୍ୟତ, ପେନସନ୍ ନ ପାଇବାର ଭୟ ଯୋଗୁ ଅଗ୍ନିବୀର ଚୋରି କରୁଛନ୍ତି !

ନୂଆଦିଲ୍ଲୀ: ଭାରତୀୟ ସେନାରେ ଅଗ୍ନିବୀରଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକସଭାରେ ବିରୋଧୀଦଳର ନେତା ରାହୁଲ ଗାନ୍ଧୀ କହିଥିଲେ ଯେ ଇଣ୍ଡିଆ ମେଣ୍ଟ ସରକାର କ୍ଷମତାକୁ ଆସିବା ମାତ୍ରେ 'ଅଗ୍ନିବୀର' ଯୋଜନା ରଦ୍ଦ ହେବ। ଲୋକସଭା ନିର୍ବାଚନ ପରେ ଅନୁଷ୍ଠିତ ସଂସଦ ଅଧିବେଶନରେ ରାହୁଲ ଅଗ୍ନିବୀର ପ୍ରସଙ୍ଗ ଉଠାଇଥିଲେ। ଭୋପାଳରେ ଛୁଟିରେ ଥିବା ଅଗ୍ନିବୀର ଯବାନ ଏକ ଅଳଙ୍କାର ଦୋକାନରୁ ୫୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ।

କଂଗ୍ରେସ ପାର୍ଟିର ପୂର୍ବତନ ସୈନିକ ବିଭାଗର ଜାତୀୟ ସଭାପତି କର୍ଣ୍ଣେଲ ରୋହିତ ଚୌଧୁରୀ ଏହି ଘଟଣାକୁ ଗୁରୁତର ବୋଲି ବର୍ଣ୍ଣନା କରିଛନ୍ତି। ଜଣେ ଅଗ୍ନିବୀର ଅପରାଧୀ ହେବା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ଚୌଧୁରୀ ଏଭଳି ସେନା ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଯେ ଅସୁରକ୍ଷିତ ଭବିଷ୍ୟତ ଏବଂ ଚାରି ବର୍ଷ ପରେ ପେନ୍‌ସନ୍‌ ନ ମିଳିବାର ଭୟ ଅଗ୍ନିବୀର ବାହିନୀକୁ ଅପରାଧ ପଥରେ ନେଉଛି କି? ଏହାପୂର୍ବରୁ ସେ 'ଅଗ୍ନିପଥ' ଯୋଜନା ମାଧ୍ୟମରେ ସେନାରେ ନିଯୁକ୍ତ ହେଉଥିବା ଅଗ୍ନିବୀରଙ୍କର ଆତ୍ମହତ୍ୟା ପ୍ରସଙ୍ଗ ଉଠାଇଥିଲେ। ଗତ ଏକ ବର୍ଷ ମଧ୍ୟରେ, ସେନାର ୧୫ ଅଗ୍ନିବୀର ଆତ୍ମହତ୍ୟା କରିଛନ୍ତି।

କର୍ଣ୍ଣେଲ ରୋହିତ ଚୌଧୁରୀ କହିଛନ୍ତି ଯେ ଅଗ୍ନିବୀର ବାହିନୀ ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ଦେଖୁ ନାହାନ୍ତି। ସେମାନେ ଚାକିରିରେ ଥିଲେ ମଧ୍ୟ ଚାରି ବର୍ଷ ପରେ ଭବିଷ୍ୟତ ପାଇଁ ଚିନ୍ତିତ ଅଛନ୍ତି । ସେନା ବାହାରକୁ ଆସିବା ପରେ ସେମାନେ କୁଆଡେ ଯିବେ? ସଦ୍ୟତମ ଚ‌ୋରି ମାମଲା ଭୋପାଳର। ଛୁଟିରେ ଥିବା ଅଗ୍ନିବୀର ଯବାନ ଏକ ଅଳଙ୍କାର ଦୋକାନରୁ ୫୦ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଋଣ ପରିଶୋଧ କରିବା ପାଇଁ ସେ ଏହି ଘଟଣା କରିଥିବା ଖବରରେ ଲେଖାଯାଇଛି। ଏହା ହେଉଛି ଭେଦଭାବର ଫଳାଫଳ ।

ଯଦି ସେମାନେ ନିୟମିତ ସେନା ସୈନିକ ପରି ସମସ୍ତ ସୁବିଧା ଏବଂ ପେନସନ୍ ପାଉଥାନ୍ତେ, ତେବେ ସେ ଅପରାଧ ରାସ୍ତାରେ ଯାଇ ନ ଥାନ୍ତେ। ବର୍ତ୍ତମାନ ସେମାନେ ନିଜ କ୍ୟାରିଅରକୁ ଅନ୍ଧକାରରେ ଦେଖୁଛନ୍ତି। ଚୌଧୁରୀଙ୍କ କହିବାନୁସାରେ, ଗତ ମାସରେ ଏକ ଡକାୟତି ମାମଲାରେ ପଞ୍ଜାବ ପୁଲିସ୍ ଦ୍ୱାରା ଅନ୍ୟଜଣେ ଅଗ୍ନିବୀର ଯବାନଙ୍କୁ ଗିରଫ କରାଯାଇଥିଲା। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏଭଳି ଘଟଣା ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ଚେତାବନୀ ଦେଇଥିଲେ।

କଂଗ୍ରେସ ଦଳର ପୂର୍ବତନ ସୈନିକ ବିଭାଗର କର୍ଣ୍ଣେଲ ରୋହିତ ଚୌଧୁରୀ ସରକାରଙ୍କୁ ପ୍ରଶ୍ନ ପଚାରିଥିଲେ । ଦେଶ ଯାହା ଭୟ କରୁଥିଲା ତାହା ଘଟୁଛି। ଭେଦଭାବର ଫଳାଫଳ ହେଉଛି ଯେ ଅଗ୍ନିବୀର ଅପରାଧ ପଥରେ ଯାଉଛନ୍ତି। ୪ ବର୍ଷ ଧରି ନିୟୋଜିତ ଅଗ୍ନିବୀର କର୍ମଚାରୀମାନେ ଆଇନ ଏବଂ ସେନା ନିୟମକୁ ଭୟ କରୁ ନାହାନ୍ତି। ତେଣୁ ସେନାରେ ଅସ୍ତ୍ରଶସ୍ତ୍ର ତାଲିମ ଦେବାପରେ ୪ ବର୍ଷ ପରେ ସେମାନଙ୍କୁ ଘରକୁ ପଠାଇବା ଉପଯୁକ୍ତ କି? ସେମାନେ ଏକ ଅସୁରକ୍ଷିତ ଭବିଷ୍ୟତକୁ ଭୟ କରୁଛନ୍ତି ଏବଂ ୪ ବର୍ଷ ପରେ ପେନସନ୍ ପାଇବେ କି ନାହିଁ ସେ ଚିନ୍ତା ସେମାନଙ୍ମକୁ ଘାରୁଛି। ଅଗ୍ନିବୀର କର୍ମଚାରୀଙ୍କ ପାଇଁ ମାସିକ ୨୧,୦୦୦ଟଙ୍କା ଦରମା ଯଥେଷ୍ଟ କି?

ଏହାପୂର୍ବରୁ ଚୌଧୁରୀ 'ଅଗ୍ନିପଥ' ଯୋଜନା ମାଧ୍ୟମରେ ସେନାରେ ନିଯୁକ୍ତ ହେଉଥିବା ଅଗ୍ନିବୀରଙ୍କର ଆତ୍ମହତ୍ୟା କରିବା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ, ଗତ ଏକ ବର୍ଷ ମଧ୍ୟରେ ୧୫ 'ଅଗ୍ନିବୀର୍' ଆତ୍ମହତ୍ୟା କରିଛନ୍ତି। ହିମାଚଳ ପ୍ରଦେଶର ଅଗ୍ନିବୀର ନିଖିଲ ଡଡୱାଲ ଜମ୍ମୁ-କଶ୍ମୀରର ଅଖନୁରଠାରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଏହା ଅତ୍ୟନ୍ତ ଭୟାନକ ପରିସ୍ଥିତି ଯେ ଗୋଟିଏ ବର୍ଷ ମଧ୍ୟରେ ୧୫ ଅଗ୍ନିବୀର ଆତ୍ମହତ୍ୟା କରିଛନ୍ତି। ସେଥିମଧ୍ୟରୁ ନଅରୁ ଅଧିକ ମାମଲା ସନ୍ଦେହଜନକ ପରିସ୍ଥିତିରେ ଆତ୍ମହତ୍ୟା ଏବଂ ମୃତ୍ୟୁ ଘଟାଇଛି।

ଚୌଧୁରୀ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିଲେ ଯେ ସେନାରେ ଥିବା ଅଗ୍ନିବୀର ସୈନିକମାନେ କାହିଁକି ନିରନ୍ତର ଆତ୍ମହତ୍ୟା କରୁଛନ୍ତି? ଏହାପୂର୍ବରୁ, ଅଗ୍ନିବୀର ଶ୍ରୀକାନ୍ତ ଚୌଧରୀ ମଧ୍ୟ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଚୌଧୁରୀ କହିଥିଲେ, ଅଗ୍ନିବୀର ସୈନିକମାନେ କ୍ରମାଗତ ଭାବରେ ସେନାରେ ଆତ୍ମହତ୍ୟା କରୁଛନ୍ତି କାହିଁକି? ଅଗ୍ନିବୀର କର୍ମଚାରୀମାନେ ପର୍ଯ୍ୟାପ୍ତ ତାଲିମ ନେଉଛନ୍ତି କି? ଛଅ ମାସ ତାଲିମପ୍ରାପ୍ତ ଅଗ୍ନିବୀର ଶାରୀରିକ ଏବଂ ମାନସିକସ୍ତରରେ ସେନାରେ କାର୍ଯ୍ୟ କରିବାକୁ ସକ୍ଷମ କି?

ସଂସଦରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଥିଲେ ଅଗ୍ନିବୀରର ଯୋଜନା ଆଣି କେନ୍ଦ୍ର ସରକାର ଭାରତର ସୈନିକମାନଙ୍କୁ ଶ୍ରମିକରେ ପରିଣତ କରିଛନ୍ତି। ଯଦି ଯୁବବର୍ଗମାନେ ଅଗ୍ନିବୀର ଯୋଜନା ଅଧୀନରେ ସହିଦ ହୁଅନ୍ତି, ତେବେ ସେମାନେ ସହିଦ ମାନ୍ୟତା ପାଇବେ ନାହିଁ କିମ୍ବା ପେନସନ ମଧ୍ୟ ପାଇବେ ନାହିଁ । କିମ୍ବା ସେମାନେ ଅନ୍ୟ କ‌ୌଣସି ସୁବିଧା ପାଇବେ ନାହିଁ । ଚାରି ବର୍ଷ ପରେ ଯୁବବର୍ଗମାନେ ପୁଣି ବେକାର ହୋଇଯିବେ। ଅଗ୍ନିବୀରୟର ଯୋଜନା ଏକ ସେନା ଯୋଜନା ନୁହେଁ, ଏହା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି।

ଚୌଧୁରୀ କହିଛନ୍ତି ଯେ ଯେହେତୁ ରାହୁଲ ଗାନ୍ଧୀ ସଂସଦରେ ଅଗ୍ନିବୀର ପ୍ରସଙ୍ଗ ଉଠାଇଥିଲେ ଏବଂ ଏହି ଯୋଜନାର ତ୍ରୁଟି ଦର୍ଶାଇଥିଲେ। ଫଳରେ ଏନେଇ କେନ୍ଦ୍ର ସରକାର ବ୍ୟାକ୍ ଫୁଟରେ ଅଛନ୍ତି। ରାହୁଲ ଗାନ୍ଧୀ ସଂସଦରେ କହିଥିଲେ ଯେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଅଗ୍ନିବୀର ସହିଦ ହୋଇଛନ୍ତି, ତେଣୁ ମୁଁ ତାଙ୍କୁ ସହିଦ ବୋଲି କହୁଛି, କିନ୍ତୁ ଭାରତ ସରକାର ତାଙ୍କୁ ସହିଦ ବୋଲି କହୁ ନାହାନ୍ତି। ଜଣେ ସହିଦଙ୍କୁ ପେନସନ୍ ମିଳିବ ଏବଂ ସହିଦ ମାନ୍ୟତା ମଧ୍ୟ ମିଳିବ, ଅନ୍ୟଜଣେ ଏସବୁ ପାଇବେ ନାହିଁ। ଏହା କେନ୍ଦ୍ର ସରକାରଙ୍କ ଏକ ପ୍ରକାର ଭେଦଭାବ ନୀତି ବୋଲି ସେ ଅଭିଯୋଗ କରିଥିଲେ।

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଗ୍ନିବୀର କର୍ମଚାରୀଙ୍କୁ ସେବା ସମୟରେ ଗ୍ରାଚ୍ୟୁଇଟି ବ୍ୟତୀତ ଅନ୍ୟ କୌଣସି ସୁବିଧା ନ ପାଇ ପରିବାର ଲୋକଙ୍କୁ ପେନସନରୁ ବଞ୍ଚିତ କରିଥିବାରୁ ସମାଲୋଚନା କରିଥିଲେ। ତେବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାହୁଲ ଗାନ୍ଧୀଙ୍କ ଲୋକସଭାରେ ଅଗ୍ନିବୀର ନିଯୁକ୍ତି ସମ୍ପର୍କରେ ଥିବା ଦାବିକୁ ଖଣ୍ଡନ କରିବାବେଳେ କହିଥିଲେ ଯେ ୧୫୮ଟି ସଂସ୍ଥାର ପରାମର୍ଶ ନେବା ପରେ ଅଗ୍ନିପଥ ଯୋଜନା କାର୍ଯ୍ୟକାରୀ ହୋଇଛି।

ସିଆରପିଏଫ,ବିଏସଏଫ ଏବଂ ସିଆଇଏସଏଫର ମହାନିର୍ଦ୍ଦେଶକ କହିଥିଲେ ଯେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୂର୍ବତନ ଅଗ୍ନିବୀର କର୍ମଚାରୀଙ୍କ ପାଇଁ ସିଏପିଏଫରେ ୧୦ ପ୍ରତିଶତ କନଷ୍ଟେବଳ ପଦବୀ ସଂରକ୍ଷଣ କରାଯାଇଛି। ଅଗ୍ନିବୀର କର୍ମଚାରୀମାନେ ମଧ୍ୟ କେନ୍ଦ୍ରୀୟ ପୋଲିସ ଫୋର୍ସରେ ଚାକିରି ପାଇବାକୁ ଯୋଗ୍ୟହେବେ। ସେମାନଙ୍କୁ ଶାରୀରିକ ପରୀକ୍ଷଣରୁ ମୁକ୍ତ କରାଯିବ ବୋଲି ରାଜନାଥ ସିଂ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe